କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା ଓ ବିଧାୟକଙ୍କ କୁଶପୁତ୍ତଳିକା ଦାହ



କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ବେଲପାଳ ଆର ଆଇ ଅଫିସ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏହି କାର୍ଯ୍ୟ ପାଇଁ ୩ଜଣ ଠିକାଦାର ଟେଣ୍ଡର ପକାଇ ଥିଲେ । ତେବେ ରାଜନଗର ବିଧାୟକ ବିଭାଗୀୟ ଅଫିସରଙ୍କୁ ଟେଲିଫୋନ କରି ମୋ ନିଜ ଲୋକ ଟେଣ୍ଡର ପାଇବା ଦରକାର ଓ ଅନ୍ୟ ଠିକାଦାରଙ୍କୁ ବାଦ ଦେବା ପାଇଁ ନିର୍ଦେଶ ଦେବା ସହିତ ନିଜ ଲୋକ ଠିକା କାମ ପାଇବେ ଓ ଅସାଧୁ ଉପାୟରେ କାର୍ଯ୍ୟ କରିବେ ତାହାର ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଥିବା ଓ ଏହା ଏକ ବୈଦୁତିକ ମାଧ୍ୟମରେ ପ୍ରସାରିତ ହୋଇଥିବାରୁ ବିଧାୟକ ଟେଣ୍ଡର ଫିକ୍ସିଙ୍ଗ କରିଥିବା ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ ଅଭିଯୋଗ କରିବା ସହିତ ଏହାର ଦୃଢ଼ ନିନ୍ଦା ଓ ପ୍ରତିବାଦ କରିଛି । ଏହାର ପ୍ରତିବାଦରେ ପୁରୁଣା ବାଇପାସ ଠାରୁ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ମେଡିକାଲ ଛକ ଠାରେ ପ୍ରତିବାଦ ସଭା କରାଯିବା ସହିତ ବିଧାୟକ ଧ୍ରୁବ ସାହୁଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ନଗର କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ କଂଗ୍ରେସ ସଭାପତି ନିମାଇ କର, ଜିଲ୍ଲା ଓ ବିସି ସଭାପତି ମଳୟ ଦାସ,ପି ସି ସି ସଭ୍ୟ ପ୍ରଦୀପ ପ୍ରଧାନ,ପ୍ରାକ୍ତନ ବ୍ଲକ ସଭାପତି ଯଦୁମଣି ଦାସ, ନଗର କଂଗ୍ରେସ ଉପସଭାପତି ଅବିନାଶ ଲେଙ୍କା ଓ ସନାତନ ବିଶ୍ୱାଳ, ସରପଞ୍ଚ ନରେଶ ମଲିକ, ସମିତିସଭ୍ୟ ପର୍ଶୁରାମ ବେହେରା ଓ ବିଶ୍ୱରଞ୍ଜନ ଭୂୟାଁ, ପୂର୍ବତନ ସରପଞ୍ଚ ବିରଞ୍ଚି ଦାଶ, ମାଗୁଣି ଲେଙ୍କା କାଉନସିଲର ମଳୟ ଓଝା, ସମ୍ରାଟ ଜେନା ପୂର୍ବତନ କାଉନସିଲର ହିରଣ୍ୟ ରାଉତ, ଆଲୋକ ଧଳ, ଜିଲ୍ଲା ଯୁବକଂଗ୍ରେସ ସଭାପତି ରଞ୍ଜନ ବେହେରା,ବ୍ରଜବନ୍ଧୁ ଦାଶ, ଦେବାଶିଷ ମହାନ୍ତି, ଅମିତ ନାୟକ, ପିଣ୍ଟା ଚୌଧୁରୀ,ମନୋରଞ୍ଜନ କର, ସମୀର ଜେନା,ଭରତ ସ୍ୱାଇଁ, ପଞ୍ଚାନନ ଧଳ, ବିକାଶ ପାତ୍ର,ପ୍ରଦୀପ ବିଶ୍ୱାଳ, ପୁରୁଷୋତ୍ତମ ଗିରି, ପ୍ରଦୀପ ବେହେରା ପ୍ରମୁଖ ବହୁ କଂଗ୍ରେସ ନେତା ଭାଷଣ ଦେଇଥିଲେ । ଶେଷରେ କଂଗ୍ରେସ ପକ୍ଷରୁ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading