ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ଅନୁଷ୍ଠିତ


କେନ୍ଦ୍ରାପଡା, ୨୫ା୨: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆଠାରେ କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ମୁଖ୍ୟବକ୍ତା ଭାବରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ବିଶିଷ୍ଟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ ଯୋଗ ଦେଇଥିବାବେଳେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଦାସ, କେନ୍ଦ୍ରାପଡା ଡିଆଇଇଟିର ରାଜକିଶୋର ସ୍ୱାଇଁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଥ କୁମାର ବାରିକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅତିଥିମାନେ ଶିକ୍ଷା କ୍ଷେତ୍ରରେ କେନ୍ଦ୍ରାପଡା ସବୁଠୁ ଆଗରେ ଥିବାବେଳେ ଜିଲ୍ଲାର ଶିକ୍ଷିତ ବର୍ଗଙ୍କ ସଂଖ୍ୟା ରାଜ୍ୟରେ ସର୍ବାଗ୍ରେ ରହିଛି ବୋଲି କହିଥିଲେ । ପିଲାମାନେ ନିଷ୍ଠାପର ଓ ତ୍ୟାଗ ମନୋଭାବ ନେଇ ପାଠପଢିବା ସହ ପିତାମାତା ଓ ଶିକ୍ଷକମାନଙ୍କୁ ସମ୍ମାନ ଏବଂ ଭକ୍ତି କଲେ ଜୀବନରେ ଭଲ ମଣିଷ ହୋଇପାରିବେ ବୋଲି କହିଥିଲେ । ଏହି ଅବସରରେ ଜିଲ୍ଲାର ୯ଟି ବ୍ଲକରୁ ମୋଟ ୧୭୪୯ ଜଣଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସେମାନଙ୍କ ମଧ୍ୟରେ ଜିଲ୍ଲାର ୧୨୦ଜଣ ଛାତ୍ରଛାତ୍ରୀଙ୍କୁ ଷ୍ଟୁଡେଣ୍ଟ ଏକାଡେମିକ ଆୱାର୍ଡ, ଷ୍ଟୁଡେଣ୍ଟ ବ୍ଲକ ସ୍ତରୀୟ ଆୱାର୍ଡ ୯୧୧ଜଣଙ୍କୁ ଓ ଲିଡର୍‌ସିପ୍ ଆୱାର୍ଡ ୬୧୯ଜଣ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ବେଳେ ମାଧ୍ୟମିକ ସ୍କୁଲ ଆୱାର୍ଡ ୨୭ଜଣ ଶିକ୍ଷକଙ୍କୁ, ଏଲିମେଣ୍ଟ ସ୍କୁଲ ଆୱାର୍ଡ ୨୭ଜଣ ଶିକ୍ଷକଙ୍କୁ, ଗ୍ରାମ ପଞ୍ଚାୟତ ଆୱାର୍ଡ ୯ଜଣ ଜନପ୍ରତିନିଧିଙ୍କୁ, ଆଲୁମିନି କମିଟି ଆୱାର୍ଡ ୯ଜଣଙ୍କୁ, ସ୍କୁଲ ପରିଚାଳନା କମିଟିର ୯ଜଣ ସଭାପତିଙ୍କୁ ଏସଏମସି ଆୱାର୍ଡ, ଏଚଏମ ଆୱାର୍ଡ ୯ଜଣ ପ୍ରଧାନ ଶିକ୍ଷକଙ୍କୁ ଓ ଜୁନିଅରଏଲିମେଣ୍ଟାରି ଆୱାର୍ଡ ୯ଜଣ ଶିକ୍ଷକଙ୍କୁ ପ୍ରଦାନ କରାଯାଇଥିଲା । ନିରଞ୍ଜନ ବେହେରା ଅତିିଥି ପରିଚୟ ପ୍ରଦାନ କରିଥିବାବେଳେ ଆଦିକନ୍ଦ ସାହୁ ମଞ୍ଚ ପରିଚାଳନା କରିଥିଲେ । ପ୍ରଧାନ ଶିକ୍ଷକ ମନୋଜ ଶତପଥୀ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ମଣ୍ଡଳ ଶିକ୍ଷା ଅଧିକାରୀ, ନୋଡାଲ ପ୍ରଧାନ ଶିକ୍ଷକ ଏବଂ ସମସ୍ତ ପୁରସ୍କୃତ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଯୋଗ ଦେଇଥିଲେ ।


Next Post

ଗଣ୍ଡକୂଳରେ ରାଜ୍ୟସ୍ତରୀୟ ନିଗମାନନ୍ଦ ଭକ୍ତ ସମ୍ମିଳନୀ ଉଦଯାପିତ

Sun Feb 25 , 2024
ଗଣ୍ଡକୁଳ ସାରସ୍ୱତ ସଂଘ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଡିହାପଡା ପଂଚାୟତ ଗଣ୍ଡକୂଳ ଠାରେ ଗତ ୨୩,୨୪,୨୫ ତାରିଖ ତିନି ଦିନ ଧରି ଆୟୋଜିତ ରାଜ୍ୟ ସ୍ତରୀୟ ନିଗମାନନ୍ଦ ସମ୍ମିଳନୀ ଉଦଯାପିତ ହୋଇଯାଇଛି | ଗଣ୍ଡକୁଳ ଜୟ ଗୁରୁ ଆଶ୍ରମ ସମ୍ମୁଖ ପଡିଆରେ ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା । ସାରସ୍ୱତ ସଂଘ ସଭାପତି ଗଗନେନ୍ଦ୍ର ମହାପାତ୍ର, ସମ୍ପାଦକ ବ୍ରହ୍ମାନନ୍ଦ ବେହେରା, ଦୂର୍ଗା ଚରଣ ଭାଇ,ବରିଷ୍ଠ […]

KANIKA