କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଳିକା ଆତ୍ମରକ୍ଷା ଶିବିର ଉଦ୍‌ଯାପିତ


କେନ୍ଦ୍ରାପଡ଼ା, ୭ା୨: କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଳିକା ଆତ୍ମରକ୍ଷା ଶିବିର ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ଶିବିର ଗତ ଜାନୁଆରୀ ୩୦ ତାରିଖ ଆରମ୍ଭ ହୋଇ ଫେବୃଆରୀ ୭ ତାରିଖରେ ଶେଷ ହୋଇଥିଲା । କେନ୍ଦ୍ରାପଡା ସ୍ୱଂୟଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ ପୌରୋହିତ୍ୟରେ ଉଦ୍‌ଯାପନ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ କେନ୍ଦ୍ରାପଡା ସ୍ୱଂୟଶାସିତ ମହାବିଦ୍ୟାଳୟର ଇଂରାଜୀ ବିଭାଗର ପୂର୍ବତନ ମୁଖ୍ୟ ପ୍ରଧ୍ୟାପିକା ଡ. ଜ୍ୟୋତିର୍ମୟୀ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ ଆତ୍ମରକ୍ଷା କୌଶଳଗୁଡିକ ଶିକ୍ଷାଲାଭ କରି ତାକୁ ପ୍ରତ୍ୟେକ ଦିନ ଅଭ୍ୟାସ କରିବା ନିତ୍ୟାନ୍ତ ଆବଶ୍ୟକ ଅଟେ । ଏହାବ୍ୟତୀତ ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରିପାରିଲେ ଆମେ ସହଜରେ ଅନ୍ୟର ଆକ୍ରମଣରୁ ନିଜକୁ ରକ୍ଷା କରିପାରିବା । ସଭା ଆରମ୍ଭରେ କାର୍ଯ୍ୟକ୍ରମର ସଂଯୋଜିକା କ୍ୟାପଟେନ୍ ସୀମା ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଆଠଦିନ ଧରି ଚାଲୁଥିବା ଶିବିରର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ସଭାପତି ପ୍ରଫେସର ଅଶୋକ କୁମାର ଦାସ ଏହି ଶିବିରରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଶିବିରରେ ୨୭୦ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ମାଷ୍ଟର ଟ୍ରେନର ଦାମିନି ପାଗଳ, ସ୍ଥିତିପ୍ରଜ୍ଞା ଖୁଣ୍ଟିଆ, କାମିନୀବାଳା ସାହୁ, ଅଭିପ୍ସା ନାୟକ ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ । ପରିଶେଷରେ ସଭାର ସହ ସଂଯୋଜିକା ମୋନାଲିସା ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ଓଡିଶାରୁ ଲୋକସଭାରେ ୨ ବିଧାନସଭାରେ ୭ ଆସନ ଦାବିକଲା ସଂଖ୍ୟାଲଘୁ

Wed Feb 7 , 2024
କେନ୍ଦ୍ରାପଡା ୭ା୨- ଓଡିଶା ରାଜ୍ୟର ମୁସଲିମମାନଙ୍କ ସଂଖ୍ୟା ଅନୁପାତରେ ବିଧାନସଭା ନିମନ୍ତେ ୭ଟି ଆସନ ଏବଂ ଲୋକସଭା ପାଇଁ ୨ଟି ଆସନ ଓଡିଶାରେ ସଂରକ୍ଷିତ ରଖିବାକୁ ରାଜ୍ୟ ମୁସଲିମ ସଂଘ (ଆରଏମଏସ) କେନ୍ଦ୍ରାପଡାରେ ଅନୁଷ୍ଠିତ ସମାବେଶରେ ଦାବିକୁ ଯୋରଦାର କରିଛନ୍ତି । କେନ୍ଦ୍ରାପଡା ସହର ନିକଟସ୍ଥ ହୋଟେଲ ରୟାଲ ଗାର୍ଡେନ ଠାରେ ସେକ ଲିୟାକତ ଅଲିଙ୍କ ସଭାପତିତ୍ୱରେ ଆରଏମଏସର ଜିଲ୍ଲା ସ୍ତରୀୟ ସମାବେଶ ଆୟୋଜନ କରାଯାଇ “ଆମ ଅଧିକାର ଆମକୁ […]

KANIKA