କେନ୍ଦ୍ରାପଡ଼ା ବ୍ଲକ ଅଧିନ କୋରୋ ପଂଚାୟତର ହରିଶ ଚନ୍ଦ୍ର ସେଠୀଙ୍କ ଏକମାତ୍ର ପୁତ୍ର ମାନସ ରଞ୍ଜନ ସେଠୀ (34 ବର୍ଷ )ସଡ଼କ ଦୁର୍ଘଟଣା ରେ ମୃତ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ବିଜେପି ନେତୃବୃନ୍ଦ । ଇନ୍ଦୁପୁର ମଣ୍ଡଳ ସଭାପତି ଶଶାଙ୍କ ଶେଖର ଓଝାଙ୍କ ନେତୃତ୍ୱରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତ,ପଂଚାୟତ ପ୍ରମୁଖ ଦିଲ୍ଲୀପ କୁମାର ଦାସ, ବଳରାମ ବେହେରା, ମହେଶ୍ୱର ସାହୁ, ରଂଜିତ […]

ପ୍ରଚଣ୍ଡ ରାଷ୍ଟ୍ରଭକ୍ତ, ଭାରତବର୍ଷର ଏକତା ଏବଂ ଅଖଣ୍ଡତାର ଉପାସକ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡ଼.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୩ ତମ ଜୟନ୍ତୀ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଧାନସଭା ନେତା ସୁନାକର ବେହେରା, ଜିଲ୍ଲା ଉପସଭାପତି ଉପିନ କୁମାର ରାଉତ, ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତ, ଜିଲ୍ଲା ସମ୍ପାଦକ ବିକ୍ରମାଦିତ୍ୟ ସାହୁ, ଅମିତାଭ […]

କେନ୍ଦ୍ରାପଡା ୬/୭: ମହାକାଳପଡ଼ା ବିକାଶ ମଞ୍ଚ ସୌଜନ୍ୟରେ ବିଶିଷ୍ଟ ଶିକ୍ଷାବିତ୍ ଦିବଂଗତ ପ୍ରଫୁଲ୍ଲ କୁମାର ରାଉତରାୟଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚ ସଭାପତି ଶିକ୍ଷାବିତ୍ କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଶିକ୍ଷାବିତ୍ କେଶବ ଚରଣ ପରମାଣିକ, ରତ୍ନାକର ରାଉତରାୟ, ଓଷ୍ଟା ରାଜ୍ୟ ସଂଘ ସମ୍ପାଦକ ପ୍ରଣବ କୁମାର ଜେନା, ଜିଲ୍ଲା […]

କେନ୍ଦ୍ରାପଡାତା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ରାଏଚାନ୍ଦ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୀନନୟନା ଷଡଙ୍ଗୀଙ୍କର ଅବସର ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ସଭାରେ ସାଧନ କେନ୍ଦ୍ରର ସଂଯୋଜକ ରାଜେଶ କୁମାର ବାରିକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ବିଶିଷ୍ଟ ଜ୍ୟୋତିର୍ବିଦ ତଥା ପାଲା ଗାୟକ ଅଖିଳ କୁମାର ନାୟକ, ମୁଖ୍ୟ ବକ୍ତା ଭଞ୍ଜ କିଶୋର ସ୍ୱାଇଁ ଓ […]

ଛାତ୍ରଛାତ୍ରୀମାନେ ପ୍ରତିଭା ବଳରେ ସାରା ଦୁନିଆରେ ପଟ୍ଟାମୁଣ୍ଡାଇର ପରିଚୟ ସୃଷ୍ଟି କରନ୍ତୁ:ବିଧାୟକ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ କରି ସମଗ୍ର ବିଶ୍ୱରେ ନିଜର ଉପସ୍ଥିତି ଜାହିର କରିଥିବା ଗୌରବମଣ୍ଡିତ ପଟ୍ଟାମୁଣ୍ଡାଇକୁ ଆହୁରି ଆଗକୁ ନେବା ପାଇଁ ଛାତ୍ରଛାତ୍ରୀ ନିଜର ଅନନ୍ୟ ପ୍ରତିଭା ପ୍ରଦର୍ଶନ କରି ଶ୍ରେଷ୍ଠତ୍ୱ ହାସଲ କରିବାକୁ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ କଲେଜର ୫୩ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟଅତିଥି ଭାବେ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ହାଟ ବଜାରରେ ପରିବା ଦର ଏବେ ଆକାଶ ଛୁଆଁ । ଗାଁ ଠୁ ନେଇ ସହର,ସବୁଠି ପରିବା ଦରକୁ ନେଇ ହା ହା କାର । ୮୦ ତଳକୁ ବଜାରରେ ପନିପରିବା ନାହିଁ । ସପ୍ତାହେ ହେବ ପରିବା ଦର ଲଗାତାର ଭାବେ ଉପରମୁହାଁ ହୋଇ ରହିଛି । ପରିବା ଦର ବଢୁଥିବାରୁ ଲୋକେ ବଜାରରୁ କମ୍ ପରିବା କିଣୁଛନ୍ତି । ଏହାର ସିଧାସଳଖ […]

କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଅନୁଷ୍ଠିତ ଚାରିଦିନିଆ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ‘ସଂପୃକ୍ତି’ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡଃ ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା ପ୍ରତ୍ୟେକ ବିଦ୍ୟାଳୟରେ ପ୍ରାଥମିକ ସ୍ତରୀୟ ପିଲାମାନଙ୍କୁ ଆକୃଷ୍ଟ କରିବା ଲାଗି ଏଫ୍‌ଏଲନ ରୁମ୍ ପ୍ରତିଷ୍ଠା, ସ୍କିମ୍ ଲେସନ୍ ପ୍ଲାନ୍‌, ଲେସନ୍ ନୋଟ୍‌, ତିନି ମାସିଆ ଯୋଜନା ପ୍ରସ୍ତୁତି, ଗୁଣାତ୍ମକ ଶିକ୍ଷା ପ୍ରଦାନ ଇତ୍ୟାଦି ସମ୍ପର୍କରେ ଅଭିମନ୍ତ୍ରିତ କରିଥିଲେ […]

ଓଡ଼ିଶା ମୋଟର ଚାଳକ ସଂଘ ର କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ନଗର ଶାଖା ଉଡାଘାଟନ ଗୋପ ସ୍ଥିତ କମଲ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା ଉପସ୍ଥିତ ହୋଇ ଡ୍ରାଇଭର ମାନଙ୍କୁ ଆଦି ଚାଳକ (ସାରଥୀ) ଭଗବାନ ଶ୍ରୀକୃଷ୍ଣଙ୍କ ବଂଶଜ ବୋଲି କହିବା ସହିତ ଶ୍ରୀକୃଷ୍ଣଙ୍କ ଜନ୍ମ ଦିନକୁ ଚାଳକ ଦିବସ […]

କେନ୍ଦ୍ରାପଡା ଜିଲ୍ଲା ୧୦୮ ଚିକିତ୍ସା ହେଲଥ କେୟାର ଅଧିନରେ ସମସ୍ତ ୧୦୮ଆମ୍ବୁଲାନ୍ସ କର୍ମଚାରୀମାନେ (ଇଏମଟି, ପାଇଲଟ,ଆଟେଣ୍ଡାଣ୍ଟ) ୨୦୧୩ମସିହା ଠାରୁ ନିଷ୍ଠାପୂର୍ଣ୍ଣ ଓ ନିସ୍ୱାର୍ଥପର ଭାବରେ କାମକରୁଛନ୍ତି । ସେମାନେ ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା, କରୋନା ମହାମାରୀ, ସାମୂହିକ ଦୁର୍ଘଟଣା ଯଥା ବାଲେଶ୍ୱର ଟ୍ରେନ ଦୁର୍ଘଟଣା ପରି ପରିସ୍ଥିତିରେ ବି ଲୋକମାନଙ୍କୁ ସଠିକ ସେବା ଦେଇଆସୁଛନ୍ତି । କିନ୍ତୁ ରାଜ୍ୟ ସରକାର ସେମାନଙ୍କୁ ଅଣଦେଖା କରୁଥିବାରୁ […]

କେନ୍ଦ୍ରାପଡା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା ରଶ୍ମିତା ସେଠୀଙ୍କ ଅଧ୍ୟକ୍ଷତାରେ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗ ଦେଇଥିବା ବେଳେ ମଣ୍ଡଳ ଉନ୍ନୟନ ଅଧିକାରୀ ବନ୍ଦିତା ଖଟୁଆ ପୂର୍ବ ବୈଠକର ବିବରଣୀ ପାଠ କରିବା ସହ ଆଜିର ବୈଠକ ସମ୍ପର୍କରେ ସୂଚନା ଦେଇଥିଲେ । ଅଧ୍ୟକ୍ଷଙ୍କ ଅନୁମତିରେ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରେ ଅସରାଏ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ଯାତାୟତରେ ବାଧାସୃଷ୍ଠି କରୁଛି । ଗତ କାଲି ଓ ଆଜି ଘଂଟାଏ ଧରି ବର୍ଷା ହେବା ପରେ ସହରରେ ଏଭଳି ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ପଟ୍ଟାମୁଣ୍ଡାଇ ଡାକବଙ୍ଗଳା ପାଖରୁ ବାସୁପାତ୍ର ଗଳି ରାସ୍ତାଟି ନାଳ ପାଣି ଭାସୁଛି । ଯଦି ଅସରାଏ ବର୍ଷାରେ ସହରର ସ୍ଥିତି ଏପରି ହେଉଛି ତେବେ […]

କେନ୍ଦ୍ରାପଡ଼ା ୫ା୭-:ବର୍ଷା ନଥିବାରୁ ଚାଷୀମାନେ ପାଣିଟୋପାଏ ପାଇଁ ଚାହିଁ ବସିଥିବାବେଳେ ପଟ୍ଟାମୁଣ୍ଡାଇ ମୁଖ୍ୟକେନାଲ ସହିତ ଶାଖା କେନାଲ ଶୁଖିଲା ପଡିଛି  । ପ୍ରତିଦିନ ଆକାଶରେ କଳାବାଦଲ ଢ଼ାଙ୍କୁଥିଲେବି ଭଲ କରି ବର୍ଷା ହେଉନାହିଁ । ଫଳରେ କେନ୍ଦ୍ରପଡା ଜିଲ୍ଲାର ଭାତ ହାଣ୍ଡି କୁହଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳର ଶହଶହ ଏକର ଚାଷଜମିରେ ପାଣି ବିନା ଚାଷକାମ ଆଗେଇ ପାରୁନାହିଁ  । ଏନେଇ ଉତିକଣ ଅଞ୍ଚଳର ୫୦ରୁ ଊର୍ଦ୍ଧ୍ଵ ଚାଷୀ ପଟ୍ଟାମୁଣ୍ଡାଇ […]

କେନ୍ଦ୍ରାପଡ଼ା ୪ା୭: କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମହାକାଳପଡା ବ୍ଲକ୍‌ର ଅମିରାବାଦ ଗ୍ରାମରେ ଆଜି ମଧ୍ୟାହ୍ନ ସମୟରେ ବଜ୍ରପାତ ରଚିଲା ତାଣ୍ଡବ । ଏକ କାଳୀନ ପଡିଲା ୪ଟି ନଡିଆ ଗଛ ଉପରେ ଜଳିଲା ହୁତୁ ହୁତୁ ହୋଇ ନିଆଁ । ତଳେ ଥିବା ଛପର ଘର ଉପରେ ପଡି ଚାଲିଲା ନିଆଁ ମୁଣ୍ଡା ଜଳି ଭସ୍ମ ହୋଇଗଲା । ନିତ୍ୟସୁନ୍ଦର ଜେନାଙ୍କର ଦୁଇ ବଖରା ଛପର ଘର ଗାଁ ଲୋକମାନେ […]

କେନ୍ଦ୍ରାପଡ଼ା ୪ା୭: କେନ୍ଦ୍ରାପଡା ଜିଲ୍ଲାରେ ଅନେକ ପଦବୀରେ କର୍ମଚାରୀ ନ ଥିବାରୁ କାର୍ଯରେ ବାଧା ଦେଖାଦେଇଛି । ଜଣେ ଅଧିକାରୀଙ୍କୁ ଏକାଧିକ ବିଭାଗର ଦାୟିତ୍ତ୍ୱ ଦିଆଯାଇଛି । ଯନ୍ତ୍ରୀମାନଙ୍କୁ ଏକାଧିକ ଦାୟିତ୍ତ୍ୱ ଦିଆଯାଇଥିବାରୁ ସଠିକ ଭାବେ କାର୍ଯ୍ୟର ତଦାରଖ କରାଯାଇପାରୁନାହିଁ । ଯାହା ଫଳରେ ବିକାଶରେ ବାଧା ଦେଖାଦେଇଛି । କେନ୍ଦ୍ରାପଡା ପୁର୍ତ୍ତ ବିଭାଗ-୧ ଅଧିକ୍ଷଣ ଯନ୍ତ୍ରୀ କ୍ଷିରୋଦ ଚନ୍ଦ୍ର ବେହେରା ଏବଂ ସହକାରୀ ଯନ୍ତ୍ରୀ ପ୍ରଶନ୍ନ କୁମାର ସାମଲଙ୍କୁ […]

କେନ୍ଦ୍ରାପଡ଼ା ୪ା୭: ଏକୋଇଶି ବର୍ଷରୁ କମ ଭାରତୀୟ ଭଲିବଲ ଦଳରେ ଓଡିଶାର କେନ୍ଦ୍ରାପଡା ସହରସ୍ଥ ରଣପଡା ଗ୍ରାମର ମହମ୍ମଦ ରାଜା ସ୍ଥାନ ପାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେ ଆନ୍ତର୍ଜାତୀୟ ଭଲିବଲ୍ ପ୍ରତିଯୋଗିତାରେ ଭାଗନେବା ପାଇଁ ଆଜି ବାହାରିନ ଯାତ୍ରା କରିବେ । ଏହି ଶୁଭ ଖବର କେନ୍ଦ୍ରାପଡାର କ୍ରୀଡାପ୍ରେମୀ, ଜନସାଧାରଣ ଓ କ୍ଲବମାନଙ୍କରେ ଖୁସିର ଲହରୀ ଖେଳାଇ ଦେଇଛି । ବାହାରିନର ମାନାମାଠାରେ ଆନ୍ତର୍ଜାତୀୟ ଭଲିବଲ୍ […]

କେନ୍ଦ୍ରାପଡା ୪.୭-କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ସପ୍ରତି ସମସ୍ୟା ପରେ ସମସ୍ୟାରେ ଛନ୍ଦି ହୋଇପଡିଛି । ରାଜ୍ୟ ସରକାର ଏହି ପୁରାତନ ହାଇସ୍କୁଲର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ପ୍ରଯ୍ୟାପ୍ତ ସରକାରୀ ଅନୁଦାନ ଯୋଗାଇ ଦେବା ସହିତ ସ୍କୁଲକୁ ସେଣ୍ଟର ଅଫ ଏକ୍ସିଲେନ୍ସ ମାନ୍ୟତା ପ୍ରଦାନ କରିଛନ୍ତି । ମାତ୍ର ପ୍ରଧାନଶିକ୍ଷକ ସମେତ ବହୁ ଶିକ୍ଷକ ପଦବୀ ଖାଲି ପଡିବା ଘଟଣା ସ୍କୁଲ […]

ପଟ୍ଟାମୁଣ୍ଡାଇ ୪.୭-ତିନିଦିନ ତଳୁ ନିଖୋଜ ଥିବା ଯୁବକର ମୃତ ଦେହ ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହୋଇଛି । ପରିବାର ପକ୍ଷରୁ ଯୁବକଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ତନୁପୁର ନନ୍ଦିନଗର ଗାଁର ଶୁକଦେବ ପାତ୍ରଙ୍କ ପୁଅ ନାରାୟଣ ପାତ୍ର (୨୮) ଗତ ତିନି ଦିନ ତଳୁ  ନିଖୋଜ ଥିଲେ । ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା । ମଙ୍ଗଳବାର […]

ପଟ୍ଟାମୁଣ୍ଡାଇ ତା ୩.୭-ରାଜନଗର ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ଅଢାଯୋଡ଼ି ସାତହୁଙ୍କା ମଠ ଠାରେ ମହାଜନସମ୍ପର୍କ ଓ ଲାଭାର୍ଥୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ଡ଼ ଅଲେଖ କୁମାର ଜେନା ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ବର୍ଷ ଶାସନ ଓ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ ।.ବିଜେପି ନେତା ବନମାଳୀ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସମାବେଶରେ ବରିଷ୍ଠ […]

ପଟ୍ଟାମୁଣ୍ଡାଇ ତା ୩.୭-ଆଜି ପଟ୍ଟାମୁଣ୍ଡାଇ ବ୍ଲକର ଦିହୁଡିପୁର ପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ  ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦିହୁଡି ପୁର ସରପଞ୍ଚ ନରେଶ ମଲିକ  ପ୍ରମୁଖ ଯୋଗ ଦେଇ ପଲ୍ଲୀ ପ୍ରଶାସନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ I ଏହି ନିଆରା ସରକାରୀ କାର୍ଯ୍ୟକ୍ରମ ପ୍ରତି ଲୋକମାନଙ୍କ ସମର୍ଥନ ଥିବା ଦେଖିବାକୁ ମିଳିଥିଲା ।  ଏଥିରେ ଆବାସ, ରାସନକାର୍ଡ,ଓ […]

କେନ୍ଦ୍ରାପଡ଼ା, ୩ା୭ : ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.)କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆକାଶ ଛୁଆଁ ଦରବୃଦ୍ଧିର ପ୍ରତିବାଦ କରାଯାଇଥିଲା । ବର୍ତ୍ତମାନ ଯେଭଳି ଭାବେ ଅଦା କିଲୋ ୩ଶହ ଟଙ୍କା, ବିଲାତି କିଲୋ ୧୨୦ଟଙ୍କା, ରସୁଣ କିଲୋ ୧୫୦ଟଙ୍କା, ଡାଲି, ତେଲ, ପେଟ୍ରୋଲ, ଡିଜେଲ, ଔଷଧ, ପାଠ ପଢିବା ପାଇଁ ଆବଶ୍ୟକ ସାଧା କାଗଜ ପ୍ରଭୃତିର ଦାରଦାମ ନିୟନ୍ତ୍ରଣ ବାହାରକୁ ଚାଲିଯିବା ସହ ଆକାଶ ଛୁଆଁ […]

କେନ୍ଦ୍ରାପଡ଼ା, ୩ା୭: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନରେ ୯୧.୮୫ ପ୍ରତିଶତ ନମ୍ବର ରଖି ବରଜ କୁମାର ଦାସ ଟପ୍ପର ହୋଇଛନ୍ତି । ସେ ଜଣେ ଦିବ୍ୟାଙ୍ଗ ହୋଇମଧ୍ୟ କଲେଜ ଟପ୍ପର ହୋଇଥିବାରୁ ବିଭିନ୍ନ ମହଲରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଶ୍ରୀ ଦାସଙ୍କୁ ଜାବିର ବିନ କବିର ଶୈକ୍ଷିକ ଅନୁଷ୍ଠାନ ତରଫରୁ ଉତ୍ତରୀୟ, ପୁଷ୍ପଗୁଛ, ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି । ବିଗତ ବର୍ଷମାନଙ୍କରେ […]

କେନ୍ଦ୍ରାପଡା ୩/୭- ଜିଲ୍ଲାର କଳାକାରମାନେ ଆଜି ସହକାରୀ ଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲା ସଂସ୍କୃତି ଅଧିକାରିଣୀଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ କରିଥିଲେ । ସେମାନଙ୍କ ଅଭିଯୋଗ ଥିଲା କଳାକାରମାନଙ୍କ ଭତ୍ତା ସେମାନଙ୍କୁ ନିୟମିତ ଦିଆନଯାଇ ସାତଆଠ ମାସ କାଳ ତାଙ୍କ କାର୍ଯ୍ୟାଳୟରେ ପକାଇ ରଖୁଛନ୍ତି । ଜୀବିତ ପ୍ରମାଣ ପତ୍ର କଳାକାରମାନଙ୍କଠାରୁ ବର୍ଷକୁ ୨୦ ଥର ନେଉଛନ୍ତି । ବରିଷ୍ଠ ନାଗରିକ ଓ ବୃଦ୍ଧ କଳାକାରମାନଙ୍କୁ ଅସମ୍ମାନ କରୁଛନ୍ତି । ଭତ୍ତା […]

କେନ୍ଦ୍ରାପଡ଼ା, ୩ା୭ : କେନ୍ଦ୍ରାପଡା ଜିଲ୍ଲାର ୨ଟି ପରୀକ୍ଷା କେନ୍ଦ୍ରରେ ଆଜିଠୁ ମାଟ୍ରିକ ପରୀକ୍ଷା ଓ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ ଆରମ୍ଭ ହୋଇଛି । କେନ୍ଦ୍ରାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ପରୀକ୍ଷା କେନ୍ଦ୍ର ହୋଇଛି । ଆଜି ପ୍ରଥମ ଦିନରେ ଓଡିଆ ବିଷୟରେ ପରୀକ୍ଷା ଥିବା ବେଳେ କେନ୍ଦ୍ରାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା […]

  ଆପଣ ତରକାରୀରେ ଅଧିକ ମସଲା ପକାଉଛନ୍ତି କି । ତେବେ ହୋଇ ଯାଆନ୍ତୁ ସତର୍କ ନହେଲେ ମାସିକ ବଜେଟ ଉପରେ ପଡିପାରେ ପ୍ରଭାବ । ମସଲାପାଇଁ ଆବଶ୍ୟକ ହେଉଥିବା ଅଦାର ଦର ବଜାରରେ ବଢିବଢି ଚାଲିଛି । ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉଛି । ବର୍ତମାନ ବଜାରରେ ଅଦା ଦର କିଲୋ ପ୍ରତି ୩ ଶହରୁ ୩୨୦ ଟଙ୍କାରେ ବିକ୍ରି ହେଉଛି […]