
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମହା ବିଦ୍ୟାଳୟ ପକ୍ଷରୁ ନୂଆ-ଓ ଯୁବ ଓଡିଶା ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଛାତ୍ରୀଛାତ୍ର ଓ ରୋଗୀମାନେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । କଟକ ମେଡିକାଲ କଲେଜ ଅବସରପ୍ରାପ୍ତ ଭେଷଜ ବିଜ୍ଞାନର ବରିଷ୍ଠ ଚିକିତ୍ସକ ସୁନାମଧନ୍ୟ ପ୍ରଫେସର ବ୍ରହ୍ମାନନ୍ଦ ଦାସ, ବରିଷ୍ଠ ପ୍ରଫେସର ଏଏମ ଦ୍ୱିବେଦୀ କଟକ ଏସିବି, ଶିଶୁରୋଗ ବିଶେଷଜ୍ଞ ଡା. ରଶ୍ମିରଞ୍ଜନ ମହାନ୍ତି , ଡା. ନିରାକାର ସେଠୀ ଶିବିରରେ ଯୋଗ ଦେଇ ସେବା ଯୋଗାଇଛନ୍ତି ।
ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦିଲ୍ଲିପ ଭୁୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପ୍ରଫେସର ବ୍ରହ୍ମାନନ୍ଦ ଦାସ ଯୋଗଦେଇ ଆଜିର ସମୟରେ, ଉତମ ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ବଡ ସମ୍ପତି । ଜନସମାଜ ନିଜର ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ବିଶେଷଜ୍ଞଙ୍କ ଦ୍ୱାରା ପରାମର୍ଶିତ ପ୍ରତ୍ୟେକ ପଦ୍ଧତି ଗ୍ରହଣ କରିବା ଆବଶ୍ୟକ । ଆଜିର ସମୟରେ କେତେକ ସାଧାରଣ ରୋଗ ହେତୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ତେଣୁ ଏହିପରି ରୋଗଗୁଡିକ ଶୀଘ୍ର ଚିହ୍ନଟ କରିବା ପାଇଁ କିଛି ପରୀକ୍ଷା କରାନେବା ଉଚିତ । ନ୍ୟାସନାଲ ହେଲଥ ସର୍ଭିସ ଅନୁଯାୟୀ ଯଦି ବିପଦଜନକ ସ୍ତରରେ ପହଁଚିବା ପୂର୍ବରୁ ରୋଗ ଚିହ୍ନଟ ହୁଏ, ତା’ହେଲେ ଏହାର ଗମ୍ଭୀରତା ହ୍ରାସ କରାଯାଇପାରେ ବୋଲି ପ୍ରଫେସର ଦାସ ମତ ପ୍ରକାଶ କରିଥିଲେ । ସେହିଭଳି ସମ୍ମାନିତ ଅତିଥିଭାବେ ପ୍ରଫେସର ଦ୍ୱିବେଦୀ ଯୋଗଦେଇ ଡାକ୍ତର ଏବଂ ରୋଗୀଙ୍କ ମଧ୍ୟରେ ଏକ ସ୍ୱତନ୍ତ ସମ୍ପର୍କ , ବାସ୍ତବରେ ରୋଗୀର ସମ୍ପୁର୍ଣି ଭଲ ମନ୍ଦର ଦାୟିତ୍ୱ ସମ୍ପୁକ୍ତ ଡାକ୍ତରଙ୍କ ଉପରେ ନିର୍ଭର କରେ ବୋଲି କହିଥିଲେ, ସେହିଭଳି ଶିଶୁରୋଗ ବିଶେଷଜ୍ଞ ଡା.ମହାନ୍ତି, ଡା. ସେଠୀ, ଆଲୁମିନା ଆସୋସିଏସନ ଉପସଭାପତି ରାଜେନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଆଲୋକପାତ କରିଥିଲେ । ନୂଆ-ଓ ନୋଡାଲ ଅଫିସର ପ୍ରାଧ୍ୟାପକ ଡ଼ ରମେଶ କୁମାର ସାହୁ ଓ ସମାଜକଲ୍ୟାଣ +୩ ନୋଡାଲ ଅଫିସର ପ୍ରାଧ୍ୟାପକ ବୈକୁଣ୍ଠ ରାଉଳ, କ୍ରୀଡା ବିଭାଗ ନୋଡାଲ ଅଫିସର କ୍ୟାପଟେନ ମନୋଜ ପରିଡା, ଓ +୨ ନୋଡାଲ ଅଫିସର ଅଧ୍ୟାପକ ନିର୍ମଳ ସାହୁ ଡାକ୍ତର ରୋଗୀଙ୍କ ପାଇଁ ଓ ରୋଗୀର ହିତ ନିମନ୍ତେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍କରି ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପକ ଶ୍ରୀମନ୍ତ ଜେନା, ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନ, ରଂଜିତ ସେନାପତି, ପ୍ରମୋଦ ସ୍ୱାଇଁ, ଡ଼ ଅଞ୍ଜଳି ଦାଶ, ଅମୀୟ ଦାସ, ଅଧ୍ୟାପକ ଡ଼ ମାନସ ନାୟକ, ରଞ୍ଜନ ଗାହାଣ, ଅରବିନ୍ଦ ପାଣ୍ଡବ ପ୍ରମୁଖଙ୍କ ନେତୃତ୍ୱରେ ଶିବିର ଆୟୋଜିତ ହୋଇଥିଲା । ଅଧ୍ୟାପିକା ସରୋଜିନୀ ମିଶ୍ର, ଡ଼ ନିବେଦିତା ପ୍ରଧାନ,ଶୁଭଶ୍ରୀ ପୋଥାଳ, ସୀମାଙ୍ଗିନୀ ଦାସ, ନିବେଦିତା ନାୟକ ପରିଚାଳନା କରିଥିବା ବେଳେ ରଶ୍ମିତା ପାଣିଗ୍ରାହୀ, ଆର ଏଲ ମଧୁସ୍ମିତା ପରିଡା, ଶୁଭଲଷ୍ମୀ ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ ।










