କେନ୍ଦ୍ରାପଡା, ୨୮/୨: କେନ୍ଦ୍ରାପଡାର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ୪୧ତମ ବାର୍ଷିକ ସମ୍ମିଳନୀ ଶ୍ୟାମସୁନ୍ଦରପୁରଗଡା ନିକଟସ୍ଥ ଚଣ୍ଡିଆ ପ୍ୟାଲେସ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପିତାମ୍ବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ଜିଲ୍ଲା କୋଷାଗାର ଅଧିକାରୀ ପ୍ରମୋଦ କୁମାର ରାଉତ ମୁଖ୍ୟଅତିଥି, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କେନ୍ଦ୍ରାପଡା ମୁଖ୍ୟ ପ୍ରବନ୍ଧକ ରମାକାନ୍ତ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସୁବାଷ ଚନ୍ଦ୍ର ପାତ୍ର […]

କେନ୍ଦ୍ରାପଡ଼ା,୨୮ା୨: ଶିକ୍ଷୟିତ୍ରୀ କାକୁଲି ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତର ବିରସ୍ୱତୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ କାକୁଲି ମଲ୍ଲିକ କେନ୍ଦ୍ରାପଡା ବ୍ଲକ ଅଞ୍ଚଳର ସର୍ବୋତ୍ତମ ଆଦର୍ଶ ପ୍ରାଥମିକ ଶିକ୍ଷକ ଭାବେ ଏହି ପୁରସ୍କାର ପାଇଛନ୍ତି । ଏହି ଅବସରରେ ଗତ ରବିବାର କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସମାବେଶରେ ଶିକ୍ଷୟିତ୍ରୀ ଶ୍ରୀମତୀ […]

  କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ବନ୍ତୋରେ ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଯୋଗେ ବୁଧବାର ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଶୁଭ ଶିଳାନ୍ୟାସ କରିଛନ୍ତି  । ଆଜି ଜାତୀୟ ବିଜ୍ଞାନ ଦିବସରେ ପଟ୍ଟାମୁଣ୍ଡାଇ-ରାଜନଗର ବାସୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାୟ ୬ କୋଟି ୫୦ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରିଥିବାରୁ ପଟ୍ଟାମୁଣ୍ଡାଇ ବାସୀଙ୍କ ପକ୍ଷରୁ କୃତଜ୍ଞତା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ବୁଧବାର […]

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ବନ୍ତୋ ଠାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ରର  ଭିଡିଓ କନଫରେନ୍ସ ଯୋଗେ ଶୁଭ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ ଓ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଜି ଜାତୀୟ ବିଜ୍ଞାନ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ଠାରୁ ଦେଉଳି ପର୍ଯ୍ୟନ୍ତ ରାସ୍ତାର ନିର୍ମିତ ପାଇଁ ବୁଧବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସ୍ଥାନୀୟ ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ୫ କୋଟି ୧୫ ଲକ୍ଷ ଟଙ୍କା ଟଙ୍କା ବ୍ୟୟ ଅଟକଳରେ ଗ୍ରାମ ଉନୟନ ବିଭାଗ ଦ୍ୱାରା କରାଯିବାକୁ ଥିବା ଉକ୍ତ ରାସ୍ତାର ଶିଳାନ୍ୟାସ କରିବା ସହିତ ଗ୍ରାମାଞ୍ଚଳରେ ଗମନାଗମନ ବିକାଶ ସହ ଉତ୍ତମ ପରିବହନ ସେବା ପାଇଁ ଲଷ୍ମୀ […]