ଓଡିଶା ରାଜନୀତିର ଚର୍ଚ୍ଚିତ ବ୍ୟକ୍ତିତ୍ୱ ୫ଟି ଓ ନବୀନ ଓଡିଶା ଅଧକ୍ଷ ତଥା ପଟ୍ଟାମୁଣ୍ଡାଇର ଜ୍ୱାଇଁ କାର୍ତିକେୟନ ପାଣ୍ଡିଆନ ଆଜି ରାଜନଗର ନିର୍ବାଚନମଣ୍ଡଳୀ ଗସ୍ତରେ ପଟ୍ଟାମୁଣ୍ଡାଇ ଉପକଣ୍ଠ ଏମଏନ ହାଇସ୍କୁଲ ଠାରେ ପହଂଚିବା ମାତ୍ରେ ହଜାର ହଜାର ମହିଳା, ପୁରୁଷ ଯୁବ ଛାତ୍ରମାନେ ଉଛସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ କରି ଏକ ବିଶାଳ ଶୋଭାଯାତ୍ରାରେ ପଟ୍ଟାମୁଣ୍ଡାଇ ମେଡିକାଲ ଛକ ପର୍ଯ୍ୟନ୍ତ ଆଣିଥିଲେ । ରାସ୍ତା ସାରା ଲୋକମାନେ ପାଣ୍ଡିଆନଙ୍କ କାର ଉପରକୁ ଫୁଲ ପକାଇ ଗାଁ ଜ୍ୱାଇଁ ଭାବେ ସଂଖୋଳି ନେଇଥିଲେ । ବାଜା ବାଣ, ସଂକୀର୍ତନ ମଣ୍ଡଳୀ ସହ ଜୟ ଜଗନ୍ନାଥ, ହୁଳହୁଳି ମଧ୍ୟରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇଥିଲା ।
ଏମଏନ ହାଇସ୍କୁଲ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ଲୋକଙ୍କ ଧାଡି ଲାଗିଥିଲା । ମେଡିକାଲ ଛକରେ ଆୟୋଜିତ ପଥପ୍ରାନ୍ତ ସମ୍ବର୍ଦ୍ଧନା ସଭାରେ ଲୋକାରଣ୍ୟ ଦେଖି ପାଣ୍ଡିଆନ ଅଭିଭୂତ ହୋଇପଡ଼ିଥିଲେ । ଏହି ସଭାରେ ଭାଷଣ ଦେଇ ପାଣ୍ଡିଆନ କହିଲେ ପଟ୍ଟାମୁଣ୍ଡାଇ ବଲୁରିଆ ଗାଁ ଜଣେ ଝିଅ ଆଇଏଏସ ପାଇବା ପରେ ସେ ତାଙ୍କୁ ବିବାହ କରି ଓଡିଶା ଆସିଲେ । ମୋଟାମୋଟି ଭାବେ ପଟ୍ଟାମୁଣ୍ଡାଇ ପାଇଁ ଓଡିଶା ଆସିଥିବା ଓ ଆଜି ନିଜ ଶଶୁର ଘର ଗାଁରେ ଭବ୍ୟ ସମ୍ବର୍ଦ୍ଧନା ତାଙ୍କୁ ହୃଦୟ ଜୟ କରିଛି ବୋଲି ପ୍ରକାଶ କରିଥିଲେ । ଗତ ୨/୩ ମାସ ତଳେ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ରାଜନଗର ନିର୍ବାଚନମଣ୍ଡଳୀକୁ ୧୩୫ କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଥିବା ସୂଚନା ଦେଇଥିଲେ । ଗରିବ ମଧ୍ୟବିତ ସମେତ ସବୁବର୍ଗର ଲୋକମାନଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମୃତ୍ୟୁ ସଂଜୀବନୀ ପାଲଟିଛି । ଦେଶ ତଥା ରାଜ୍ୟର ସମସ୍ତ ବଡ଼ ହସ୍ପିଟାଲରେ ମାଗଣାରେ ଚିକିତ୍ସା ସୁବିଧା ମିଳିପାରୁଛି । ଆଗାମୀ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଲଷ୍ମୀ ବସ ଗଡିବ । ମାତ୍ର ୫ ଟଙ୍କା ଦେଇ ଲୋକମାନେ ପଂଚାୟତରୁ ବ୍ଲକ ହେଡ଼ କ୍ୱାଟରକୁ ଯାତାୟାତ କରିପାରିବେ ବୋଲି ଘୋଷଣା କରିବା ସହିତ ରାଜନଗର ଓ ପଟ୍ଟାମୁଣ୍ଡାଇ ବିକାଶ ଧାରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ଘୋଷଣା କରିଥିଲେ । ପାଣ୍ଡିଆନଙ୍କ ଗସ୍ତରେ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ସାମିଲ ଥିଲେ ମଧ୍ୟ ସଭା ମଂଚକୁ ଯାଇନଥିଲେ ।
ଏହି ସଭାରେ ରାଜନଗର ଯୁବ ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ ନଗର ବିଜେଡି ସଭାପତି ଖଗେଶ୍ୱର ଲେଙ୍କା, ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ ନଗର ମହିଳା ସଭାନେତ୍ରୀ ଲାସ୍ୟମୟୀ ସାହୁ ପ୍ରମୁଖ ହଜାର ହଜାରୁ ବିଜେଡି ନେତା, କର୍ମକର୍ତା ସାଧାରଣଲୋକେ ଏକ ବିରାଟ ଶୋଭାଯାତ୍ରାରେ ଏମଏନ ହାଇସ୍କୁଲ ଠାରୁ ମେଡିକାଲ ଛକ ସଭାସ୍ଥଳ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।