
ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଦେବଙ୍କ ଆଶ୍ରମ ପ୍ରତିଷ୍ଠା ଉତ୍ସବ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଭକ୍ତ ସମିତି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବେଲତଳ ଠାରେ ଅନୁଷ୍ଠିତ ଆଶ୍ରମ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଧାମ କରମଳାର ସନ୍ୟାସୀ ମାନେ ଯୋଗଦେଇ ହୋମଯଜ୍ଞ, ପୂଜାର୍ଚ୍ଚନା ଓ ଷୋଡଶ ଉପଚାର ପୂଜା ସହିତ ଆଶ୍ରମ ପ୍ରତିଷ୍ଠା କରିଥିଲେ । ବହୁ ଭକ୍ତ ରୁଣ୍ଡ ହୋଇ ପ୍ରଭୁଙ୍କ ଦର୍ଶନ କରିଥିଲେ । ସିଂହାସନରେ ଶ୍ରୀ ଶ୍ରୀ ଠାକୁରଙ୍କୁ ସନ୍ଥ ବିଦ୍ୟାଧର ଦାସ ମହାରାଜ ବିଜେ କରାଇଥିଲେ । ସେବକ ପ୍ରେମାନନ୍ଦ ପଣ୍ଡାଙ୍କ ତତ୍ୱାବଧାନରେ ସଂଜୟ ବେହେରା, ବସନ୍ତ ସାମଲ, ସତ୍ୟାନନ୍ଦ ସାହୁ, ଅଲେଖ ମହାନ୍ତି, ଅନାଦୀ ସାଇଁ, ଅଭୟ ଖିଲାଲ, ଅଭିରାମ ସାମଲ, କବିନ୍ଦ୍ର ସାମଲ,ପ୍ରଶାନ୍ତ ସାଇଁ, ରାଧାକୃଷ୍ଣ ରାଉତରଏ, ବସନ୍ତ ସାମଲ, ବୈଷ୍ଟବ ପାତ୍ର, ଭଜହରି ରଣା, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗୃହ ପ୍ରତିଷ୍ଠା କାର୍ଯ୍ୟରେ କର୍ତାଭାବେ ସତ୍ୟାନନ୍ଦ ସହୁ ଓ କୃଷ୍ଣପ୍ରିୟା ସାହୁ ଯୋଗଦେଇ ପ୍ରତିଷ୍ଠା କାର୍ଯ୍ୟ ସମାପନ କରିଥିଲେ ।











