ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ଇନ୍ଦୁପୁର ସିଏଚ୍‌ସି କମିଟି ପକ୍ଷରୁ ଗଣଧାରଣା


କେନ୍ଦ୍ରାପଡ଼ା, ୧୬ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ନିଖିଳ ଓଡିଶା ଆଶାକର୍ମୀ ସଂଘ ସିଏଚ୍‌ସି କମିଟି ପକ୍ଷରୁ ଆଜି ଗଣଧାରଣା ଦିଆଯାଇଥିଲା । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବା ନିମନ୍ତେ ଆବଶ୍ୟକୀୟ ସରଞ୍ଜାମ ପାଇଁ ୧୦ହଜାର ଟଙ୍କା ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଆଶାକର୍ମୀମାନଙ୍କୁ ପ୍ରଦାନ କରାଯାଇଥିବା ବେଳେ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଜଣେ ବି ଆଶାକର୍ମୀଙ୍କୁ ଏହି ଅର୍ଥ ପ୍ରଦାନ କରାଯାଇନଥିବାରୁ ସେମାନେ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗଣଧାରଣାରେ ବସି ରହିଥିଲେ । ଆଶାକର୍ମୀମାନେ ନିଷ୍ଠାର ସହିତ କାର୍ଯ୍ୟ ସମ୍ପାଦନ କରି ମାଆ ଓ ଶିଶୁର ସ୍ୱାସ୍ଥ୍ୟରକ୍ଷା ସହିତ ଶିଶୁର ଜନ୍ମ ବ୍ୟବଧାନ, ଯକ୍ଷ୍ମା, ମିଳିମିଳା, ମ୍ୟାଲେରିଆ, କୁଷ୍ଠ ଆଦିକୁ ସମୂଳେ ବିଲୋପ କରିବା ସହିତ ଅନ୍ୟାନ୍ୟ କାମଗୁଡିକ ସୁଚାରୁ ରୂପେ କରିଥାନ୍ତି । ରାଜ୍ୟ ସରକାର ସାଇକେଲ ମରାମତି, ଶାଢୀ, ବାର୍ଷିକ ସରଞ୍ଜାମ ପ୍ରଭୃତି କ୍ରୟ କରିବା ପାଇଁ ବାର୍ଷିକ ୧୦ହଜାର ଟଙ୍କା ଗତ ଜାନୁଆରୀ ମାସ ୩୧ ତାରିଖରେ ସବୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ ମଧ୍ୟ କେନ୍ଦ୍ରାପଡା ଜିଲ୍ଲାର ଅନ୍ୟ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଆଶାକର୍ମୀମାନେ ଏହି ଅର୍ଥ ପାଇଥିବାବେଳେ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ଆଶା ଭଉଣୀମାନେ ଏଥିରୁ ବଞ୍ôଚତ ହୋଇଛନ୍ତି । ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି । ଏହାମଧ୍ୟରେ ଦେଢମାସ ବିତିଯାଇଥିଲେ ମଧ୍ୟ ଆଶାକର୍ମୀମାନଙ୍କୁ ଏହି ପ୍ରାପ୍ୟ ପ୍ରଦାନ କରା ନଯିବାରୁ ସେମାନେ ବାଧ୍ୟ ହୋଇ ଗଣଧାରଣାରେ ସାମିଲ ହୋଇଛନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି । ସଂଘର ସଭାପତି ସରସ୍ୱତୀ ସ୍ୱାଇଁ ଓ ସମ୍ପାଦିକା ନନ୍ଦିନୀ ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଗଣଧାରଣାରେ ଏଆଇଟିୟୁସିର ଜିଲ୍ଲା ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ଜିଲ୍ଲା ସମ୍ପାଦିକା କାନ୍ତିପ୍ରଭା ନାୟକ, ଇନ୍ଦୁପୁର ସିଏଚ୍‌ସି ଉପସଭାପତି ଜୟନ୍ତୀ ବାରିକ,ଜିଲ୍ଲା ଉପସଭାପତି ଭଜହରି ପ୍ରଧାନ, ଏଆଇଟିୟୁସି ନେତା ଅକ୍ଷୟ ମଲ୍ଲିକ, ମାନିନୀ ମଲ୍ଲିକ, ନୟନାବତୀ ଜେନା, ସସ୍ମିତା ବାରିକ, ଗୋଲାପି ସାହୁ, ମାତାଜୀ ନାୟକ, ରେଣୁବାଳା ସେଣ, ସ୍ନେହଲତା ପ୍ରଧାନ, ଉର୍ମିଳା ସେଠୀ, ବାସନ୍ତୀ ସାହୁ, ସବିତା ନାୟକ, ସସ୍ମିତା ପୃଷ୍ଟି, ରଞ୍ଜିତା ପରିଡା ପ୍ରମୁଖ ଶତାଧିକ ଆଶାକର୍ମୀ ଏହି ଗଣଧାରଣାରେ ସାମିଲ ହୋଇଥିଲେ । ଅପରାହ୍ନରେ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ଶ୍ରୀକାନ୍ତ ସ୍ୱାଇଁ ଓ ବିପିଏମ୍ ମଞ୍ଜୁଲତା ସାହୁ ଗଣଧାରଣା ସ୍ଥଳରେ ପହଞ୍ôଚ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଆସନ୍ତା ୩୧ତାରିଖ ସୁଦ୍ଧା ଏହି ଅର୍ଥ ଆଶାକର୍ମୀଙ୍କ ବ୍ୟାଙ୍କ ଜମାଖାତାକୁ ପଠାଯିବାର ପ୍ରତିଶ୍ରୁତି ଦେବା ପରେ ଗଣଧାରଣା ପ୍ରତ୍ୟାହୃତ କରାଯାଇଥିଲା ।

← Back

Thank you for your response. ✨


Next Post

ଭାରତୀୟ ସ୍ଥଳସେନା ପକ୍ଷରୁ କେନ୍ଦ୍ରାପଡା ମହାବିଦ୍ୟାଳୟରେ ଅଗ୍ନିବୀର ଯୋଜନା ସମ୍ପର୍କରେ ସଚେତନତା ଶିବିର

Sat Mar 16 , 2024
କେନ୍ଦ୍ରାପଡ଼ା, ୧୬ା୩: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଭାରତୀୟ ସ୍ଥଳସେନା ପକ୍ଷରୁ ଅଗ୍ନିବୀର ସ୍କିମ୍ ସମ୍ପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଏନ୍‌ସିସି ୟୁନିଟ୍ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ପ୍ରଶିକ୍ଷକ ଭାବେ ଭାରତୀୟ ସ୍ଥଳସେନାର ମେଜର ଡ. ହିମନ୍ଦ୍ର ସିଂ, ସୁବେଦାର ଏମ୍‌.ଏମ୍‌. ରଏ, ସୁବେଦାର ଗୋପାଳ କାଲେ, ହାବିଲଦାର ଗଙ୍ଗାଧର ସ୍ୱାଇଁ, ଏନ୍‌ସିସି ଅଫିସର ସତ୍ୟରଞ୍ଜନ ମିଶ୍ର ଓ ସହଯୋଗୀ ଏନ୍‌ସିସି ଅଫିସର କ୍ୟାପ୍‌ଟେନ […]

KANIKA