୫ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କ ଗସ୍ତ ସଫଳ ପାଇଁ ପଟ୍ଟାମୁଣ୍ଡାଇ ବିଜେଡିର ପ୍ରସ୍ତୁତି


୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ତଥା ପଟ୍ଟାମୁଣ୍ଡାଇର ଜ୍ୱାଇଁ ପ୍ରାକ୍ତନ ଆଇଏଏସ ଭି କେ ପାଣ୍ଡିଆନ ବିଜେଡି ଦଳରେ ବିଧିବଦ୍ଧ ଭାବେ ଯୋଗ ଦେବା ପରେ ପ୍ରଥମ ଥର ପାଇଁ ରାଜନଗର ଓ ପଟ୍ଟାମୁଣ୍ଡାଇ ଗସ୍ତରେ ଆସୁଥିବାରୁ ତାଙ୍କ ଗସ୍ତ ସ୍ୱତନ୍ତ୍ର ରାଜନୈତିକ ଗୁରୁତ୍ୱ ବହନ କରୁଛି । ଏଥି ପାଇଁ ଜିଲ୍ଲା ଠାରୁ ସ୍ଥାନୀୟ ପ୍ରଶାସନ ଓ ବିଜେଡି କର୍ମକର୍ତାମାନେ ଚଳଚଂଚଳ ହୋଇ ପଡିଥିବାବେଳେ ସାଧାରଣରେ ଗସ୍ତକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ପାଣ୍ଡିଆନଙ୍କ ଗସ୍ତକୁ ସବୁମତେ ସଫଳ କରିବା ସହିତ ଗାଁ ଜ୍ୱାଇଁଙ୍କୁ ଭବ୍ୟ ସ୍ୱାଗତ ପାଇଁ ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଶନିବାର ପୋଖରୀଆପଡା ହରପାର୍ବତୀ ମନ୍ଦିର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ଆୟୋଜିତ ବୈଠକରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ,ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ପାଣ୍ଡିଆନ ବାବୁଙ୍କ ଗସ୍ତ ସଫଳ କରିବାକୁ ନିବେଦନ କରିଥିଲେ । ଏହି ବୈଠକରେ ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀକାନ୍ତ ରାଉତ, ଜିଲ୍ଲା ଦଳିତ ସେଲ ପ୍ରାକ୍ତନ ସଭାପତି ବାରେଣୀ ସେଠୀ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଅଶୋକ ଧଳ, ନଗର ଯୁବବିଜେଡି ସଭାପତି ମନୋଜ ନାୟକ, ନଗର ମହିଳା ସଭାନେତ୍ରୀ ଲାସ୍ୟମୟୀ ସାହୁ ସଂଗ୍ରାମ ବାରିଜ, ବନୋଜ ସେଠୀ,କାଉନସିଲର ପ୍ରଶାନ୍ତ ବାରିକ, ସୁବାଷ ମଳିକ ବ୍ଲକ ବିଜେଡି ଉପସଭାପତି ସର୍ବେଶ୍ୱର ମହାନ୍ତି, ସାଧାରଣ ସମ୍ପାଦକ କଳାକର ପ୍ରଧାନ ପ୍ରମୁଖ ଭାଷଣ ଦେଇ ୫ଟି ଅଧ୍ୟକ୍ଷ ପାଣ୍ଡିଆନ ବାବୁଙ୍କ ଗସ୍ତକୁ ସଫଳ କରିବାକୁ ନିବେଦନ କରିଥିଲେ । ଶେଷରେ କାଉନସିଲର ମୃତ୍ୟୁଞ୍ଜୟ ପାଢ଼ୀ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading