କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସମର୍ଥ କୋଚିଂ ସେଟଂର ପକ୍ଷରୁ ମଙ୍ଗଳବାର ଶିଶୁ ଦିବସ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କୋଚିଂ ସେଟଂରର ପରିଚାଳକ ଶଶୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟାପକ ନରେଶ କୁମାର ରାଉତ ଯୋଗଦେଇ କୋମଳମତି ଶିଶୁମାନଙ୍କର ଅନ୍ତର୍ନିହିତ ପ୍ରତିଭାର ଉପଯୁକ୍ତ ବିକାଶ କରାଗଲେ ଶିଶୁମାନେ ଦେଶ ଗଠନରେ ସହାୟକ ହୋଇପାରିବେ ବୋଲି ମତପ୍ରକାଶ କରିଥିଲେ । ସିଆରସିସି […]
Year: 2023
କେନ୍ଦ୍ରାପଡା ଜିଲ୍ଲା ଦୈାରାଜଜ୍ ବିଶ୍ୱିଜତ ମହାନ୍ତି ଏକ ସଙ୍ଘବଦ୍ଧ ଆକ୍ରମଣ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିବା ସହିତ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଘଟଣା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ପେଗରପଡା ଗ୍ରାମର ପାଞ୍ଚାଳୀ ସେଠୀ ତାଙ୍କ ଘର ସମ୍ମୁଖ ରାସ୍ତାରେ ଧାନ ଶୁଖାଇଥିବା ବେଳେ ଗତ ୨୦୧୫ ମସିହା ଜୁନମାସ ୯ତାରିଖ ପୂର୍ବାହ୍ନ ସାଢେ ୧୦ଟା […]
କେନ୍ଦ୍ରାପଡା – ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ମାସିକ ବନ୍ଧୁ ମିଳନ ପର୍ବ ଗତ ସୋମବାର ଦିନ ଆବାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବନ୍ଧୁ ମିଳନର ଏହି ମାହେନ୍ଦ୍ର ମୁହୂର୍ତ୍ତର୍ରେ ମାସିକ ରାଜଶ୍ରୀ “ଇ’ ପତ୍ରିକାର ଅକ୍ଟୋବର ସଂଖ୍ୟା ପୂଜା ବିଶେଷାଙ୍କ “ରାଜଶ୍ରୀ’ କୁ ବିଶିଷ୍ଟ ଶିକ୍ଷାବିତ୍ ତଥା ରକ୍ ପେବ୍ଲେସର ସମ୍ପାଦକ ଡ ଉଦୟନାଥ ମାଝି ଉନ୍ମୋଚନ କରିଥିଲେ । ଇ ପତ୍ରିକାର ମୁଖ୍ୟ ସମ୍ପାଦକ […]
ରାଜ୍ୟରେ ପିଆଜ ବଜାରରେ ନିଆଁ ଲାଗିଛି। ରାଜ୍ୟର ୨୩ବର୍ଷର ଅପାରଗ ସରକାର ପ୍ରତିବର୍ଷ ଖାଉଟିଙ୍କୁ ଚଢ଼ା ଦରରେ ପିଆଜ ଓ ଆଳୁକୁ ବିକ୍ରି କରୁଛନ୍ତି। ପିଆଜରେ ସ୍ବାବଲମ୍ବୀ ହୋଇଥିବା ସରକାର କହୁଥିବା ବେଳେ ରାଜ୍ୟବାସୀ ୮୦ ଟଙ୍କାରେ ପିଆଜ କିଣିବାକୁ ବାଧ୍ୟ ହେଉଛନ୍ତି। ପିଆଜ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ମଙ୍ଗଳବାର କେନ୍ଦ୍ରାପଡା ବ୍ଲକ କଂଗ୍ରେସ ତରଫରୁ ଇନ୍ଦୁପୁର ଠାରେ ୨୫ ଟଙ୍କାରେ ପୁର୍ନଃବାର ପିଆଜ ବିକ୍ରି କରାଯାଇଛି । […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗା ପଞ୍ଚାୟତ ପାଣି ସାଉଁଳିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ସୁରେନ୍ଦ୍ର ମଳିକଙ୍କ ୩ ବଖରା ଘର ପୋଡି ନଷ୍ଟ ହୋଇଯାଇଛି। ମଙ୍ଗଳବାର ରାତି ପ୍ରାୟ ସାଢେ ୮ଟା ବେଳେ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ଘରର ଆସବା ପତ୍ର ସହ ଧାନ, ଚାଉଳ ଆଦି ପୋଡି ନଷ୍ଟ ହୋଇଯାଇଛି। ଘରର ୭୦ଭାଗ ଜଳି ପାଉଁଶ ହୋଇଯାଇଛି । ନିଆଁ ଲାଗିବାକ୍ଷଣିକେ ଗ୍ରାମବାସୀ […]
କେନ୍ଦ୍ରାପଡା ସହରର ମାଧପୁର ସ୍ଥିତ ନେତାଜୀ ମଡେଲ ସ୍କୁଲରେ ଶିଶୁମେଳା ଓ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ଅଜୟ କୁମାର ପୃଷ୍ଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଜିଲ୍ଲା ବିଜ୍ଞାନ ପରିଦର୍ଶକ ପିତବାସ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଏହାପରେ କେନ୍ଦ୍ରାପଡା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ରଂଜିତ କୁମାର ଦାସ ଓ ଆଇ.ଟି.ଏସ. ବିଦ୍ୟାଳୟର ପ୍ରତିଷ୍ଠାତା ତଥା […]
କେନ୍ଦ୍ରାପଡା ସହରର ବଡହାଟସ୍ଥିତ ମଦ୍ରାସା ତାଲିମୁଲ ଆରବିଆ ଇସଲାମରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମଦ୍ରାସାର ସଭାପତି ମୀର ହସିମୁଲ୍ଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦର ପ୍ରୋଗ୍ରାମ ମ୍ୟାନେଜର (ସ୍କିଲ ଡେଭଲପମେଣ୍ଟ )ସେକ ଅବଦୁଲ ରହେମାନ, ମୁଖ୍ୟବକ୍ତା ଭାବେ କେନ୍ଦ୍ରୀୟ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସେକ ଇଦ୍ରିସ ଅଲ୍ଲୀ, ସମ୍ମାନୀତ ଅତିଥି ଭାବେ ଇଛାପୁର ସାଧନକେନ୍ଦ୍ରର ସଂଯୋଜକ ବିଭୁପ୍ରସାଦ […]
କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଅ ଗ୍ରାମପଞ୍ଚାୟତର ତିନୋଟି ରାସ୍ତା ଜବରଦଖଲ ହେତୁ ଅନେକ ଅସୁବିଧା ସୃଷ୍ଟି ହେଉଥିବାରୁ ପଞ୍ଚାୟତବାସୀ ଏସମ୍ପର୍କରେ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ସାକ୍ଷାତ କରି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଦର୍ଶାଇଛନ୍ତି ଅଳପୁଆ ପଞ୍ଚାୟତର ସେଠୀସାହି ପାଶ୍ୱର୍ସ୍ଥ ରାସ୍ତା, କୁମ୍ଭାର ସାହି ଠାରୁ ଶାଶନ ଏବଂ ଅଳପୁଆ ବଜାର ଠାରୁ ଦାମୋଦର ପାଟଣା ପୋଷ୍ଟାଲ […]
କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶକ୍ତିପୀଠ ଭରତପୁର ମା’ଦକ୍ଷୀଣକାଳୀ ମନ୍ଦିରରେ କାଳୀ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମା’ଦକ୍ଷୀଣକାଳୀଙ୍କର ଷୋଡଶ ଉପଚାରରେ ପୂଜା କରାଯିବା ସହ ଅଭିଷେକ, ଚଣ୍ଡିପାଠ, ହୋମଯଜ୍ଞ ଓ ଭଜନ ସମାରୋହ ପ୍ରଭୃତି ଅନୁଷ୍ଠିତ ହୋଇଥିଲା । ପୂଜକ ଗୋପବନ୍ଧୁ ପତିଙ୍କ ସମେତ ଗଦାଧର ମହାପାତ୍ର ଓ ତାଙ୍କ ୪ଜଣିଆ ଟିମ ମା’ଙ୍କ ପୂଜା କରିଥିଲେ । ଭରତପୁର ଶକ୍ତିପୀଠରେ ମା’ଙ୍କ ପୂଜା […]
ଦୁର୍ନୀତି ଓ ପିସି କାରବାର ବନ୍ଦ ପାଇଁ ରାଜ୍ୟ ଭାଜପା ପକ୍ଷରୁ ଓଡିଶାର ୩୧୪ ବ୍ଲକ ଘେରାଉ ପାଇଁ ନିଷ୍ପତି ନିଆଯାଇଛି । ରାଜ୍ୟ ଭାଜପା ଆହ୍ୱାନରେ ପଟ୍ଟାମୁଣ୍ଡାଇ ବ୍ଲକ ଘେରାଉ ପାଇଁ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ପଟ୍ଟାମୁଣ୍ଡାଇ ଭଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଭାଜପା ନେତା ବନମାଳୀ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ପ୍ରସ୍ତୁତି ବୈଠକରେ ରାଜନଗର ପୂର୍ବତନ ବିଧାୟକ ଡ଼॰ ଅଲେଖ ଜେନା ଯୋଗ ଦେଇ […]
ରୋଜଗାର କରି ନିଜ ପରିବାରର ପ୍ରତିପୋଷଣ କରିବା ଆଶାରେ ବିଦେଶ ଯାଇ କାମ କରୁଥିବା ଓଡିଆ ଯୁବକ ମାନେ ସେଠାରେ ନିର୍ଯ୍ୟାତିତ ହେବା ସହ ଶାରୀରିକ, ମାନସିକ ତଥା ଶୋଷଣର ଚରମ ଶିକାରରେ ଜୀବନ ବିତାଉଛନ୍ତି । ଯଦି ଏଥିପାଇଁ ମୁହଁ ଖୋଲିଲେ ମିଳୁଛି ଶାରୀରିକ ନିର୍ଯ୍ୟାତନା । ଭିଟାମାଟିକୁ ଫେରାଇ ଆଣିବା ନିମନ୍ତେ ସେଠାରେ ସେମାନେ ଏକ ଭିଡ଼ିଓ ଜାରି କରି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ […]
କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ଆଜି ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର କାର୍ଡ଼ ବଂଟନ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଏହି ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୩୨ ଜଣ ଯୋଗ୍ୟ ସ୍ୱାସ୍ଥ୍ୟବୀମା କାର୍ଡ଼ଧାରୀଙ୍କ ମଧ୍ୟରୁ ମୋଟ୍ ୩୧ ଜଣ ଉପସ୍ଥିତ ରହି ସେମାନଙ୍କ କାର୍ଡ଼ ସଂଗ୍ରହ କରିଛନ୍ତି । ସାମ୍ବାଦିକଙ୍କ କଳ୍ୟାଣ ପାଇଁ ରାଜ୍ୟ ସରକାର ନେଇଥିବା ଏହି […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ଫାଣ୍ଡି ଅନ୍ତର୍ଗତ ଗୋଗୁଆ-ଚଉଦକୁଲାଟ ରାସ୍ତାର ଏକ ଗଛରେ ସୋମବାର ଜନୈକ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । ଗଛ ତଳେ ଏକ ବଜାଜ ମୋଟର ସାଇକେଲ ସହିତ ହେଲମଟ୍ ଓ ପ୍ଲାଷ୍ଟିକ ବୋଟଲ ମଧ୍ୟ ପଡି ରହିଛି । ସେ ତାଙ୍କ ନିଜସ୍ୱ ଇଛାରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଏଠାରେ ଟାଙ୍ଗି ଦେଇଛି ଏଭଳି ଅନେକ […]
ପ୍ରଜ୍ଞାନ ମିଶନ ପଟ୍ଟାମୁଣ୍ଡାଇ ଶାଖା ପକ୍ଷରୁ ବେଲତଳ ହରିହରାନନ୍ଦ ଧ୍ୟାନ ମନ୍ଦିରରେ ୮ ତାରିଖରୁ ଆରମ୍ଭ ହୋଇଥିବା ଗୀତା ଜ୍ଞାନ ଯଜ୍ଞ ୧୧ ତାରିଖରେ ଉଦଯାପିତ ହୋଇଯାଇଛି ।ଏହି ଅବସରରେ ଆନ୍ତର୍ଯ୍ୟାତିକ ଖ୍ୟାତିସମ୍ପନ୍ନ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦ ଗୀତା ଜ୍ଞାନ ଯଜ୍ଞକୁ ଉଦଘାଟନ କରିବା ସହିତ ୩ ଦିନ ଧରି ଦିବ୍ୟ ପ୍ରବଚନ ପ୍ରଦାନ କରିଥିଲେ । ପ୍ରତ୍ୟହ ୫.୩୦ ମିନିଟ ରୁ ୬.୩୦ମିନିଟ ଭଜନ ଓ ୬.୩୦ମିନିଟରୁ ୮.୩୦ମିନିଟ […]
କେନ୍ଦ୍ରାପଡ଼ା ଜିଲ୍ଲାକୁ ମରୁଡି ଘୋଷଣା କରିବା ପାଇଁ ଓଡିଶା କୃଷକସଭା କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ ଦାବୀ କରାଯାଇଛି । ଏ ସମ୍ପର୍କରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା କମିଟି ବୈଠକ ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ପଂଚାୟତ ବୋଧଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି । କୃଷକ ସଭା ଜିଲ୍ଲା ସଭାପତି ଗୟାଧର ଧଳଙ୍କ ପୌରହିତ୍ୟରେ ଆୟୋଜିତ ଜିଲ୍ଲା କମିଟି ବୈଠକରେ ସମ୍ପାଦକ ବିଜୟ ଦାସ, କାଳି ପ୍ରସାଦ ନାୟକ, […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ନିର୍ବାଚନ ମଣ୍ଡଳୀରେ ଦଳୀୟ ଜନପ୍ରତିନିଧି , କର୍ମକର୍ତା ଓ କର୍ମୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କାର୍ଯ୍ୟକ୍ରମ ରାଜନଗର ନିର୍ବାଚନ ମଣ୍ଡଳୀରେ ଗତ ୮ ତାରିଖଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି । ରାଜନଗର ବିଧାୟକ ଧ୍ର୍ରୁବ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଉଦ୍ଯାପନି ଶିବିରରେ ରଜନଗର ବ୍ଲକର ୩୦ ନଂ ଜୋନର କର୍ମକର୍ତା ଓ ପଟ୍ଟାମୁଣ୍ଡାଇ ପୌରାଂଚଳର […]
କେନ୍ଦ୍ରାପଡ଼ା : କଲିକତାରୁ ପାରାଦୀପ ଆସୁଥିବା ବସରେ ଅଗ୍ନିକାଣ୍ଡ ଘଟି ଜଣେ ମହିଳା ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ୧୬ନମ୍ବର ଜାତୀୟ ରାଜପଥରେ ୩୮ଜଣ ଯାତ୍ରୀଙ୍କୁ ନେଇ କଲିକତାରୁ ପାରାଦୀପ ଆସୁଥିବା ଶିବମ ଟ୍ରାଭେଲସ୍ର ସଦାନନ୍ଦ ନାମକ ସ୍ଲିପର କୋଚ ବସଟି ଖଡଗପୁର ସନ୍ନିକଟ ଡେବରା ନିକଟରେ ହୋଇଥିବା ବେଳେ ହଠାତ ବସରେ ନିଆଁ ଲାଗି ଯାଇଥିଲା । ବସର ଡ୍ରାଇଭର ଡେଇଁ ପଳାଇଯାଇଥିବା […]
କୋଲକାତା ବାବୁଘାଟ ବସ୍ ଟର୍ମିନାଲରୁ ପାରାଦୀପ ଆସୁଥିବା ଏକ ଶତୀତାପ ନିୟନ୍ତ୍ରିତ ଯାତ୍ରୀବାହୀ ବସ୍ ‘ଶିବମ୍ ଟ୍ରାଭେଲ୍ସ’ ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟାରେ ଚଳନ୍ତା ଅବସ୍ଥାରେ ଜଳିଯାଇଛି । ପଶ୍ଚିମବଙ୍ଗର ଖଡ଼ଗପୁର ଥାନା ଅନ୍ତର୍ଗତ ମାଡ଼ପୁରଠାରେ ଏହି ଘଟଣା ଘଟିଛି । ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ ଶୁକ୍ରବାର କୋଲକାତା ବାବୁଘାଟ ୪୫ରୁ ୫୦ ଯାତ୍ରୀ ନେଇ ପାରାଦୀପ ଆସୁଥିଲା । ରାତି ପ୍ରାୟ ୧୦ଟା ବେଳେ କୋଲକାତାଠାରୁ […]
କେନ୍ଦ୍ରାପଡା ସହର ଉପକଣ୍ଠରେ ଅବସ୍ଥିତ ଜିଲ୍ଲାର ଏକମାତ୍ର ଆଇ.ସି.ଏସ.ଇ ବିଦ୍ୟାଳୟରେ ବିଜ୍ଞାନ, କମ୍ପ୍ୟୁଟର, ଚିତ୍ରାଙ୍କନ ଓ ହସ୍ତକଳା ପ୍ରଦର୍ଶନୀ ଆଜି ଉତ୍ସାହ, ପ୍ରେରଣା ଓ ଆନନ୍ଦ ମୁଖରିତ ମୁହୂର୍ତ୍ତରେ ବିଦ୍ୟାଳୟର ଅଧ୍ୟକ୍ଷ ଫାଦର ନବ କିଶୋର ଡିିଗାଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ରସାୟନବିଜ୍ଞାନ ବିଭାଗର ମୁଖ୍ୟ ଶିକ୍ଷକ ପ୍ରହଲ୍ଲାଦ ପାତ୍ର, ଜୀବବିଜ୍ଞାନ ବିଭାଗର ମୁଖ୍ୟ ଶିକ୍ଷୟିତ୍ରୀ ସୁଶ୍ମିତା ଦାଶ, ପଦାର୍ଥବିଜ୍ଞାନ ବିଭାଗର ମୁଖ୍ୟ ଶିକ୍ଷକ ରାମନାଥ ପାଲ, […]
କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ତିନିମୁହାଣୀସ୍ଥିତ ଆଇଆଇଏଫ୍ଏଲ୍ ଘରୋଇ ବ୍ୟାଙ୍କରେ ସହକାରୀ ମ୍ୟାନେଜର ଜ୍ଞାନଜ୍ୟୋତି ମହାପାତ୍ର ଟାଉନ ଥାନାରେ ଅଭିଯୋଗରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରୁ ପ୍ରକାଶ ଯେ ତିନିବର୍ଷ ହେବ କେନ୍ଦ୍ରାପଡା ସହରର ଜଇପୁରା ଗ୍ରାମର ସେକ୍ ମିନୋଜୁଦ୍ଦିନ୍ ବ୍ୟାଙ୍କକୁ ବିଭିନ୍ନ ସମୟରେ ଯାଇ ସହକାରୀ ମ୍ୟାନେଜରଙ୍କୁ ଧମକ ଦିଏ ଯେ ସେ ହେଉଛି ଜଣେ ଡନ୍ । ତାକୁ ଦାଦାବଟି […]
କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଦ୍ୱାରା “ସଂଚୟ ପକ୍ଷ-୨୦୨୩” ପାଳନ ଅବସରରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ଏକକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜୁନିୟର୍ ବର୍ଗରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏବଂ ସିନିୟର୍ ବର୍ଗରେ +୩ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଜୁନିୟର୍ ବର୍ଗରେ ବିଷୟ ଥିଲା ‘ସଂଚୟର ଆବଶ୍ୟକତା ।’ ସେହିପରି ସିନିୟର୍ ବର୍ଗର ବିଷୟ ଥିଲା ‘ଆର୍ଥିକ […]
କେନ୍ଦ୍ରାପଡ଼ା, ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଡିସେମ୍ବର ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆରେ ଏହି ମେଳାର ଅନୁଷ୍ଠିତ ହେବ । ଏହା ସହିତ ମିଶି କରି ‘କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ଓ […]
ପଟ୍ଟାମୁଣ୍ଡାଇ ୯/୧୧ -ଶ୍ରୀମନ୍ଦିରର ଚାରି ଦ୍ୱାର ଅବିଳମ୍ବେ ଖୋଲାଯିବା, ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ଅଳଙ୍କାର ଗଣତି ଓ ମଣତି ସହ ଭଣ୍ଡାର ଘର ମରାମତି ଦାବିରେ ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତି ଓ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ଗୁରୁବାର ଦିନ ପଟ୍ଟାମୁଣ୍ଡାଇ ନଗର ଓ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ନଗର କଂଗ୍ରେସ ସଭାପତି ଅମୁଲ୍ୟ ପ୍ରଧାନଙ୍କ ନେତୃତ୍ୱରେ ପୋଖରିଆପଡା ପତିତପାବନ ମନ୍ଦିର ପ୍ରାଙ୍ଗଣରେ ସଂକୀର୍ତନ […]
କେନ୍ଦ୍ରାପଡା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳି ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ଠାରେ ଗୁରୁବାର ବିଜେଡିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ବ୍ୟାପି ଆୟୋଜିତ ତାଲିମ ଶିବିର ଆଜି ଦ୍ୱୀତିୟ ଦିବସ ।ପ୍ରଥମ ଦିବସର ପ୍ରଥମ ଅଧିବେଶନରେ ରାଜନଗର ବ୍ଲକର ୩୨ନଂ ଜୋନର ୧୧ପଂଚାୟତ ଦ୍ୱିତୀୟ ଅଧିବେଶନରେ ପଟ୍ଟାମୁଣ୍ଡାଇ ବ୍ଲକର ୧୮ନଂ ଜୋନର ୭ପଂଚାୟତ ଓ ଗଙ୍ଗାରାମପୁର ଓ ବାଛରା ପଂଚାୟତ ସାମିଲ କରାଯାଇଥିଲା । ଗୁରୁବାର […]
