କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ପୂର୍ବତନ ସଭାପତି ବରିଷ୍ଠ ନେତା ମଳୟ ଦାସ ଜିଲ୍ଲା କଂଗ୍ରେସ ଓବିସି ବିଭାଗ ଅଧ୍ୟକ୍ଷ ଭାବେ ଅଖିଳ ଭାରତ କଂଗ୍ରେସ ଓବିସି ବିଭାଗ ଅଧ୍ୟକ୍ଷ ଅଜୟ ସିଂହ ଯାଦବ ନିଯୁକ୍ତି ଦେଇଛନ୍ତି । ଜଣେ ଦୃଢ଼ ସଂଗଠକ ଓ ଅନୁଭୂତିସମ୍ପନ୍ନ ଅଭିଜ୍ଞ ନେତା ଶ୍ରୀଦାସଙ୍କୁ ଏହି ନିଯୁକ୍ତି ଦିଆଯାଇଥିବାରୁ କଂଗ୍ରେସ ଓବିସି ବିଭାଗ ଅଧିକ ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି । ନୂତନ ଜିଲ୍ଲା କଂଗ୍ରେସ ଓବିସି ଅଧ୍ୟକ୍ଷ ଦାସଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ନିମାଇ କର, ନଗର କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନ, ଉପସଭାପତି ଅବିନାଶ ଲେଙ୍କା ଓ ସନାତନ ବିଶ୍ୱାଳ, ଯୁବନେତା ତପନ ପାତ୍ର ପ୍ରମୁଖ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।