କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ଅଗ୍ରଣୀ ସାଂସ୍କୃତିକ ଓ ସମାଜକଲ୍ୟାଣ ପରିଷଦ ଉଲ୍ଲାସ ନାଟ୍ୟ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି ।ଏହି ଉପଲକ୍ଷେ ଉଲ୍ଲାସ ଉପସଭାପତି କ୍ୟାପଟେନ ମନୋଜ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ମୁଖ୍ୟଅତିଥି ଓ ପଟ୍ଟାମୁଣ୍ଡାଇ ବ୍ଲକର ପୂର୍ବତନ ଅଧ୍ୟକ୍ଷ ନିଶିକାନ୍ତ ପ୍ରଧାନ ମୁଖ୍ୟବକ୍ତା ଓ ପ୍ରସିଦ୍ଧ ନାଟ୍ୟକାର ଅଧ୍ୟାପକ ଗୋଲକ ମହାରଣା ସମ୍ମାନିତଅତିଥି ଭାବେ ଯୋଗ ଦେଇ କଳା ସଂସ୍କୃତି ଓ ସାହିତ୍ୟ ଅଂଚଳର ଗୌରବମୟ ଇତିହାସର ମୁକସାକ୍ଷୀ ବୋଲି ମତପ୍ରକାଶ କରିବା ପଟ୍ଟାମୁଣ୍ଡାଇ ଅଂଚଳର କଳା ସଂସ୍କୃତି ଓ ସାହିତ୍ୟକୁ ରୁଦ୍ଧିମନ୍ତ କରିବା ପାଇଁ ସବୁସ୍ତରରେ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ । ଉଲ୍ଲାସ ସହସମ୍ପାଦକ ପ୍ରମୋଦ ସାହୁ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ କୋଷାଧକ୍ଷ ତପରଞ୍ଜନ ବେହେରା ଧନ୍ୟବାଦ ଦେଇଥିଲେ । ଆଳି ବେଲେଶ୍ୱରପୁର ମା ମଙ୍ଗଳା ଡ୍ରାମାଟିକ କ୍ଲବ ପକ୍ଷରୁ ନାଟ୍ୟକାର.ମନୋଜ ପଣ୍ଡାଙ୍କ ରଚିତ ଓ ଶ୍ରୀନାଥ ମଲ୍ଲିକଙ୍କ ନିର୍ଦେଶିତ ସପନ ଆଣିବ ନୂଆ ସକାଳ ନାଟକ ମଞ୍ଚସ୍ଥ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଲିଲେନ୍ଦୁ ମହାନ୍ତି, ସଂଜୀବ କର,ଶ୍ରୀନିବାସ ପାଢ଼ୀ, ସଂଜୀବ ମଲ୍ଲିକ ପରିଚାଳନା କରିଥିଲେ ।