ଆଇଡିଆଲ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ


 

କେନ୍ଦ୍ରାପଡ଼ା,୨୧ା୨: ଶୁକ୍ରବାର ଦିନ ସ୍ଥାନୀୟ ସହରସ୍ଥ ଆଇଡିଆଲ୍ ପବ୍ଲିକ ସ୍କୁଲର ୩୩ତମ ବାର୍ଷିକ ଉତ୍ସବ ବିଦ୍ୟାଳୟର ସଭାପତି ସ୍ୱରାଜ ରାଜ୍ ସିଂହଙ୍କ ସଭାପତିତ୍ୱରେ ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, କେନ୍ଦ୍ରାପଡା ପୌରାପାଳିକାର ଅଧ୍ୟକ୍ଷା ସରିତା ସାହୁ ମୁଖ୍ୟବକ୍ତା ଏବଂ ଅନୁଷ୍ଠାନର ସମ୍ପାଦକ ପ୍ରଭାତ ଅଧିକାରୀ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଆଦର୍ଶ ଶିକ୍ଷାର୍ଥୀ ଗଢି ତୋଳିବାରେ ବିଦ୍ୟାଳୟର ଶିକ୍ଷକ, ଅଭିଭାବକ ଓ ଶିକ୍ଷାର୍ଥୀମାନଙ୍କର ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ବାବାଜୀ ଚରଣ ମୁଦୁଲି ସ୍କୁଲର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଶିକ୍ଷକ ପ୍ରଫୁଲ୍ଲ କୁମାର ଜେନା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ଶିକ୍ଷକ କିଶୋର କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର କୃତୀ ଶିକ୍ଷାର୍ଥୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏକ ଭରପୁର ଓ ମନୋରଞ୍ଜନ ପରିବେଶରେ ବିଦ୍ୟାଳୟର ପ୍ରାୟ ୨୦୦ରୁ ଅଧିକ ଶିକ୍ଷାର୍ଥୀମାନଙ୍କ ଦ୍ୱାରା ନୃତ୍ୟ, ସଙ୍ଗୀତ ଓ ଅଭିନୟ ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରାୟ ସାଢେ ତିନି ଘଣ୍ଟା ଧରି ସହରବାସୀ ଉପଭୋଗ କରିବା ସହ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ବାର୍ଷିକ ଉତ୍ସବରେ ବିଚିତ୍ରା କାର୍ଯ୍ୟକ୍ରମ ତଥା ଅନ୍ୟାନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଉପାଧ୍ୟକ୍ଷ ବଦ୍ରି ନାରାୟଣ ସିଂ, ଶିକ୍ଷକ ରଞ୍ଜନ କୁମାର ପତି, ବିଜୟ କେତନ ସାହୁ, ଶୁଭେନ୍ଦୁ କୁମାର କର, ସଂଘମିତ୍ରା ରାଉତରାୟ, ମିତା ମହାନ୍ତି, ସାହିସ୍ତା ପରଓି୍ୱନ୍‌, ସସ୍ମିତା ରାଜ୍‌, ସସ୍ମିତା ଖଟୁଆ, ସ୍ମିତାରାଣୀ ଲେଙ୍କା ଓ ଅନ୍ୟାନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


Next Post

ପୂର୍ବତନ ବିଧାୟକ କିଶୋର ତରାଇଙ୍କ ପ୍ରଚେଷ୍ଟାରେ ବିଜେଡିରେ ଯୋଗଦେଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

Thu Feb 22 , 2024
କେନ୍ଦ୍ରାପଡ଼ା,୨୨ା୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ୱ, ଲୋକପ୍ରିୟତା ଓ ଦକ୍ଷ ସୁଶାସନରେ ଅନୁପ୍ରାଣିତ ହୋଇ ଏବଂ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ପ୍ରଚେଷ୍ଟା ଫଳରେ ଆଜି କେନ୍ଦ୍ରାପଡାରେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଆଜି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି । ଏହି ଉପଲକ୍ଷେ କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ପୈାରହିତ୍ୟରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଗୈାରୀଶଙ୍କର ହୋଟେଲ ପରିସରରେ ଅନୁଷ୍ଠିତ […]

KANIKA