ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଯୁବକ କୋର୍ଟ ଚାଲାଣ


କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅଂଚଳରେ ଜନୈକା ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଜଣେ ଯୁବକକୁ ପୋଲିସ କୋର୍ଟ ଚାଲାଣ କରିଛି । ଖୁଦୁରୁକୁଣୀ ଓଷା ସରିବା ପରେ ମୂର୍ତି ବିସର୍ଜନ କରିବା ପାଇଁ ନାବାଳିକା ସାଙ୍ଗମାନଙ୍କ ସହିତ ନଦୀକୂଳକୁ ଯାଇଥିଲା । ଏହା ମଧ୍ୟରେ ଓସ୍ତିଆ ଗ୍ରାମର ଚନ୍ଦ୍ରଶେଖର ବଳ(୨୮) ଜନୈକା ନାବାଳିକା ନିକଟରେ ପହଂଚି ତାର ପାଟିକୁ ଚାପିଦେଇ ଗଛମୂଳକୁ ଟାଣି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ନାବାଳିକା ଚିତ୍କାର କରିବାରୁ ଗାଁ ଲୋକେ ଓ ତାର ସାଙ୍ଗମାନେ ତାକୁ ଉଦ୍ଧାର କରିଥିଲେ । ଚନ୍ଦ୍ରଶେଖର ସେମାନଙ୍କ ସହିତ ନାବାଳିକାର ମା ଓ ପରିବାର ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ନାବାଳିକାର ମା ରାଜନଗର ଥାନାରେ ଅଭିଯୋଗ କରିଥିଲେ । ରାଜନଗର ପୋଲିସ ଚନ୍ଦ୍ରଶେଖରକୁ ରବିବାର ବିଳମ୍ବିତ ରାତିରେ ଥାନାକୁ ଆଣି ଅଟକ ରଖି ପଚରା ଉଚରା କରିଥିଲେ । ସୋମବାର ୫୮୮/୨୩ ପୋସ୍କୋ ଆକ୍ଟରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି ।


Next Post

ମଧୁଶାସନ ଗ୍ରାମପଞ୍ଚାୟତର ପ୍ରାକ୍ତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୧୦ହଜାର ଜୋରିମାନା

Wed Sep 27 , 2023
କେନ୍ଦ୍ରାପଡ଼ା,୨୬ା୯: କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ଗ୍ରାମପଞ୍ଚାୟତର ପ୍ରାକ୍ତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏସ.ବିନୟଲକ୍ଷ୍ମୀ ମଲ୍ଲିକଙ୍କୁ ତଥ୍ୟ ପ୍ରଦାନରେ ଅବହେଳା ପାଇଁ ରାଜ୍ୟ ସୂଚନା କମିଶନ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଏହି ଅର୍ଥକୁ ସେ ଟ୍ରେଜେରୀ ଚାଲାଣ ମାଧ୍ୟମରେ ଜମା କରିବାକୁ ନିର୍ଦେଶ ପ୍ରଦାନ କରାଯାଇଛି । ନଚେତ ଗରଦପୁର ମଣ୍ଡଳ ଉନ୍ନୟନ ଅଧିକାରୀ ସଂପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦରମା କିମ୍ବା […]