
କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚୟତର କୁମ୍ଭାରସାହିରେ କୁରାଳ ପଞ୍ଚମୀ ପାଳନ କରାଯାଉଛି । ଏହି ଅବସରରେ କୁମ୍ଭକାର ସମ୍ପ୍ରଦାୟର ଲୋକମାନେ ଲକ୍ଷ୍ମୀନାରାୟଣଙ୍କୁ ପୂଜା କରାଯାଉଛି । ଲକ୍ଷ୍ମୀନାରାୟଣ ପୂଜା କମିଟି ତରଫରୁ ରବିବାର ଦିନ ସନ୍ଧ୍ୟାରେ କଳସ ସ୍ଥାପନ କରାଯାଇ ପୂଜା ଆରମ୍ଭ କରାଯାଇଛି । ଏହି ପୂଜା ଗୁରୁବାର ଦିନ ବିସର୍ଜନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିଦିନ ପ୍ରସାଦ ସେବନ ସହ ଭଜନ କିର୍ତ୍ତନ କରାଯାଉଛି । ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି ।











