କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା



କେନ୍ଦ୍ରାପଡ଼ା, ୧୨ା୧୨ : କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘ ପକ୍ଷରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମହାସଙ୍ଘର ଜିଲ୍ଲା ସଭାପତି ଶରତ କୁମାର ବେହୁରାଙ୍କ ନେତୃତ୍ୱରେ ଉପଦେଷ୍ଟା ସଞ୍ଜୟ କୁମାର ଲେଙ୍କା, ଗଙ୍ଗାଧର ପରିଡା, ଧୁନକିଶୋର ନାୟକ, ମାର୍ଶାଘାଇ ବ୍ଲକ ସଭାପତି ରଞ୍ଜନ କୁମାର ନାୟକ, ରଘୁନାଥ ସାହୁ, ସତୁ ନାୟକ, କୋଷାଧ୍ୟକ୍ଷ ସୁଶିଲ କୁମାର ସାମଲ, ଉପସଭାପତି ଗୋଲେଖ ଚନ୍ଦ୍ର ପଢିଆରୀ, ସଂଯୋଜକ ଚନ୍ଦନ ପରିଡା, ନଗର ସଭାପତି ସଂଗ୍ରାମକେଶରୀ ଜେନା, ବିଶ୍ୱଜିତ ରାୟ, ତରୁଣ ରଞ୍ଜନ ପ୍ରଧାନ, ଶାନ୍ତିଭୂଷଣ ଭୂୟାଁ, ମାନସ ରାଉତରାୟ, ଉମାକାନ୍ତ ବଳ, କୁଳମଣି ଲେଙ୍କା ପ୍ରମୁଖ ଶତାଧିକ ବନ୍ଧୁଙ୍କ ଉପସ୍ଥିତିରେ ମନ୍ତ୍ରୀ ଶ୍ରୀ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ ବର୍ଷ ଫେବୃୟାରୀ ଶେଷ ସପ୍ତାହରେ ମହାସଙ୍ଘର ଏକ ଗର୍ଜନ ସଭା ଇଛାପୁରର ମାଉସୀମା ମନ୍ଦିର ସମ୍ମୁଖରେ ଅନ୍ୟୁନ ୧୦ହଜାର ବନ୍ଧୁଙ୍କ ଉପସ୍ଥିତିରେ ଅନୁଷ୍ଠିତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା ।


Discover more from

Subscribe now to keep reading and get access to the full archive.

Continue reading