ପୂର୍ବତନ ବିଧାୟକ କିଶୋର ତରାଇଙ୍କ ପ୍ରଚେଷ୍ଟାରେ ବିଜେଡିରେ ଯୋଗଦେଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ



କେନ୍ଦ୍ରାପଡ଼ା,୨୨ା୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ୱ, ଲୋକପ୍ରିୟତା ଓ ଦକ୍ଷ ସୁଶାସନରେ ଅନୁପ୍ରାଣିତ ହୋଇ ଏବଂ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ପ୍ରଚେଷ୍ଟା ଫଳରେ ଆଜି କେନ୍ଦ୍ରାପଡାରେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଆଜି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି । ଏହି ଉପଲକ୍ଷେ କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ପୈାରହିତ୍ୟରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଗୈାରୀଶଙ୍କର ହୋଟେଲ ପରିସରରେ ଅନୁଷ୍ଠିତ ଏକ ନିରାଡମ୍ବର ଉତ୍ସବରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା, ପଳସିଂହା, ବାରୋ ଓ ଗୁଲନଗର ଗ୍ରାମପଞ୍ଚାୟତର ନିତିଶ କୁମାର ସିଂ, ସନ୍ତୋଷ କୁମାର ଦାସ, ବିକ୍ରମକେଶରୀ ରାଉତ, ବିକାଶ ସେଠୀ, ଜିତୁ ସେଠୀ, ବିଶ୍ୱଜିତ ପଲାଇ, ଅରଜୁ ପରିଡା, ପପିନା ପାତ୍ର, ମିତ୍ରଭାନୁ ବିଶ୍ୱାଳ, ସୈାମ୍ୟରଞ୍ଜନ ପରିଡା, ଆଲୋକ ଦାସ, ହିମାଂଶୁ ଦାସ, ଦିଲ୍ଲିପ ସେଠୀ, ପ୍ରଶନ୍ନ ପ୍ରସାଦ ଦାଶ, ରିତେଶ ବାରିକ, ଅଭିଷେକ ସ୍ୱାଇଁ, ମହମ୍ମଦ ଗବର ଖାନ, କୁମାର ବିଶ୍ୱାଳ, ସନ୍ଦିପ ସେନାପତି, ଦସ୍ତ ଗିରି, ପ୍ରଭାତ ଜେନା, ସେକ ରାଜୁ, ଜ୍ଞାନରଞ୍ଜନ ପ୍ରଧାନ, ସତ୍ୟ ରାଉତ, ହରେଶ ପ୍ରଧାନ, ବିଶ୍ୱଜିତ ପାତ୍ର ପ୍ରମୁଖ ଶତାଧିକ କଂଗ୍ରେସ ଓ ବିଜେପି ଦଳର ଯୁବ ସମର୍ଥକମାନେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି । ପୂର୍ବତନ ବିଧାୟକ ଶ୍ରୀ ତରାଇ ସେମାନଙ୍କୁ ପୁଷ୍ପଗୁଛ ଓ ଦଳୀୟ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ପୈାର ପରିଷଦର କାଉନସିଲର ପ୍ରଭାଶିଷ ପଣ୍ଡା, ଆଶିଷ କୁମାର ପାଣି, ଶଶୀକାନ୍ତ ବଳ, ବଳରାମ ପରିଡା, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।


Next Post

ନବନିଯୁକ୍ତ ବିଜେଡି ଜିଲ୍ଲା ସଭାପତି ଧିରେନ ସାହୁଙ୍କୁ ଶୁଭେଛା

Thu Feb 22 , 2024
କେନ୍ଦ୍ରାପଡ଼ା,୨୨ା୨ : କେନ୍ଦ୍ରାପଡା ପୈାର ପରିଷଦର ପୂର୍ବତନ ନଗରପାଳ ଧିରେନ କୁମାର ସାହୁଙ୍କୁ ବିଜେଡି ଜିଲ୍ଲା ସଭାପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିବାରୁ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭି.କେ.କାର୍ତ୍ତିକେୟନ ପାଣ୍ଡିଆନ, ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ପ୍ରତାପ କେଶରୀ ଦେବ, ବିଧାୟକ ଶଶିଭୂଷଣ ବେହେରା, ବିଧାୟିକା ସାବିତ୍ରୀ ଅଗ୍ରୱାଲ, ବିଧାୟକ ଧ୍ରୁବ ଚରଣ ସାହୁ, […]

You May Like