ପୁଣି ଫେରିଲା କରୋନା ଭୟ


ମହାମାରୀ କରୋନାକୁ ତାଲିକାରୁ ହଟାଇ ଦିଆଯାଇଥିବା ବେଳ ଏବେ ପୁଣି ଥରେ ଚିନ୍ତା ବଢାଇଛି । କିଛି ଦିନ ହେବ କ୍ରମାଗତ ଭାବେ ରୋଗୀ ଚିହ୍ନଟ ହେବା ସ୍ୱାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଛି । କରୋନାର ସବ୍‌ଭ୍ୟାରିଏଣ୍ଟ ଜେଏନ୍ ୧ କର୍ନାଟକ ଓ କେରଳ ସମେତ ଦେଶର କେତେକ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିିଛି । କେତେ ଜଣଙ୍କ ଜୀବନ ବି ନେଲାଣି, କରୋନାର ନୂଆ ପ୍ରଜାତି । ଯାହାକୁ ନେଇ ଲୋକଙ୍କ ଭିତରେ ପୁଣି ଥରେ ଭୟ ସୃଷ୍ଟି ହୋଇଛି । ଯାହାକୁ ଅତି ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ବିଶେଷ କରି ଆଗକୁ ଖ୍ରୀଷ୍ଟମାସ ଏବଂ ଇଂରାଜୀ ନବବର୍ଷ ଆସୁଥିବାରୁ ଭିଡ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ଜିଲ୍ଲାସ୍ତରରେ ଇନଫ୍ଲୁଏଞ୍ଜା ଲାଇକ୍ ଇଲନେସ୍‌ଏବଂ ସିଭିୟର ଆକ୍ୟୁଟ୍ ରେସ୍ପିରେଟୋରି ଇଲନେସ୍‌ ଲକ୍ଷଣ ପ୍ରତି ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ସେହିପରି ଜିଲ୍ଲାସ୍ତରରେ କୋଭିଡ ପରୀକ୍ଷା ସହ ଟେଷ୍ଟ ଏବଂ ପଜିଟିଭ ସାମ୍ପଲକୁ ଜିନମ୍ ସିକ୍ୟୁଏନ୍ସିଂ ପାଇଁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।


Next Post

ତୁଳସୀକ୍ଷେତ୍ର ସଦଭାବନା ସମିତିର “ଶାନ୍ତି ପ୍ରତିଷ୍ଠାରେ ଧର୍ମ” ଶୀର୍ଷକ ଆଲୋଚନାଚକ୍ର

Tue Dec 19 , 2023
କେନ୍ଦ୍ରାପଡ଼ା, ୧୯ା୧୨ : ମାନବ ସମାଜର କଲ୍ୟାଣ ସାଧନ ସବୁ ଧର୍ମର ମୂଳମନ୍ତ୍ର । ସମାଜରେ ସୁଖ ଶାନ୍ତି ପ୍ରତିଷ୍ଠା ପ୍ରତ୍ୟେକ ଧର୍ମର ଲକ୍ଷ୍ୟ ହୋଇଥିଲେ ମଧ୍ୟ ବିଭିନ୍ନ ଧର୍ମର ଅନୁଗାମୀମାନଙ୍କର ଧର୍ମର ଅନ୍ତର୍ନିହିତ ଉଦ୍ଦେଶ୍ୟ ସମ୍ପର୍କରେ ସଠିକ୍ ଅବଧାରଣାର ଅଭାବ କାରଣରୁ ସମୟ ସମୟରେ କେତେକ ସମ୍ପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି କରି ସମାଜର ଅଶେଷ କ୍ଷତି ସାଧନ କରିଥାଏ । ମାତ୍ର ଭେଦଭାବ କୌଣସି ମଧ୍ୟରେ ନଥାଏ […]

KANIKA