ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ



କେନ୍ଦ୍ରାପଡ଼ା, ୧୬ା୧୨ : ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ସହଭାଗିତାରେ ଆୟୋଜିତ “ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ” ଆଜି ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଏହାକୁ ଉଦ୍‌ଘାଟନ କରି କହିଛନ୍ତି “ଏହି ପ୍ରଦର୍ଶନୀ ଛାତ୍ରଛାତ୍ରୀ ଓ ଚିତ୍ରପ୍ରେମୀଙ୍କ ଭିତରେ ଚିତ୍ରକଳା ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ସୃଜନର କାନଭାସ୍‌ରେ ନୂଆ ଚିତ୍ର ଆଙ୍କିବାକୁ ସେମାନଙ୍କୁ ପ୍ରେରଣା ଯୋଗାଇଦେବ ।” ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ଏହି ପ୍ରଦର୍ଶନୀ ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ସକାଳ ୧୧ଟାରୁ ୬ଟା ମଧ୍ୟରେ ଜନସାଧାରଣ ଏହି ପ୍ରଦର୍ଶନୀ ବୁଲି ଉପଭୋଗ କରିପାରିବେ । ସୂଚନାଯୋଗ୍ୟ ଯେ ଓଡ଼ିଶା ଚାରୁକଳାର ବହୁଳ ପ୍ରଚାର ପ୍ରସାର ନିମନ୍ତେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ବିଭିନ୍ନ ଜିଲ୍ଲାରେ “ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ” ଆୟୋଜନ କରାଯାଉଛି । ଏହି ପ୍ରଦର୍ଶନୀରେ ଖ୍ୟାତନାମା ଚିତ୍ରଶିଳ୍ପୀ ବିମ୍ବାଧର ବର୍ମା, ବସନ୍ତ ପଣ୍ଡା, ଯତୀନ ଦାସ, ଅନନ୍ତ ପଣ୍ଡା, ଅଜିତ କେଶରୀ ରାୟ, ବିଭୂତି କାନୁନଗୋ, ରବିନାରାୟଣ ନାୟକ ପ୍ରମୂଖଙ୍କ ସହ ବହୁ ଯୁବ ଚିତ୍ରଶିଳ୍ପୀଙ୍କ ମୋଟ୍ ୪୦ଟି ଚିତ୍ରକଳା ସ୍ଥାନ ପାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ସ୍ୱଳ୍ପ ସଂଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ଅମ୍ବରୀଶ ସାମଲ, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲ୍ଲା କାର୍ଯ୍ୟାଳୟର ସେକ୍ସନ୍ ଅଧିକାରୀ ଦିବାକର ମହାନ୍ତି, ସଂସ୍କୃତି ବିଭାଗ କନିଷ୍ଠ ରାଜସ୍ୱ ସହାୟକ ଉମେଶ ଚନ୍ଦ୍ର ବେହେରା, ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟାଳୟର ବହୁ କର୍ମଚାରୀ ପ୍ରମୂଖ ଉପସ୍ଥିତ ଥିଲେ ।


Next Post

ମହାବିଦ୍ୟାଳୟ ପରିସରରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରବେଶକୁ ନେଇ ଶିକ୍ଷାବିତଙ୍କ ଅସନ୍ତୋଷ : ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

Sat Dec 16 , 2023
କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରବେଶ ଘଟଣାକୁ ନେଇ ବହୁ ଶିକ୍ଷାବିତ ଗଭୀର ଅସନ୍ତୋଷ ବ୍ୟକ୍ତ କରିବା ସହିତ ତୁରନ୍ତ ଏହି ଘଟଣାରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମହାବିଦ୍ୟାଳୟର ଗଣିତ ବିଭାଗ ମୁଖ୍ୟ ପ୍ରଫେସର ଅଶୋକ କୁମାର ମିଶ୍ରଙ୍କୁ କଲେଜ ପରିସରରେ ଥିବା ବିଭାଗୀୟ କାର୍ଯ୍ୟାଳୟରେ କେତେକ ଅସାମାଜିକ ବ୍ୟକ୍ତି ପଶି କଲେଜ ଅଧ୍ୟକ୍ଷ ନିଯୁକ୍ତି ସଂକ୍ରାନ୍ତୀୟ ହାଇକୋର୍ଟରେ ବିଚାରାଧୀନ ଥିବା […]

You May Like