ମଦ୍ରାସା ଇସଲାମିଆ ଆରାବିୟାରେ ବାର୍ଷିକ କ୍ରୀଡା ଉତ୍ସବ



କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଦିଲାୱାରପୁରସ୍ଥିତ ମଦ୍ରାସା ଇସଲାମିଆ ଆରାବିୟାର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜନାବ ସେକ ଗୋଫ୍ରାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ପୈାର ଉପାଧ୍ୟକ୍ଷା ଆକବରୀ ଖାତୁନ, କାଉନସିଲରଙ୍କ ପ୍ରତିନିଧି ସେକ ଇମ୍ରାନ ମହମ୍ମଦ(ବୁଲୁ) ଓ ସେକ ନସିମୁଦ୍ଦିନ ପ୍ରମୁଖ ଯୋଗଦେଇ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ବିଭିନ୍ନ କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ମଦ୍ରାସାର ପ୍ରଧାନ ମୈାଲବୀ ସୟଦ ଅଖତର ଅଲ୍ଲୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମଦ୍ରାସାର ଶିକ୍ଷକ ସେକ ଦିୱାନ କ୍ରୀଡା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମଦ୍ରାସା ପରିଚାଳନା କମିଟି ସଦସ୍ୟ ଆଇନଜୀବୀ ସୟଦ ମୁକ୍ତାର ଅଲ୍ଲୀ, ସେକ ନୁରୁଦ୍ଦିନ, ସେକ ଗୟାସୁଦ୍ଦିନ ଓ ବିଧାୟକଙ୍କ ପ୍ରତିନିଧି ସେକ ତଫିରୁଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମୈାଲାନା ଖୁର୍ସିଦ ଅନୱର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୟଦା ସୁହିଲ ଅଖତର, ନସିମ ଖାଁ, ମୈାଲାନା ମୁସରଫ ବସ୍କ, ମୈାଲାନା କମାଲୁଦ୍ଦିନ, ମୈାଲାନା ମୁଜିବ ଅସରଫ, ମୈାଲାନା ମୀର ତବରେଜ, ସେକ ଅବଦୁଲ ମକସୁଦ, ମୈାଲାନା ମହମ୍ମଦ ଫୁରକାନ, ମହମ୍ମଦ ଅବଦୁସ ସଲାମ, ମହମ୍ମଦ ରିଜୱାନୁର ରହେମାନ ପ୍ରମୁଖ ମଦ୍ରାସାର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ ।


Next Post

ବଡପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

Sat Dec 23 , 2023
ପଟ୍ଟାମୁଣ୍ଡାଇ ତା ୨୩/୧୨-ସୁଦୃଢ ଶିକ୍ଷା ବ୍ୟବସ୍ଥା, ଦୀର୍ଘସ୍ଥାୟୀ ବିକାଶ ଓ ଯୁବଶକ୍ତିର ପୂର୍ଣ୍ଣ ବିନିଯୋଗ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ମୂଳମନ୍ତ୍ର ବୋଲି ରାଜ୍ୟ ସରକାରଙ୍କ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ ପକ୍ଷରୁ ମିଳିତ ଭାବେ ଆୟୋଜିତ ସ୍ୱତନ୍ତ୍ର ବର୍ଣ୍ଣାଢ୍ୟ ଉତ୍ସବ ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ […]

KANIKA