କେନ୍ଦ୍ରାପଡା ମହାବିଦ୍ୟାଳୟ ୧୯୯୩ ସ୍ନାତକ ବ୍ୟାଚ ବନ୍ଧୁମିଳନ


କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୧୯୯୩ ସ୍ନାତକ ବ୍ୟାଚ(କଳା, ବିଜ୍ଞାନ ଓ ବାଣିଜ୍ୟ)ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପରିସରରେ ଅନୁଷ୍ଠିତ ହୋଇଥିଲା । ବନ୍ଧୁ ଦାମୋଦର ପଣ୍ଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ବନ୍ଧୁମିଳନ ଉତ୍ସବର ପ୍ରାରମ୍ଭରେ ଶ୍ରୀବଳଦେବଜୀଉଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ଦିବଂଗତ ଛାତ୍ରଛାତ୍ରୀଙ୍କ ଉଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । କଳ୍ପନା ଦାସ, ମାନସୀ ମହାପାତ୍ର, କଳ୍ପନା ରାଉତ, ଅକ୍ଷୟ ସେଠୀ, କବିତା ବେହେରା ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ବନ୍ଧୁ ତାପସ ଦାସଙ୍କ ସାୟରୀ ଶିବିରରେ ହର୍ଷୋଲାସ ଖେଳାଇ ଦେଇଥିଲା । ଏକଶହ ଜଣ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ମହାବିଦ୍ୟାଲୟ ଜୀବନର ସ୍ମୃତିଚାରଣ କରିଥିଲେ । ପରେ ପରେ କଲେଜ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଞ୍ଜୟ ରାଉତଙ୍କ ଦ୍ୱାରା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁରେନ୍ଦ୍ର ନାଥ ଜେନା, ପୂର୍ଣ୍ଣଚନ୍ଦ୍ର ବେହୁରା, ହିମାଂଶୁ ଭୂଷଣ ରାଉତ, ମିନାକ୍ଷୀ ଦାଶ, ହିରଣ୍ୟ ବାରିକ, ଧନଞ୍ଜୟ ଧନି, ଭଗବାନ ଦାସ, ଦୀପକ ରଥ, ଦେବଜାନୀ କାନୁନଗୋ, ମାନସୀ ମହାପାତ୍ର, ସବିତା ସାହୁ, ଶାରଦା ପ୍ରସନ୍ନ ସାହୁ, କଳ୍ପନା ରାଉତ, ତାପସ ଦାସ, ବୈଷ୍ଣବ ପାତ୍ର, ରାଜେନ୍ଦ୍ର ସାହୁ, ସଞ୍ଜୁକ୍ତାବାଳା ଦାସ, ବ୍ରଜକିଶୋର ଜେନା, ପ୍ରଶାନ୍ତ ବେହେରା, ଅତନୁ ଘୋଷାଲ, ବିପିନ ସାହୁ, ପ୍ରଶାନ୍ତ କୁମାର ସେଠୀ, ସୁମଧୁରଭାସିନି ପାତ୍ର, ପ୍ରଭାବତି ପତ୍ରୀ, ରଶ୍ମୀରଞ୍ଜନ ପଣ୍ଡା, ପ୍ରସନ୍ନ ରାଉତ ପ୍ରମୁଖ ଉପସ୍ଥିତ ରହି ବିଗତ ଦିନର ସ୍ମୃତି ବଖାଣି ଥିଲେ ।


Next Post

ପୂର୍ବତନପ୍ରଧାନମନ୍ତ୍ରୀ ଭାରତରତ୍ନ ବାଜପାୟୀ ଜୟନ୍ତୀ ପାଳିତ

Tue Dec 26 , 2023
କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ପବିତ୍ରଶୈବପୀଠ ଚନ୍ଦ୍ରମୌଳୀ ମନ୍ଦିର ଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୯ତମ ଜୟନ୍ତୀ ଉତ୍ସବକୁ ପୂର୍ବବର୍ଷମାନଙ୍କ ପରି “ସୁଶାସନ ଦିବସ”ଭାବେ ପାଳିତ ହୋଇଯାଇଛି । ଭାଜପା ବରିଷ୍ଠ କାର୍ଯ୍ୟକର୍ତା ପଂଚାନନ ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ଏହି ଜୟନ୍ତୀ ସମାରୋହର ଆଲୋଚନା ସଭାରେ ରାଜନଗର ଜିଲ୍ଲା ଭାଜପା ନେତା ଅଜୟ ବେହେରା, ଶଶିକାନ୍ତ ସାଇଁ, ସମିର […]

KANIKA