କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦୁର୍ନୀତିକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର



କେନ୍ଦ୍ରାପଡା, ୧୬ା୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଭିନ୍ନ ଦୁର୍ନୀତିକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ଦାବି ହେଉଛି, ସରକାରୀ ଅର୍ଥ ଆତ୍ମସାତ୍ ଓ ଅନିୟମତାର ଅଭିଯୋଗ ନିୟମିତ ଭାବେ ସାମ୍ନାକୁ ଆସୁଥିବାରୁ ଏହାର ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ ବା ସ୍ୱତନ୍ତ୍ର ଏ.ଜି. ଅଡିଟ୍ କରିବା, କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ, କଲେଜ କ୍ୟାମ୍ପସ୍ ଭିତରେ ଅଣଛାତ୍ର ପ୍ରବେଶ ରୋକିବା ପ୍ରଭୃତି । ଘଟଣାରୁ ପ୍ରକାଶ କି କିଛିଦିନ ତଳେ କଲେଜ କ୍ୟାମ୍ପସ୍‌ରେ ବେଆଇନ ଭାବେ କିଛି ଅଣଛାତ୍ର ପ୍ରବେଶ କରି ଇଂରାଜୀ ବିଭାଗର ଅଧ୍ୟାପିକା ଦୁର୍ବାଶା ପ୍ରିୟଦର୍ଶିନୀଙ୍କୁ ଆକ୍ରମଣ ଓ ଧମକପୂର୍ଣ୍ଣ ଗାଳିଗୁଲଜ କରିଥିଲେ ବୋଲି ଅଧ୍ୟାପିକା କଲେଜ ଅଧ୍ୟକ୍ଷଙ୍କୁ ଜଣାଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ଏହି ଘଟଣାକୁ ଛାତ୍ର କଂଗ୍ରେସ ପକ୍ଷରୁ ତୀବ୍ର ସମାଲୋଚନା କରାଯିବା ସହ ନିରପେକ୍ଷ ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ କଲେଜର ସମସ୍ତ ଅଧ୍ୟାପକ/ଅଧ୍ୟାପିକାମାନଙ୍କର ନିରାପତ୍ତା କରିବା ପାଇଁ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । ଯଦି ରାଜ୍ୟ ସରକାର ଏହି ଦାବିଗୁଡିକ ଆସନ୍ତା ଜାନୁୟାରୀ ୨୨ତାରିଖ ମଧ୍ୟରେ ନ ଶୁଣନ୍ତି ବା କୌଣସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତାହା ବିରୁଦ୍ଧରେ ଜିଲ୍ଲା ଛାତ୍ର କଂଗ୍ରେସ ସଂଗଠନ ପକ୍ଷରୁ ଛାତ୍ର ଆନ୍ଦୋଳନ କରିବାକୁ ଦାବିରେ ଉଲ୍ଲେଖ କରାଯାଇଛି । ଏହି ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ସେକ୍ ପରଭେଜ୍ ଅଖତର, ରତିକାନ୍ତ ସାମଲ, ଦିବେଶ ରାଜ୍ ମଲ୍ଲିକ, ବିକ୍ରମ ମଲ୍ଲିକ, ସେକ୍ ଲତିଫୁର ରହେମାନ୍‌, କାଦିର୍ ଖାନ୍‌, କାହ୍ନା ମଲ୍ଲିିକ, ଉମାକାନ୍ତ ମଲ୍ଲିକ, ମୋଜାହିଦ୍ ଖାନ୍‌, ସୟଦ୍ ମୁମତାଜ୍ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading