
ଦୁନିଆର ସମସ୍ତ ଆହ୍ୱାନକୁ ମୁକାବିଲା କରି ଜୀବନରେ ସଫଳ ହେବା ସହିତ ଶ୍ରେଷ୍ଠତ୍ବ ହାସଲ କରିବା ପାଇଁ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀ ହେବା ଦରକାର ବୋଲି ପଟ୍ଟାମୁଣ୍ଡାଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରଜତ ଜୟନ୍ତୀର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି । ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ଶିକ୍ଷାବିତ ପ୍ରମୋଦ କୁମାର ନାୟକଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟଅତିଥି ବିଧାୟକ ଶ୍ରୀସାହୁ କହିଲେ ପିଲାମାନଙ୍କୁ ଉତ୍ତମ ଶୈକ୍ଷିକ ପରିବେଶରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାର ସ୍କୁଲ ରୂପାନ୍ତରକରଣ କାର୍ଯ୍ୟ ହାତକୁ ନେଇ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି । ନିଜର ପାରଦର୍ଶିତା ଓ ଆଗ୍ରହକୁ ନଜର ଶିକ୍ଷକ ଓ ଅଭିଭାବକମାନେ ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରି ସଫଳତାର ମାର୍ଗ ଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ। ଉତ୍ତମ ଶିକ୍ଷା ଗ୍ରହଣ କରି ପିଲାମାନେ ବଡ଼ ମଣିଷ ହେବା ସହିତ ଭଲ ମଣିଷ ହୋଇ ମାଟିର ଓ ଶିକ୍ଷାନୁଷ୍ଠାନର ଗୌରବ ବୃଦ୍ଧି କରିବାକୁ ବିଧାୟକ ଆହ୍ୱାନ ଦେଇଥିଲେ । ଓଡିଶା ଶିକ୍ଷା ବିକାଶ ସମିତି ସଭାପତି ଶିବ ନାରାୟଣ ସିଂହ ମୁଖ୍ୟବକ୍ତା, ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ,୧୩ନଂ କାଉନସିଲର ଲାସ୍ୟମୟୀ ସାହୁ, ଶିଶୁ ବିଦ୍ୟାମନ୍ଦିର ଯୁଗ୍ମ ସମ୍ପାଦକ ଦେବାଶିଷ ପଣ୍ଡା ଓ ପରିଚାଳନା କମିଟି ସଭ୍ୟା ସସ୍ମିତା ସେଠୀ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନଆଚାର୍ଯ୍ୟ ପ୍ରଭାତ କିଶୋର ନାୟକ ବିବରଣୀ ପାଠ କରିଥିଲେ । ସମ୍ପାଦକ ଶ୍ରୀଧର ରାଉତ ସ୍ୱାଗତଭାଷଣ ଓ ଉପସଭାନେତ୍ରୀ ସୁଜାତା ମିଶ୍ର ଅତିଥିପରିଚୟ ପ୍ରଦାନ କରିଥିଲେ। ଶେଷରେ କୋଷାଧକ୍ଷ ଡା ରବୀନ୍ଦ୍ର ଦାଶ ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ମୁଖ୍ୟଅତିଥି ବିଧାୟକ ଶ୍ରୀସାହୁ ବିଭିନ୍ନ ପ୍ରତିଭାଧରଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଶିଶୁ ବିଦ୍ୟାମନ୍ଦିର ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ତିନି ଧରି ଆୟୋଜିତ ରଜତଜୟନ୍ତୀ ଉତ୍ସବକୁ ଆନ୍ତର୍ଯ୍ୟାତିକ ଖ୍ୟାତିସମ୍ପନ୍ନ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦ ମୁଖ୍ୟଅତିଥି ଭାବେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ସହିତ ଭଲ ମଣିଷ ହୋଇ ପଟ୍ଟାମୁଣ୍ଡାଇର ନାଁ କୁ ଉଜ୍ୱଳ କରିବାକୁ ପରାମର୍ଶ ଦେଇଥିଲେ । ପରିଚାଳନା କମିଟି ସଭାପତି ଶିକ୍ଷାବିତ ପ୍ରମୋଦ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଓଡିଶା ଶିକ୍ଷା ବିକାଶ ସମିତି ସଭାପତି ଡ଼ କିଶୋର ମହାନ୍ତି ମୁଖ୍ୟବକ୍ତା, ଓଡିଶା ଶିକ୍ଷା ବିକାଶ ସମିତି ସମ୍ପାଦକ କମଳାକାନ୍ତ ମିଶ୍ର ଓ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ରଂଜିତ ମହାନ୍ତି ସମ୍ମାନିତଅତିଥି ଭାବେ ଯୋଗ ଦେଇ ଥିଲେ । ରଜତଜୟନ୍ତୀ ଅବସରରେ ମଶାଲ ଶୋଭାଯାତ୍ରା, କଳସ ଶୋଭାଯାତ୍ରା କରାଯିବା ସହିତ ସଂଗୀତଜ୍ଞ ରବୀନ୍ଦ୍ର ନାଥ ମିଶ୍ର ଭଜନ ପରିବେଷଣ କରିଥିଲେ । ଏହି ରଜତ ଜୟନ୍ତୀ ଉତ୍ସବକୁ ସହପ୍ରଧାନଆଚାର୍ଯ୍ୟ ପ୍ରଦୀପ ସାହୁ,କ୍ଷୀରୋଦ ଦାଶ,ମୃତ୍ୟୁଞ୍ଜୟ ମଲ୍ଲିକ,ସବିତା ପଟନାୟକ,ମିନତୀ ସେଠୀ, ଅପର୍ଣ୍ଣI ରାଉତ,ହବେଶ ମହାପାତ୍ର, ପ୍ରଶାନ୍ତ ଦେ, ସବିତା ନାୟକ ପ୍ରମୁଖ ପରିଚାଳନା କରିଥିବାବେଳେ ଅଶୋକ ନାଥ, ଶଶାଙ୍କ ରାଉତ,ଜ୍ଞାନ ରଞ୍ଜନ ନାୟକ, ଲଷ୍ମୀପ୍ରିୟା ଲେଙ୍କା,ସମୀର ପଣ୍ଡା, ସାଗରୀକା ମଲ୍ଲିକ,ବିପିନ ବିହାରୀ ପରିଡା ଓ ଶର୍ମିଳା ପଣ୍ଡା ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିଶୁ ବିଦ୍ୟାମନ୍ଦିର ସହସମ୍ପାଦକ ଦେବାଶିଷ ପଣ୍ଡା ଧନ୍ୟବାଦ ଦେଇଥିଲେ।










