୩୫ କୋଟି ଟଙ୍କା ବ୍ୟୟରେ ଇନ୍ଦୁପୁର-ପଟ୍ଟାମୁଣ୍ଡାଇ ରାସ୍ତାର ନବିକରଣ , ଶୁଭ ଶିଳାନ୍ୟାସ କଲେ ବିଧାୟକ

୩୫ କୋଟି ଟଙ୍କା ବ୍ୟୟରେ ଇନ୍ଦୁପୁର-ପଟ୍ଟାମୁଣ୍ଡାଇ ରାସ୍ତାର ନବିକରଣ ,  ଶୁଭ ଶିଳାନ୍ୟାସ କଲେ ବିଧାୟକ


କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଭାୟା ଚଉଦକୁଲାଟ ଇନ୍ଦୁପୁରକୁ ଯାଇଥିବା ଗୁରୁତ୍ୱପୂର୍ଣ୍ଣ ଇନ୍ଦୁପୁର-ପଟ୍ଟାମୁଣ୍ଡାଇ ରାସ୍ତା ଗ୍ରାମ୍ୟଉନ୍ନୟନ ବିଭାଗ ଅଧୀନରେ ଥିବା ବେଳେ ରାସ୍ତାର ଉପଯୁକ୍ତ ରକ୍ଷଣା ବେକ୍ଷଣ ଓ ଉନ୍ନତିକରଣରେ ସମସ୍ୟା ଦେଖାଦେବାରୁ ଅବିଳମ୍ବେ ପୂର୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ପୁର୍ତ ବିଭାଗ ପକ୍ଷରୁ ୩୫କୋଟି ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର କରାଯାଇ ଠିକାଦାର ନବୀକରଣ କାର୍ଯ୍ୟ ହାତକୁ ନେଇଥିବା ବେଳେ ଶନିବାର କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ଶୁଭ ଶିଳାନ୍ୟାସ କରିଛନ୍ତି ।
ପଟ୍ଟାମୁଣ୍ଡାଇ ଗ୍ରାମ୍ୟଉନ୍ନୟନ ବିଭାଗ ଅଧୀନରେ ଥିବା ପଟ୍ଟାମୁଣ୍ଡାଇ-ଇନ୍ଦୁପୁର ରାସ୍ତା ବହୁଦିନ ଧରି ଖାଲଖମା ହୋଇପଡିରହିଥିଲା । ଜନସାଧାରଣଙ୍କୁ ଯାତାୟତରେ ଘୋର ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା । ଏଥି ନେଇ ବାରମ୍ବାର ଦାବି ଅନ୍ଦୋଳନ ହେବା ପରେ ପ୍ରଶାସନ ଏହି ରାସ୍ତାକୁ ପୂର୍ତ ବିଭାଗକୁ ହସ୍ତାନ୍ତର କରିଥିଲା । ପୂର୍ତ ବିଭାଗ ପକ୍ଷରୁ କାର୍ଯ୍ୟାଦେଶ ଦିଆଯାଇ ଶନିବାର ଏହି ରାସ୍ତାର ଶୁଭ ଶିଳାନ୍ୟାସ ଉତ୍ସବ ଜିଲ୍ଲା ପରିଷଦ ସଦସ୍ୟା ମଧୁଛନ୍ଦା ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ବିଧାୟକ ଯୋଗଦେଇ ଏହି ରାସ୍ତାହେଲେ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ଅଂଚଳ ସମେତ ବିଭିନ୍ନ ଅଂଚଳର ଲୋକମାନେ ଉପକୃତ ହୋଇପାରିବେ । ଏଥିନେଇ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଉତ୍ସବରେ ପୂର୍ତ ବିଭାଗ ନିର୍ବାହୀଯନ୍ତ୍ରୀ ରତିକାନ୍ତ ବେହେରା, ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା, କେନ୍ଦ୍ରାପଡ଼ା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟ ଦର୍ଶନୀ ତରାଇ ଓ ସୁଶାନ୍ତ ଦାସ, ସମେତ ବହୁ ନେତା କର୍ମୀ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲୋ