କେନ୍ଦ୍ରାପଡ଼ା, ୧୩ା୨: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗର ଟପ୍ପର ହୋଇଥିବା ଛାତ୍ରୀ ସୁଶ୍ରୀ ଶୁଭଶ୍ରୀ ଦାସଙ୍କୁ ମହାବିଦ୍ୟାଳୟର ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ କଲେଜ ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ଯୋଗଦେଇ ଛାତ୍ରୀ ସୁଶ୍ରୀ ଦାସଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଇଂରାଜୀ ବିଭାଗ ପ୍ରାଧ୍ୟାପକ ଡ. ବ୍ରଜକୋହନ ମିଶ୍ର ମୁଖ୍ୟବକ୍ତା ଓ ବ୍ରହ୍ମପୁରର ପରିବେଶବିତ ଡ. ସୁନ୍ଦର ନାରାୟଣ ପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଛାତ୍ରୀ ସୁଶ୍ରୀ ଦାସ ହେଉଛନ୍ତି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ଅଧିବାସୀ ତଥା ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସଙ୍କ ଝିଅ ।
kanikanews.in
Next Post
ଫେବୃୟାରୀ ୧୬ କୃଷକ-ଶ୍ରମିକ ଦେଶବ୍ୟାପୀ ଧର୍ମଘଟକୁ ପଟ୍ଟମୁଣ୍ଡାଇରେ ସଫଳ ପାଇଁ ପ୍ରସ୍ତୁତି ବୈଠକ
Wed Feb 14 , 2024
ପଟ୍ଟାମୁଣ୍ଡାଇ/ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଗତ ୯ବର୍ଷ ମଧ୍ୟରେ ଲଗାତାର ଭାବେ ଶ୍ରମିକ-କୃଷକ ମାରଣ ନୀତି ନେବା ସହିତ କୃଷି ଓ ଗ୍ରାମୀଣ ବିକାଶ କ୍ଷେତ୍ରରେ ଅର୍ଥ ବିନିଯୋଗ କମାଇବାର ଲାଗିଛି । ଅନ୍ୟ ପକ୍ଷରେ ଦରଦାମ ଆଶାତୀତ ବୃଦ୍ଧି ହେବା ସାଙ୍ଗକୁ ଟିକସ ବୃଦ୍ଧି କରୁଥିଲା ବେଳେ କର୍ପୋରେଟ କ୍ଷେତ୍ରକୁ ଟିକସ କମାଇବା ସହିତ ଋଣ ଛାଡ କରାଯାଇଛି । ବେକାରୀ ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ମୋଦୀ […]

You May Like
- 2 years ago
କେନ୍ଦ୍ରାପଡାରେ ରଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
- 10 months ago
ଗୁଲନଗର ପଞ୍ଚାୟତରେ ଉଦ୍ଘାଟିତ ହେଲା ନିଶୁଳ୍କ ଫିଜିଓଥେରାପି