କେନ୍ଦ୍ରାପଡା, ୧୭ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତ ବୁଢାଗୋବିନ୍ଦ ମନ୍ଦିର ପରିସରରେ ଦେବାଶିଷ କୁବେରଙ୍କ ତତ୍ୱାବଧାନରେ ଅଷ୍ଟାଦଶତମ ବାର୍ଷିକ ଶାରଳା ମେଳା ଅନୁଷ୍ଠିତ ହୋଯାଇଛି । ଗତ ଗୁରୁବାର ଦିନ ସକାଳେ ମା ଶାରଳାଙ୍କ ପାଖକୁ ଶ୍ରୀ କୁବେର ଯାଇ ଆଜ୍ଞାମାଳ ଆଣିଥିଲେ । ଆଜ୍ଞାମାଳ ଆସିବା ପରେ ଗୋବରୀ ଘାଟରୁ ଭକ୍ତମାନେ କଳସରେ ପାଣିଆଣିବା ପରେ ଘଟ ସ୍ଥାପନ କରାଯାଇ ପୂଜାଅର୍ଚ୍ଚନା କରାଯାଇଥିଲା । ଏହି ଉପଲକ୍ଷେ ଶ୍ରୀରାମ ଭଜନସନ୍ଧ୍ୟା ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବରେ ପଞ୍ଚାୟତର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଏହି ମେଳାକୁ ଦିଲ୍ଲୀପ ରଥ, ପ୍ରଶନ୍ନ ପଣ୍ଡା,ଚଗଲା ନନା, ରଶ୍ମିରଞ୍ଜନ ରଥ, ବିଳରାମ ସାହୁ, ଜିତେନ୍ଦ୍ର ସାହୁ, ପ୍ରକାଶ କୁମାର କୁବେର, ଛବି ସାହୁ, ମନୋରଞ୍ଜନ ନାୟକ, ରାଜୀବ କର, ନଳିନୀ କାନ୍ତ ସାହୁ, ରବିନ୍ଦ୍ର ସାହୁ, ନାରାୟଣ ସାହୁ ଓ ରିଙ୍କୁ ସାହୁ ପ୍ରମୁଖ ସହଯୋଗ କରିଥିଲେ ।
kanikanews.in
Next Post
ଖଡ଼ିଅଣ୍ଟା ଓ ବଡପଡା ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ
Mon Feb 19 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଖଡ଼ିଅଣ୍ଟା ଓ ବଡପଡା ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଖଡ଼ିଅଣ୍ଟା ପଂଚାୟତ ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ବାବଦରେ ୫୦ ଲକ୍ଷ ଟଙ୍କା ସରକାରୀ ଅନୁଦାନ ଯୋଗାଇ ଦିଆଯାଇଥିବା ବେଳେ ବଡପଡା ପଂଚାୟତକୁ ମଧ୍ୟ ବିଭିନ୍ନ ପ୍ରକଳ୍ପ ବାବଦରେ ୫୦ ଲକ୍ଷ ଟଙ୍କା ସରକାରୀ ଅନୁଦାନ ଯୋଗାଇ ଦିଆଯାଇଛି ।ଏହି […]

You May Like
- 1 year ago
ଭାଜପା ପତିନିଧି ଦଳ ବିଡିଙ୍କ ସହ ଆଲୋଚନା
- 2 years ago
୨୩ରେ ଗରାପୁର ଶିରିଡି ସାଇ ମନ୍ଦିର ପ୍ରତିଷ୍ଠା ଉତ୍ସବ