କେନ୍ଦ୍ରାପଡା ସହରବାସୀଙ୍କ ପାଇଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ



କେନ୍ଦ୍ରାପଡ଼ା,୨୯ା୨: କେନ୍ଦ୍ରାପଡା ପୈାରସଂସ୍ଥା ଅନ୍ତର୍ଗତ ୫ଟି ୱାର୍ଡର ଅଧିବାସୀଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସୁଦ୍ଧ ପାନୀୟ ଜଳ ପ୍ରକଳ୍ପର ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଛନ୍ତି । ଏହି ଉପଲକ୍ଷେ ପୈାରସଂସ୍ଥା ଟାଉନହଲ ପରିସରରେ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମର ଅଧାରରେ ମୁଖ୍ୟମନ୍ତ୍ରୀ ନବୀନ ଶ୍ରୀ ପଟ୍ଟନାୟକ ଆଭାସୀ ଜରିଆରେ ରାଜ୍ୟର ସହରବାସୀଙ୍କ ପାଇଁ ବିଭିନ୍ନ ସୁବିଧା ଓ ସେବା ମୂଳକ କାର୍ଯ୍ୟକ୍ରମର ଲୋକାର୍ପଣ କରି କହିଲେ ଯେ ସହରର ଗରୀବଲୋକମାନଙ୍କ ପାଇଁ ଜାଗା ମିଶନ ବହୁତ ବଡ ସଫଳତା ଆଣିଦେଇଥିବା ବେଳେ ଏହି ଯୋଜନା ଅଧିନରେ ସେମାନଙ୍କୁ ସ୍ଥାଇ ଜମି ପଟ୍ଟା ଯୋଗାଇ ଦିଆଯାଉଛି । ଏହାବ୍ୟତିତ ସହରବାସୀଙ୍କୁ ୨୪ଘଣ୍ଟା ବିଷୁଦ୍ଧ ପାନୀୟ ଜଳ ଯୋଗାଣ, ଉନ୍ନତି ଓ ମୁକ୍ତା ଯୋଜନା ଦ୍ୱାରା ସହରୀ ବିକାଶ ଧାରା ଜାରି ରହିଛି । ଏହି ଅବସରରେ ପୈାରାଞ୍ଚଳର ୧ରୁ ୫ନମ୍ବର ପର୍ଯ୍ୟନ୍ତ ୫ଟି ୱାର୍ଡର ଅଧିବାସୀମାନଙ୍କ ପାଇଁ ସୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୩୬. ୮୨ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଆଭାସୀ ମାଧ୍ୟମରେ ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପ ଦ୍ୱାରା କେନ୍ଦ୍ରାପଡା ସହରର ୫ଟି ୱାର୍ଡର ୧୯୮୦ ପରିବାରର ୧୭ହଜାର ଲୋକଙ୍କ ସମେତ ଭବିଷ୍ୟତରେ ଏହି ପ୍ରକଳ୍ପରୁ ୩୬ହଜାର ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇପାରିବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ପୈାରାଧ୍ୟକ୍ଷା ସରିତା ସାହୁ, ଉପାଧ୍ୟକ୍ଷା ଆକବରୀ ଖାତୁନ, କାଉନସିଲର ରଶ୍ମିତା ସିଂହ, ସ୍ମୃତିରେଖା ଶତପଥୀ, ଅସିମା ନାୟକ, ଅଭୟ ବେହେରା, ଉମେଶ ଚନ୍ଦ୍ର ନାୟକ, ସେକ ଅସଲମ୍‌, ନିରାକାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ପୈାର କର୍ମଚାରୀ ସଞ୍ଜୀବ ମହାନ୍ତି, ଅଶୋକ ସାହୁ, ସୁପରଭାଇଜର ମଧୁସ୍ମିତା ସିଂ ଏବଂ ସ୍ୱଛସାଥି ମମତା ସେଠୀଙ୍କ ସମେତ ଶତାଧିକ ସ୍ୱୟଂ ସହାୟିକା ଗୋଷ୍ଠିର କର୍ମକର୍ତ୍ତା, ବସ୍ତିବାସିନ୍ଦା ଓ ପୈାରାଞ୍ଚଳବାସୀ ଉପସ୍ଥିତ ଥିଲେ ।

← Back

Thank you for your response. ✨


Next Post

ଜିଲ୍ଲାରେ ପ୍ରଥମ ଥର ନିମନ୍ତେ ଅବସରଦିନ ଫାଇନାଲ ପେନସନ ମଞ୍ଜୁରୀପତ୍ର ପାଇଲେ ଶିକ୍ଷୟିତ୍ରୀ

Thu Feb 29 , 2024
କେନ୍ଦ୍ରାପଡ଼ା,୨୯ା୨ : କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ ଥର ନିମନ୍ତେ ଜନୈକ ଶିକ୍ଷୟିତ୍ରୀ ଅବସର ଦିନ ଫାଇନାଲ ପେନସନ ମଞ୍ଜୁରୀପତ୍ର ପାଇଥିବା ଦେଖାଯାଇଛି । କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଭରତପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶାନ୍ତିଲତା ବାରିକ ଆଜି କାର୍ଯ୍ୟରୁ ଅବସର ନେଇଥିବା ବେଳେ ତାଙ୍କୁ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହରେ ଫାଇନାଲ ପେନସନ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଏକ ଉତ୍ସବରେ କେନ୍ଦ୍ରାପଡା […]

KANIKA