ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ସହ ପଲ୍ଲୀରେ ଥିବା ଲୋକମାନଙ୍କ ନିକଟରେ ସରକାରୀ ଯୋଜନାର ସୁବିଧା ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ନିର୍ଦ୍ଦେଶରେ ଏକ ନିଆରା ସରକାରୀ କାର୍ଯ୍ୟକ୍ରମ ପଲ୍ଲୀରେ ପ୍ରଶାସନ ଆରମ୍ଭ ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକର ବଡ଼ ମୂଳବସନ୍ତ ପଞ୍ଚାୟତରେ ଆଜି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ  ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି ।  ଏଥିରେ ଅତିରିକ୍ତ ତହସିଲଦାର ପ୍ରତ୍ୟୁଷା ପ୍ରିୟଦର୍ଶନୀ […]

କେନ୍ଦ୍ରାପଡା ସହରରେ ସୋମବାର ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ତମ ଜନ୍ମ ଜୟନ୍ତି ପାଳନ କରାଯାଇଛି । ଏହି ଅବସରରେ କେନ୍ଦ୍ରାପଡା ମହାବିଦ୍ୟାଳୟ, ତହସିଲ କାର୍ଯ୍ୟାଳୟ ନିକଟ ଓ କୋର୍ଟ ପରିସରରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୃର୍ତ୍ତିରେ ବିଶିଷ୍ଠ ବ୍ୟକ୍ତିମାନେ ମାଲ୍ୟାପର୍ଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ବିଧାୟକ ଶଶିଭୂଷଣ ବେହେରାଙ୍କ ନେତୃତ୍ୱରେ ତହସିଲ କାର୍ଯ୍ୟାଳୟ ନିକଟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । […]

କେନ୍ଦ୍ରାପଡାର ନୃତ୍ୟ ଅନୁଷ୍ଠାନ ରୟାଲ ଡ୍ୟାନ୍ସ ଏକାଡେମିର ନୃତ୍ୟ ଶିଳ୍ପି ତଥା କେନ୍ଦ୍ରାପଡାର ଝିଅ ଚୀରାବ୍ଧି ତନ୍ନୟା ସର୍ବଭାରତୀୟ ସ୍ତରରେ ନୃତ୍ୟ ପ୍ରତିଯୋଗୀତାରେ ସଫଳତା ଆଣିଛନ୍ତି । ମଧ୍ୟ ପ୍ରଦେଶର ଗ୍ୱାଲିଅର ଠାରେ ଅନୁଷ୍ଠିତ ଦୁଇଦିନିଆ ସର୍ବଭାରତୀୟ ସ୍ତରରେ ନୃତ୍ୟ ପ୍ରତିଯୋଗୀତା ‘ସ୍ରୁଜନ’ରେ ବିଶିଷ୍ଟ ସାମ୍ବାଦିକ ରାଜେସ କୁମାର ବେହେରାଙ୍କ ଝିଅ ଚୀରାବ୍ଧି ତନ୍ନୟା ଓଡିଶି ନୃତ୍ୟ ‘ବସନ୍ତ ପଲ୍ଲବୀ’ରେ ନୃତ୍ୟ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । […]

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ଅଗ୍ରଣୀ ସମାଜସେବା ସଂଗଠନ ମାନସ ବିକାଶ ମଂଚ ପକ୍ଷରୁ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଠାରେ ଏକ ମେଗା ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରର ପ୍ରସିଦ୍ଧ କର ହସ୍ପିଟାଲ ମୁଖ୍ୟ ଡା ସିଦ୍ଧାନ୍ତ କରଙ୍କ ନେତୃତ୍ୱରେ ଆୟୋଜିତ ଏହି ବିଶାଳ ସ୍ୱାସ୍ଥ୍ୟ ସେବା ଶିବିରରେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଡେରାବିଶ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ କବୟିତ୍ରୀ ତଥା ପତ୍ରପୁର ସାମନ୍ତ ସିଂହାର କେଳୁ ଚରଣ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆରାଧନା ଦାଶଙ୍କର ତୃତୀୟ କବିତା ସଙ୍କଳନ “ଆଞ୍ଜୁଳାଏ ସ୍ମୃତି ପାଖୁଡ଼ା” ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ଓଡିଶାର ପ୍ରଥିତଯଶା ପ୍ରାବନ୍ଧିକ ତଥା ସମାଲୋଚକ ବାଗ୍ମୀ ବିଶ୍ୱ ଭାରତୀ ଶାନ୍ତିନିକେତନର […]

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବିଜେଡିର ଜନସଂପର୍କ ପଦଯାତ୍ରା ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିଲା । ଏହି ବ୍ଲକରେ ପଦଯାତ୍ରାର ଦ୍ୱିତୀୟ ଦିନରେ ବ୍ଲକ ବିଜେଡି ସଭାପତି ନିରଂଜନ ରାଉତଙ୍କ ନେତୃତ୍ୱରେ ଏହି ପଦଯାତ୍ରା ତ୍ରିନାଥ ବଜାର, ହଂସୁଆ ସେତୁ ଦେଇ ରାଜନଗର ବଜାର ପରିକ୍ରମା କରି ମହୁଲିଆ ପଚାଂୟତ ବିଭିନ୍ନ ଛକ ଦେଇ ଜରିମୂଳ ବଜାରରେ ପହଂଚିଥିଲା । ସେଠାରୁ କୁରୁଂଟି ପଚାଂୟତର ବିଭିନ୍ନ ଗ୍ରାମ […]

କେନ୍ଦ୍ରାପଡ଼ା, ୮ା୧୦ : ଆଜି ପୂର୍ବାହ୍ନରେ ଗୁଲନଗର ହାଇସ୍କୁଲ ପରିସରରେ ରବିବାର ଦିନ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ମହାଲକ୍ଷ୍ମୀ ପୂଜା କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବ ସରରେ ସଭାପତି ନିତ୍ୟାନନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ପ୍ରାୟ ଏକ ଶହରୁ ଉର୍ଦ୍ଧ ସଦସ୍ୟମାନେ ଉପସ୍ଥିତ ଥିଲେ । ସମ୍ପାଦକ ଗଣେଶ୍ୱର ସାହୁ କମିଟିର ବିଭିନ୍ନ କାର୍ଯ୍ୟ ତଥା ତ୍ରିନାଥ ବଜାରର ଉନ୍ନତିକରଣ ଓ […]

କେନ୍ଦ୍ରାପଡା ୮/୧୦ – କେନ୍ଦ୍ରାପଡା ସହରସ୍ଥିତ ଭାରତୀ ବିଦ୍ୟା ମନ୍ଦିର ପରିସରରେ ପ୍ରଜ୍ଞାନ ମିଶନ ପକ୍ଷରୁ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କୁ ଭାରତୀୟ ସନାତନ ସଂସ୍କୃତି ସହିତ ପରିଚିତ କରିବା ଲକ୍ଷ୍ୟରେ ପ୍ରଜ୍ଞାମିଶନ ପକ୍ଷରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା ୪ଟି ସ୍ତରରେ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରାପଡା ବ୍ଲକରୁ […]

ଗତ ୭ ବର୍ଷ ତଳୁ ପ୍ଲାଷ୍ଟିକ୍‌ ଓ ପଲିଥିନ ବ୍ୟବହାର ବନ୍ଦ କରାଯାଇଛି। ପ୍ରତ୍ୟକ ସହରକୁ ସ୍ବଚ୍ଛ ଓ ସୁନ୍ଦର ପରିଣତ କରିବା ପାଇଁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ବର୍ଜନ ନିୟମକୁ କଡ଼ାକଡ଼ି ଲାଗୁ କରିବା ପାଇଁ ଘୋଷଣା କଡ଼ାଯାଇଛି। ହେଲେ କେନ୍ଦ୍ରାପଡ ଜିଲ୍ଲାରେ ଥିବା ଦୁଇଟି ପୌରପରିଷଦ ଆରମ୍ଭରୁ ଚଢ଼ାଉ ଓ ପଦକ୍ଷେପ ନେଇ ଯେଉଁ ତତ୍ପରତା ଦେଖାଇଥିଲା ତାହା ଆଉ ନାହିଁ। […]

କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦ୍ରାପଡା ବ୍ଲକର ୭ ନଂ ଜୋନ୍‌ରେ କଂଗ୍ରେସ ତରଫରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନରେ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ ପଦଯାତ୍ରା କାର୍ଯ୍ୟକ୍ରମ ବ୍ଲକ ସଭାପତି ଚିତ୍ରସେନ ପରିଡାଙ୍କ ପୌରୋହିତ୍ୟରେ ରବିବାର ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ଏହି ପଦଯାତ୍ରା ଗାଙ୍ଗାପଡା ପଞ୍ଚାୟତର ଭରସିଂହ ଠାରୁ ଆରମ୍ଭ କରାଯାଇଥିଲା ଏବଂ ପଳସିଂହା ପଞ୍ଚାୟତର ବଉଳପଡା, ତେଲିପାଟଣା, ପଳସିଂହା, ଗୋବିନ୍ଦଜୀଉପାଟଣା […]

କେନ୍ଦ୍ରାପଡ଼ା, ୭ା୧୦ : କେନ୍ଦ୍ରାପଡା ପ୍ରଦକ୍ଷଣ ଭବନ ସମ୍ମିଳନୀ କକ୍ଷରେ ଶିଶୁ କିଶୋରମାନଙ୍କ ଯତ୍ନ ଓ ସୁରକ୍ଷା ସମ୍ପର୍କରେ କାର୍ଯ୍ୟ କରୁଥିବା ଜିଲ୍ଲାର ସମସ୍ତ ଥାନାର ସ୍ୱତନ୍ତ୍ର କିଶୋର ପୋଲିସ ଅଧିକାରୀମାନଙ୍କ ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ଦୈାରାଜଜ୍ ବିଶ୍ୱଜିତ୍ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ […]

ରାଜ୍ୟ ନଗର ଉନ୍ନୟନ ବିଭାଗ ନିର୍ଦେଶରେ ପଟ୍ଟାମୁଣ୍ଡାଇ ପୌରାଂଚଳ ଆଲୋକୀକରଣ (ଉଜ୍ୱଳ ଆଲୋକ ବ୍ୟବସ୍ଥା ) ସଫଳ କାର୍ଯ୍ୟକାରିତା ପାଇଁ ପୌର ପରିଷଦର ସ୍ୱତନ୍ତ୍ର ଅଧିବେଶନ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇ ପଟ୍ଟାମୁଣ୍ଡାଇ ସହରବାସୀଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଉଜ୍ଜଳ ଆଲୋକ ବ୍ୟବସ୍ଥା ସରକାରୀ ନୀତିନିୟମ ମଧ୍ୟରେ […]

କେନ୍ଦ୍ରାପଡା ୬/୧୦- କେନ୍ଦ୍ରାପଡା ଶିକ୍ଷା ମଣ୍ଡଳ ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜଜାଙ୍ଗଠାରେ ୩ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ “ଆମ ସଂସ୍କୃତି ଓ ଆମ ଖେଳନା” ପ୍ରସ୍ତୁତି ସମ୍ବନ୍ଧୀୟ କର୍ମଶାଳା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସବିତା ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ୧୫ଟି ବିଦ୍ୟାଳୟରୁ ୨୦ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରଶିକ୍ଷାର୍ଥୀ ଭାବେ ଯୋଗଦାନ କରିଥିଲେ । […]

କେନ୍ଦ୍ରାପଡା ୬/୧୦- ପ୍ରତିବର୍ଷ ଅକ୍ଟୋବର ମାସ ୬ ତାରିଖକୁ ବିଶ୍ୱ ମସ୍ତିଷ୍କ ପକ୍ଷାଘାତ ଦିବସ ରୂପେ ପାଳନ କରାଯାଏ । ମସ୍ତିଷ୍କ ପକ୍ଷାଘାତ ସାଧାରଣତଃ ଏକ ଜନ୍ମଗତ ଅବସ୍ଥା । ଯାହା ଫଳରେ ଶିଶୁର ମାଂସପେଶୀ ଓ ସ୍ନାୟବିକ ଦୁର୍ବଳତା ହେତୁ ସାଧାରଣ ଶିଶୁଙ୍କ ପରି ଚଳନକ୍ଷମ ହୋଇପାରେନାହିଁ । ଏହି ସ୍ୱତନ୍ତ୍ର ଶିଶୁଙ୍କ ପ୍ରଯତ୍ନ ଓ ଥେରାପି ସଂମ୍ପର୍କିତ ଏକ ସଚେତନତା କର୍ମଶାଳା ସ୍ୱେଚ୍ଛାସେବୀ ଅନୁଷ୍ଠାନ “ପୁନର୍ବାସ” ଥେରାପି […]

ମିଶନଶକ୍ତି ନୂଆ ଓଡିଶା ଗଠନର ସ୍ଥପତି ବୋଲି ଆଜି ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ମିଶନଶକ୍ତି ମହିଳାମାନଙ୍କ ମହାସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟ ମହିଳା କମିଶନ ପ୍ରାକ୍ତନ ଅଧ୍ୟକ୍ଷା ତଥା ମିଶନଶକ୍ତି ଉପଦେଷ୍ଟା ଡ଼ ଲୋପାମୁଦ୍ରା ବକ୍ସିପାତ୍ର ପ୍ରକାଶ କରିଛନ୍ତି । ମିଶନଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ କୈଳାଶ ସେନାପତିଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ଭାଷଣ ଦେଇ ମିଶନଶକ୍ତି ଉପଦେଷ୍ଟା ଡ଼ ବକ୍ସିପାତ୍ର କହିଲେ ଯେ ମହିଳାମାନଙ୍କୁ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଂଟା ପଂଚାୟତ ଅଧୀନ ଖଡିଅଂଟା ଗାଁ ବହୁ ଦିନ ଧରି ଅବହେଳିତ ହୋଇ ପଡିଛଥିବା ବେଳେ ଯାତାୟାତ ଲାଗି ଏହି ଗାଁକୁ ସବୁଦିନିଆ ଭଲ ରାସ୍ତା ନାହିଁ । ମାତ୍ର ଗାଁ ଭିତର ରାସ୍ତା ଯାତାୟାତ ଅନୁପଯୋଗୀ ହୋଇପଡିଥିବା ବେଳେ ବିଲ ବାଡିକୁ ରାସ୍ତା ନିର୍ମାଣ ହେଉଛି । ବିନା ପ୍ଲାନିଙ୍ଗରେ ଯନ୍ତ୍ରୀ ରାସ୍ତା ଉପରେ ଫେବର ରାସ୍ତା କରୁଥିବା ବେଳେ ଗାଁ ଦାଣ୍ଡରେ […]

କେନ୍ଦ୍ରାପଡ଼ା,୬ା୧୦ : କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗ ମାନ୍ୟତା ମିଳିଥିବାରୁ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ରସାବଳି ଉତ୍ସବ ଅନୁଷ୍ଠିିତ ହୋଇଯାଇଛି । ଏହି ଉପଲକ୍ଷେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଆଶ୍ରମର ମନ୍ଦିରରେ ଥିବା ଶ୍ରୀଜୀଉମାନଙ୍କୁ, ସ୍ୱାମୀ ଶିବାନନ୍ଦ ସରସ୍ୱତୀ ଓ ଚିଦାନନ୍ଦ ସରସ୍ୱତୀଙ୍କୁ ରସାବଳି ଭୋଗ ଅର୍ପଣ କରାଯାଇଥିଲା । ଏଥିସହିତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ମଧ୍ୟ ରସାବଳି ଭୋଗ […]

କେନ୍ଦ୍ରାପଡ଼ା, ୬ା୧୦ : କେନ୍ଦ୍ରାପଡା ରସାବଳିକୁ ଜି.ଆଇ.ଟ୍ୟାଗ ମାନ୍ୟତା ମିଳିବା ପରେ ଏହାର ଆବେଦନକାରୀ କେନ୍ଦ୍ରାପଡ଼ା ରସାବଳୀ ମିଷ୍ଟାନ୍ନ ନିର୍ମାତା ସଂଘର କର୍ମକର୍ତ୍ତାମାନଙ୍କୁୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଆଜି ଗରାପୁରସ୍ଥିତ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ଅଭିନନ୍ଦନ ଜଣାଇଛନ୍ତି । ଏହା ଆମ କେନ୍ଦ୍ରାପଡ଼ା ପାଇଁ ଏକ ବିଶେଷ ଗୌରବର ବିଷୟ ବୋଲି ଜିଲ୍ଲାପାଳ ଅଭିବ୍ୟକ୍ତ କରି ଖୁବ୍ ଶିଘ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ ଉତ୍ସବ ଅନୁଷ୍ଠିତ […]

କେନ୍ଦ୍ରାପଡ଼ା, ୬ା୧୦ : ଜନସାଧାରଣଙ୍କୁ ବିନା ମୂଲ୍ୟରେ ଆଇନ ସେବା ଯୋଗାଇଦେବା ଲକ୍ଷ୍ୟରେ ଆସନ୍ତା ଅକ୍ଟୋବର ମାସ ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଜିଲ୍ଲା ସ୍ତରୀୟ ଲୋକ ଅଦାଲତ । ଏହି ଜିଲ୍ଲା ସ୍ତରୀୟ ଲୋକ ଅଦାଲତ କେନ୍ଦ୍ରାପଡା କୋର୍ଟ ସମେତ ଏହାର ନିକଟବର୍ତ୍ତୀ ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର କୋର୍ଟ ପରିସରରେ ଅନୁଷ୍ଠିତ ହେବ । ତେଣୁ ଏହି ଲୋକ ଅଦାଲତରେ ଅସହାୟ ଗରିବ ଲୋକଙ୍କୁ ବିନା […]

କେନ୍ଦ୍ରାପଡ଼ା,୬ା୧୦: ରାଜ୍ୟର ପୁରାତନ ସାସ୍କୃତିକ ଅନୁଷ୍ଠାନ ଜିଲ୍ଲା ବୋଇତ ବନ୍ଦାଣ ସମିତି କେନ୍ଦ୍ରାପଡାର ଏକ ପ୍ରସ୍ତୁତି ବୈଠକ ଗରାପୁର ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ଚିନ୍ମୟ ପ୍ରସାଦ ବେହୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଚଳିତ ବର୍ଷ ବୋଇତ ବନ୍ଦାଣ ଉତ୍ସବ କିପରି ସରସ ସୁନ୍ଦର ଓ ଆକର୍ଷଣୀୟ ଭାବେ ଅନୁଷ୍ଠିତ ହେବ ସେ ସମ୍ପର୍କରେ ଉପସ୍ଥିତ ସଭ୍ୟ/ସଭ୍ୟାମାନେ ସବିଶେଷ ଆଲୋଚନା କରିଥିଲେ । ଆସନ୍ତା […]

କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭରତପୁର ଗ୍ରାମ ପଞ୍ଚାୟତର ଖଣ୍ଡିଆ ବନ୍ଧ ଗ୍ରାମରେ ଭୟଙ୍କର ବାଣ ବିଷ୍ପୋରଣରେ ଏକ କାର ଜଳିଯାଇଥିବା ବେଳେ କାରଚାଳକ ଜଣଙ୍କ ଗୁରୁତ୍ତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଖଣ୍ଡିଆବନ୍ଧ(ଭରତପୁର) ଗ୍ରାମର ସନାତନ ସାମଲଙ୍କ ପୁଅ ଡାକ୍ତର ସୁଧିର କୁମାର ସାମଲ ଘରୁ ବାହାରି ନିଜ କାରରେ ଖଣ୍ଡିଆବନ୍ଧ ଗ୍ରାମ୍ୟ ରାସ୍ତାରେ କଟକ ଯାଉଥିବା ବେଳେ ଖଣ୍ଡିଆବନ୍ଧ […]

ପଟ୍ଟାମୁଣ୍ଡାଇ ବାବା ସାହେବ ଆମ୍ବେଦକର ଦଳିତ ଜାତି ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ସହର ପରିକ୍ରମା କରାଯିବା ସହିତ ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ଆବଶ୍ୟକ ଡାକ୍ତର ନିଯୁକ୍ତ କରିବା, କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା, ଆସନ୍ତା ୨୦୨୬ରେ ପୁନଃରାୟ ସୀମା ପୁନଃନିର୍ଧାରଣ ସହ ବିଧାନସଭା ଓ ଲୋକସଭା ଆସନ ପୁନଃର୍ଗଠନ କରାଯାଉଥିବାରୁ ପୁନଃରାୟ ପଟ୍ଟାମୁଣ୍ଡାଇ (ସଂ )ଆସନ ପ୍ରତିଷ୍ଠା […]

ପଟ୍ଟାମୁଣ୍ଡାଇ ପୋଲିସ ଗତକାଲି ରାତିରେ ଜବତ କରିଥିବା ଗୋମାଂସ ହାଡ଼-ଚମଡା ବୋଝେଇ ଟ୍ରକ ମାମଲାର ବିଧିବଦ୍ଧ ତଦନ୍ତ କରି ଆଜି ଏକ ମୋକଦମା ରୁଜୁ କରିବା ସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ ଗତକାଲି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ବାଇ ପାସ ଛକରୁ ରାତି ପ୍ରାୟ ୯.୩୦ ମିନିଟ ସମୟରେ ସନ୍ଦେହଜନକ ଅବସ୍ଥାରେ ଯାଉଥିବା ଏକ ଗୋରୁ ମାଂସ […]

ଭୂବନେଶ୍ୱର, ୪ା୧୦–  ଆପଣ ଜାଣି ବିଶ୍ମିତ ହେବେ କି ୪୨ବର୍ଷ ଧରି ସ୍କୁଲ ଛାଡି ଥିବା ବୟବୃଦ୍ଧ ଛାତ୍ର ଛାତ୍ରୀ ମାନେ ଏବେ ସେମାନେ ଏକାଠି ହୋଇଛନ୍ତି । କିଏ କିଏ ସରକାରୀ ବାକିରୀରୁ ଅବସର ନେବାକୁ ବସିଲେଣି ତ କିଏ ଡାକ୍ତର ତ କିଏ ଇଞ୍ଜିନିୟର ଆଉ କିଏ ସରକାରଙ୍କର ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ମୁଣ୍ଡ ଓ ନିସରେ ପାଚିଲା ଚୁଟିକୁ ଦେଖିଲେ ବାରି […]