ପୁଣି ଫେରିଲା କରୋନା

ପୁଣି ଫେରିଲା କରୋନା


ନୂଆଦିଲ୍ଲୀ: ଭାରତକୁ ଫେରିଲା କୋଭିଡ଼ ।କେରଳ ସହ କର୍ଣ୍ଣାଟକରେ ସଙ୍ଗୀନ ହେଉଛି ସ୍ଥିତି । ସାରା ଦେଶକୁ ହାଇ ଆଲର୍ଟ । କୋଭିଡର ଜେଏନ୍ ୧ ଭାରିଆଣ୍ଟ ନେଇ ସବୁ ରାଜ୍ୟକୁ କେନ୍ଦ୍ର ସରକାର ଚିଠି ଜରିଆରେ ସତର୍କ କରିବା ସହ ସ୍ଥିତି ସମୀକ୍ଷା କରିବାକୁ ଦେଇଛନ୍ତି ପରାମର୍ଶ । ଆଗକୁ ବଡ଼ଦିନ ଓ ନୂଆବର୍ଷ ପାଳନ ଯୋଗୁଁ ଭିଡ଼ ବଢିବାର ଆଶଙ୍କା ରହିଛି । ଯାହାକୁ ନେଇ ଭୟ ବଢିଛି । ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସବୁ ରାଜ୍ୟଙ୍କ ସହ କୋଭିଡ ସ୍ଥିତି ନେଇ ବୈଠକ କରିବାର ରହିଛି କାର୍ଯ୍ୟକ୍ରମ । ପୁଣି ଫେରିପାରେ ମାସ୍କ ପିନ୍ଧା ଦିନ । କୋଭିଡର ନୂଆ ଭାରିଆଣ୍ଟ ଜେଏନ୍ ୧.ଦକ୍ଷିଣ ଭାରତର କେରଳ ଓ କର୍ଣ୍ଣାଟକରେ ସ୍ଥିତି କଲାଣୀ ସଙ୍ଗୀନ । କର୍ଣ୍ଣାଟକକୁ ଓଡ଼ିଶାରୁ ଅଧିକାଂଶ ଲୋକଙ୍କ ଯିବାଆସିବା ଥିବାରୁ, ସତର୍କ ହେବାର ସମୟ ଆସିଛି ।  ବର୍ତ୍ତମାନ ସୁଦ୍ଧା ଏହି ନୂଆ ଭାରିଆଣ୍ଟର ସିଭିଆରିଟି ନେଇ କୌଣସି ସୂଚନା ମିଳିନି । ବୁଧବାର ସବୁ ରାଜ୍ୟଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସମୀକ୍ଷା ବୈଠକ ନେବାକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ କମିଟି ବି ସମୀକ୍ଷା ଜାରି ରଖିଛି ।