ମହାନଦୀ ଫେରିଘାଟ ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା : ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ


କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ବାହାକୂଦ-ମୂଷାଡ଼ିଆ ମହାନଦୀ ଫେରିଘାଟ ମଝିରେ ଯାତ୍ରୀବାହୀ ଡ଼ଙ୍ଗା ଫସିଥିବା ବେଳେ ଅଳ୍ପକେ ୫୦ଜଣ ଯାତ୍ରୀ ବର୍ତ୍ତିଯାଇଛନ୍ତି ।


ସୂଚନାଯୋଗ୍ୟ, ମହାକାଳପଡ଼ା ବ୍ଲକ ବାହାକୂଦ-ମୂଷାଡ଼ିଆ ଫେରିଘାଟର ମଙ୍ଗଳବାର ଭୋରରୁ ବାହାକୁଦ ପଟୁ ୫୦ରୁ ଊର୍ଦ୍ଧ୍ଵ ଯାତ୍ରୀଙ୍କୁ ଡଙ୍ଗାଟି ନେଇ ପାରାଦୀପ ଅଭିମୁଖେ ଯାଉଥିଲା ।ଏହି ସମୟରେ ମହାନଦୀ ମଝିରେ ଡଙ୍ଗାର ଇଞ୍ଜିନରେ ତ୍ରୁଟି ଯୋଗୁଁ ଡ଼ଙ୍ଗା ଅଚଳ ହୋଇଯାଇଥିଲା । ଡ଼ଙ୍ଗାରେ ଥିବା ୫୦ଜଣ ଯାତ୍ରୀ ମହାନଦୀ ମଝିରେ ପ୍ରାୟ ୩ ଘଣ୍ଟା ଫସି ରହିବା ପରେ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି ।


Next Post

ଗାନ୍ଧିବାଦୀ ସଂଗଠନ ପକ୍ଷରୁ ବର୍ଷବ୍ୟାପୀ ପ୍ରାୟଶ୍ଚିତ ଓ ସଂକଳ୍ପ ଅଭିଯାନ ଉଦ୍‌ଯାପିତ

Tue Jan 30 , 2024
କେନ୍ଦ୍ରାପଡ଼ା, ୩୦/୧: ସମଗ୍ର ବିଶ୍ୱରେ ଗାନ୍ଧିଜୀଙ୍କ ବିଚାର ଓ ବ୍ୟକ୍ତିତ୍ୱ ପ୍ରତି ଆଦର ଓ ଆକର୍ଷଣ ବୃଦ୍ଧି ପାଉଥିବାବେଳେ ଦେଶ ଭିତରେ ଗାନ୍ଧିଜୀଙ୍କ ପ୍ରତି ଘୃଣାଭାବ ସୃଷ୍ଟି କରିବା ପାଇଁ ଗାନ୍ଧୀ ହତ୍ୟାକାଳରୁ ଆଜିଯାଏ କେତେକଙ୍କ ପକ୍ଷରୁ ଅହରହ ଉଦ୍ୟମ ହୋଇଆସୁଛି । ଏହାସତ୍ତ୍ୱେ ଦେଶବାସୀଙ୍କ ମନରେ ଓ ହୃଦୟରେ ଗାନ୍ଧିଜୀ ଗୋଟିଏ ଛାପ ହୋଇ ରହିବା ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱ ଓ ବିଚାରର ଶ୍ରେଷ୍ଠତ୍ୱକୁ ପ୍ରତିପାଦନ କରେ । ଗାନ୍ଧିଜୀଙ୍କୁ […]

KANIKA