ନିର୍ବାଚନ ଘୋଷଣା ପରେ ପ୍ରଶାସନିକ ପ୍ରସ୍ତୁତି ଜୋରଦାର, ପୋଲିସର ପ୍ଲାଗମାର୍ଚ୍ଚ


ଲୋକ ସଭା ନିର୍ବାଚନ ସହ ଓଡିଶା ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ କେନ୍ଦ୍ର ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ଓଡିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ମେ ୧୩ରୁ ଆରମ୍ଭ ହୋଇ ଜୁନ ୧ ତାରିଖ ପର୍ଯ୍ୟନ୍ତ ୪ ପର୍ଯ୍ୟାୟରେ ଭୋଟ ଦାନ ଅନୁଷ୍ଠିତ ହେବ । ଜୁନ ୧ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଭୋଟ ଦାନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଜୁନ ୧ ତାରିଖରେ କେନ୍ଦ୍ରାପଡ଼ା ଓ ରାଜନଗର ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଇଥିବାରୁ ପ୍ରଶାସନ ସଜାଗ ହୋଇପଡିଛି । ପଟ୍ଟାମୁଣ୍ଡାଇ ବ୍ଲକର ୩୧ ପଂଚାୟତ ମଧ୍ୟରୁ ୧୨ ପଂଚାୟତ କେନ୍ଦ୍ରାପଡ଼ା ବିଧାନସଭା ଓ ୧୯ ପଂଚାୟତ ଓ ପଟ୍ଟାମୁଣ୍ଡାଇ ମୁନିସିପାଲିଟି ରାଜନଗର ବିଧାନସଭା ଆସନ ଅନ୍ତର୍ଭୁକ୍ତ । ଏହା ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତ ୧୪ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ପାଇଁ ଅଫିସର ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ପଟ୍ଟାମୁଣ୍ଡାଇ ଏସ ଡି ପି ଓ କ୍ଷମା ସାଗର ପଣ୍ଡା ଓ ଆଦର୍ଶ ଥାନା ଆଇ ଆଇ ସି ରଂଜିତ ମହାନ୍ତି ଓ ଗ୍ରାମାଂଚଳ ଥାନା ଆଇ ଆଇ ସି ପଦ୍ମାଳୟା ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ବାହିନୀ ପଟ୍ଟାମୁଣ୍ଡାଇ ସହର ଓ ଗ୍ରାମାଂଚଳର ବିଭିନ୍ନ ସ୍ଥାନରେ ପ୍ଲାଗମାର୍ଚ୍ଚ କରି ଅସାମାଜିକ କାର୍ଯ୍ୟକଳାପ ଉପରେ କଡା ନଜର ରଖିଛି । ନିର୍ବାଚନ ସମୟରେ କୌଣସି ଗଣ୍ଡଗୋଳ ଓ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଅଧିକାରୀମାନେ ପ୍ରକାଶ କରିଛନ୍ତି ।


Next Post

ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ଇନ୍ଦୁପୁର ସିଏଚ୍‌ସି କମିଟି ପକ୍ଷରୁ ଗଣଧାରଣା

Sat Mar 16 , 2024
କେନ୍ଦ୍ରାପଡ଼ା, ୧୬ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ନିଖିଳ ଓଡିଶା ଆଶାକର୍ମୀ ସଂଘ ସିଏଚ୍‌ସି କମିଟି ପକ୍ଷରୁ ଆଜି ଗଣଧାରଣା ଦିଆଯାଇଥିଲା । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବା ନିମନ୍ତେ ଆବଶ୍ୟକୀୟ ସରଞ୍ଜାମ ପାଇଁ ୧୦ହଜାର ଟଙ୍କା ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଆଶାକର୍ମୀମାନଙ୍କୁ ପ୍ରଦାନ କରାଯାଇଥିବା ବେଳେ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଜଣେ ବି ଆଶାକର୍ମୀଙ୍କୁ ଏହି […]

KANIKA