ବୀର ହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଆ ସାହିତ୍ୟ ପ୍ରତିଯୋଗିତା


କେନ୍ଦ୍ରାପଡ଼ା,୨୮ା୧: ନିକିରାଇସ୍ଥିତ ବୀର ହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ‘ନୂଆ – ଓ ଆମ ଓଡିଶା ନବୀନ ଓଡିଶା’ ଯୋଜନା ଅନ୍ତର୍ଗତ ‘ଓଡିଆ ସାହିତ୍ୟ ପ୍ରତିଯୋଗିତା’ କାର୍ଯ୍ୟକ୍ରମ ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତ ବରାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ନୋଡାଲ ଅଧିକାରୀ ଡ. ଆଲୋକ କୁମାର ରାୟ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଡ. ହିମାଂଶୁ ଭୂଷଣ ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ଓଡିଆ ବିଭାଗର ପ୍ରାକ୍ତନ ମୁଖ୍ୟ ଡ. ନୀଳମଣୀ ଲେଙ୍କା ମୁଖ୍ୟବକ୍ତା ରୂପେ ଓଡିଆ ଭାଷା ଓ ସାହିତ୍ୟ ସମ୍ପର୍କରେ ନିଜସ୍ୱ ମତ ଉତଥାପନ କରିଥିଲେ । ଏହି ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନ କ୍ଷେତ୍ରରେ ଡ. ପ୍ରମୋଦ କୁମାର ରାଉତ, ପ୍ରଫେସର ଅମ୍ଳାନ କିରଣ ରାଉତ, ଡ. ସଂଗ୍ରାମ କେଶରୀ ମହାନ୍ତି, ଅଧ୍ୟାପିକା ପ୍ରଭାତୀ ଧଳ, ଶାଳିନୀ ପରିଡା, ଧିରେନ କୁମାର ସାହୁ, ଭକ୍ତବନ୍ଧୁ ଓଝା, ରାଜେନ୍ଦ୍ର ନାରାୟଣ ସାହୁ, ଦିଲ୍ଲିପ କୁମାର ଜେନା, ବିଭୁତି ଭୂଷଣ ବାରିକ, ପତିତପାବନ ମଲ୍ଲିକ, ସରୋଜ କୁମାର ଜେନାଙ୍କ ସମେତ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ । ନୂତନ ଭାବେ ଯୋଗଦେଇଥିବା ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ଅଧ୍ୟକ୍ଷ ଏହି ଅବସରରେ ସମ୍ବର୍ଦ୍ଧିତ କରିଥିଲେ ।

 


Discover more from

Subscribe now to keep reading and get access to the full archive.

Continue reading