ରାଜ୍ୟ ରାଜନୀତିରେ ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ନେତାଙ୍କୁ ନେଇ ସଦାସର୍ବଦା ଚର୍ଚ୍ଚା ଲାଗି ରହିଥାଏ । ଏହି ନିର୍ବାଚନ ମଣ୍ଡଳୀରେ ଏକାଧିକ ରାଜନେତା ମାତ୍ର ଥରଟିଏ ବିଧାୟକ ହେବା ପରେ ଦଳ ପାଇଁ ଅଲୋଡ଼ା ହୋଇଯାଇଛନ୍ତି । ପଦବି ଯିବା ପରେ ସେମାନଙ୍କ ରାଜନୈତିକ ଯାତ୍ରା ସମାପ୍ତ ହୋଇଯାଉଛି । ୨୦୨୪ ନିର୍ବାଚନରେ ନିର୍ବାଚନରେ ବିଜେଡି ସୁପ୍ରିମ କି ପ୍ରକାର ପଦକ୍ଷେପ ଗ୍ରହଣ କରିବେ ତାକୁ ନେଇ ଚର୍ଚ୍ଚା […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରୁ ଯେଉଁଭଳି ଭାବେ ଦିନରାତି ବାଲି ଖୋଳା ହେଉଛି ଆଉ ଅଳ୍ପଦିନ ମଧ୍ୟରେ ନଦୀ ଗର୍ଭରେ ନିଶ୍ଚିହ୍ନ ହୋଇଯିବ ସବୁଜୀମା । ଗୋଟିଏ ପଟେ ଅହରହ ବାଲି ଉତୋଳନ ଯୋଗୁ ଜଳସ୍ତର କ୍ରମଶଃ ହ୍ରାସ ପାଉଥିବା ବେଳେ ଅନ୍ୟପଟେ ନଦୀ ଗତିପଥ ବଦଳାଇ ଚାଷଜମି ଆଡକୁ ମାଡି ଆସୁଛି । ଲିଜ୍ ଦିଆଯାଇ ନ ଥିବା ବାଲି ଘାଟରୁ ଦିନରାତି ବାଲି […]

ପଟ୍ଟାମୁଣ୍ଡାଇ ପୌରପରିଷଦ ବିନା ଅନୁମତିରେ ପୌରାଂଚଳରେ କୌଣସି ପୋଷ୍ଟର, ବ୍ୟାନର, ହୋଡିଂ ଆଦିରେ ବିଜ୍ଞାପନ ମାରିବା ଆଇନ ନଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପାଳୀକାରେ ଏହାର ଖୋଲାଖୋଲି ଉଲଘଂନ ହେଉଥିବା ଦେଖିବାକୁ ମିଲୁଛି । ବେସରକାରୀ ବିଜ୍ଞାପନ ପୋଷ୍ଟର, ବ୍ୟାନର ସହରସାରା ମରାଯାଇଥିବା ବେଳେ ଏହାର ଟିକସ କିଏ ଅସୁଲ କରୁଛି ତାହାର ହିସାବ ପଟ୍ଟାମୁଣ୍ଡାଇ ପୌରପରିଷଦ କର୍ମଚାରୀଙ୍କ ପାଖରେ ନଥିବା ବେଳେ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଦିନକୁ ଦିନ ନିଶା କାରବାର ବଢ଼଼ିଚଲିଥିବା ବେଳେ ନିଶାସେବନକାରୀଙ୍କ ସଂଖ୍ୟା ସବୁଆଡେ ମାଡ଼ିଗଲାଣି । ହାତ ପାହାନ୍ତାରେ ନିଶାଦ୍ରବ୍ୟ ସହଜରେ ମିଳିଯାଉବାରୁ ମାରାତ୍ମକ ନିଶା କବଳରେ ପଡିଲେଣି ଆଜିର ଯୁବପିଢ଼ି । ନିଶାରେ ମତୁଆଲା ହୋଇ ସେମାନେ ମଦ, ଗଞ୍ଜେଇ, କଫ ସିରପ, ନିଶା ଟେବଲେଟ ଓ ବ୍ରାଉନ ସୁଗାର ବ୍ୟାପାର ଠାରୁ ଆରମ୍ଭ କରି ବିଭିନ୍ନ ବେଆଇନ କାର୍ଯ୍ୟରେ ନିଜକୁ ଲିପ୍ତ ରଖୁଛନ୍ତି […]

କେନ୍ଦ୍ରାପଡ଼ା, ୨୨ା୩: କେନ୍ଦ୍ରାପଡାର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ ଆଜି ଭୁବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଚନ୍ତି । ଶ୍ରୀମତୀ ନାୟକ ଗତ ୨୦୦୪ରୁ ୨୦୦୯ମସିହା ପର୍ଯ୍ୟନ୍ତ ଚର୍ତୁଦଶ ଲୋକସଭାରେ ବିଜୁ ଜନତାଦଳରୁ ଲୋକସଭା ସାଂସଦ ଥିଲେ । ଶ୍ରୀମତୀ ନାୟକ ତାଙ୍କର ସମର୍ଥକମାନଙ୍କ ସହ ବିଜେପିରେ ଯୋଗଦେଇଛନ୍ତି । ଏଥିସହିତ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସରୋଜ କୁମାର ସାହୁ ଏବଂ ବର୍ତ୍ତମାନର […]

କେନ୍ଦ୍ରାପଡ଼ା, ୨୨ା୩: ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟର ଏକ ଦୁଇଜଣିଆ ଟିମ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପହଞ୍ଚି ପୂର୍ବତନ କଲେଜ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରାଙ୍କ କାର୍ଯ୍ୟକାଳ ସମୟରେ ହୋଇଥିବା ବିଭିନ୍ନ ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି । ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟର ଡେପୁଟୀ ଡାଇରେକ୍ଟର ରଞ୍ଜିତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଆସିଥିବା ଏହି ଦୁଇଜଣିଆ ଟିମରେ ସହକାରୀ ନିର୍ଦେଶକ ବିଜୟ କୁମାର ସାହୁ ଅଛନ୍ତି […]

କେନ୍ଦ୍ରାପଡ଼ା,୨୨ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ପି.ଏଚ୍‌.ସିରେ କାର୍ଯ୍ୟରତ ଆୟୁଷ ଡାକ୍ତର ସାଧାରଣ ରୋଗୀଙ୍କ ପ୍ରତି ଦୁର୍ବ୍ୟବହାର ଯୋଗୁଁ ତାଙ୍କର ବଦଳି ପାଇଁ ଭାଗବତପୁର ପଞ୍ଚାୟତର ଅଧିବାସୀମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ତାଙ୍କ ଦୁର୍ବ୍ୟବହାର ଦ୍ୱାରା ସାଧାରଣ ଜନତା ଅତିଷ୍ଣୁ ହୋଇପଡିଲେଣି । ଗତ ୨୧ତାରିଖ ଗୁରୁବାର ଦିନ ସକାଳେ ଭାଗବତପୁର ଜଣେ ରୋଗୀ ରାମଚନ୍ଦ୍ର ବାରିକ ଚିକିତ୍ସା ପାଇଁ ପି.ଏଚ୍‌.ସି ଆସିଥିଲେ । କିନ୍ତୁ ଚିକିତ୍ସା […]

କେନ୍ଦ୍ରାପଡ଼ା,୨୨ା୩: ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁହୁଡି ପଞ୍ଚାୟତର ତୁଳସୀକ୍ଷେତ୍ର ଇସି ମହାସଂଘର କାର୍ଯ୍ୟକାରିଣୀ ସଦସ୍ୟାମାନଙ୍କ ବିଭିନ୍ନ ସମସ୍ୟା ଏବଂ ତାହାର ସମାଧାନ ପାଇଁ ସେମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ପଞ୍ଚାୟତ ମହାସଂଘର ଏମ୍‌ବିକେ ଅଧିକାରୀଙ୍କ ବିଭିନ୍ନ ମନମୁଖୀ କାର୍ଯ୍ୟକଳାପ ବିଷୟରେ କାର୍ଯ୍ୟକାରିଣୀ ସଦସ୍ୟାମାନେ ବ୍ଲକ ଅଧିକାରିଣୀଙ୍କୁ ବହୁବାର ଅଭିଯୋଗ କରିଥିଲେ ସୁଦ୍ଧା ଅଧିକାରୀମାନଙ୍କ ପକ୍ଷରୁ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ତେଣୁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ବିଭିନ୍ନ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳରେ ଫେଲ୍ ମାରିଛି ସରକାରଙ୍କ ଆଲୋକିକରଣ ବ୍ୟବସ୍ଥା । ଗ୍ରାମାଂଚଳରେ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଲଗେଇ ଠିକାସଂସ୍ଥା ମାଲେମାଲ ହୋଇଥିବାବେଳେ ନିମ୍ନମାନର ଏଲଇଡି ଓ ବିଦ୍ୟୁତ ସରଞ୍ଜାମ ଲଗା ହେବା କାରଣରୁ ଗ୍ରାମବାସୀ ଅନ୍ଧାରରେ ରାହୁଥିିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ସାମାଜିକ କର୍ମୀ ସତ୍ୟପ୍ରିୟ ସାମଲ କହିଛନ୍ତି ପଟ୍ଟାମୁଣ୍ଡାଇ ଗ୍ରାମାଂଚଳର ବିଭିନ୍ନ ପଂଚାୟତରେ ଆଲୋକିକରଣ ପାଇଁ ୨୦୨୧-୨୨ ଓ ୨୦୨୨-୨୩ ଆର୍ôଥକ ବର୍ଷରେ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବଡ଼ମୂଳବସନ୍ତ ପଂଚାୟତ ପୋହଳ ଛକ ନିକଟସ୍ଥ ବଡ଼ମୂଳବସନ୍ତ ଗ୍ରାମର ସରକାରୀ ଓକିଲ ଭୀମସେନ ପ୍ରଧାନ ଓ ତାଙ୍କ ପତ୍ନୀ ନିଜ ଘରେ ଶୋଇଥିବା ବେଳେ ଗତ ୧୬ ତାରିଖ ବିଳମ୍ବିତ ରାତିରେ କେତେକ ଦୁବୃର୍ତ ଘର ଗ୍ରିଲ କାଟି ଘର ମଧ୍ୟରେ ପ୍ରବେଶ କରି ତାଙ୍କୁ ମିଳିତ ଭାବେ ଏକ ଛୁରୀ ସାହାଯ୍ୟରେ ଆକ୍ରମଣ କରିବା ସହିତ ସୁନାଗହଣା ନଗଦ ଟଙ୍କା […]

କେନ୍ଦ୍ରାପଡ଼ା,୨୧ା୩: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ହେଉଛି ଏହି ଜିଲ୍ଲାର ସର୍ବପ୍ରାଚୀନ ଓ ସର୍ବବୃହତ ଉଚ୍ଚଶିକ୍ଷାନୁଷ୍ଠାନ । ଏହି କମ୍ପୋଜିଟ ଶିକ୍ଷାନୁଷ୍ଠାନରେ ଏବେ ଯୁକ୍ତ ଦୁଇ ସହ, ଯୁକ୍ତ ତିନି ସ୍ନାତକ ଓ କଳା, ବିଜ୍ଞାନ ଏବଂ ବାଣିଜ୍ୟ ଆଦି ୧୫ଟି ବିଷୟରେ ସ୍ନାତକୋତ୍ତର ଶିକ୍ଷା ପ୍ରଦାନ କରାଯାଏ । ଏହି ମହାବିଦ୍ୟାଳୟଟି ଏକ ସ୍ୱୟଂଶାସିତ ଶିକ୍ଷାନୁଷ୍ଠାନ ଭାବେ ବିବେଚିତ ଓ ବିଗତ ଦୁଇଦୁଇ ଥର ନାକ୍ ମାନ୍ୟତାରେ ‘ଏ’ ଗ୍ରେଡ଼ […]

କେନ୍ଦ୍ରାପଡ଼ା,୨୦ା୩: ଜିଲ୍ଲା ଯାତ୍ରା କମିଟି ମହାସଙ୍ଘ, କେନ୍ଦ୍ରାପଡ଼ା ଏବଂ ଓଡିଆ କଳା ସଂସ୍କୃତି ପୁନରୁଦ୍ଧାର ସମିତିର ମିଳିତ ଆନୁକୂଲ୍ୟରେ ସହର ସନ୍ନିକଟ ଶ୍ୟାମସୁନ୍ଦରପୁର ଗଡାସ୍ଥିତ ଚଣ୍ଡିଆ ପ୍ୟାଲେସରେ ଆଜି ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଯାତ୍ରା କମିଟି ମହାସଙ୍ଘର ସଭାପତି ମିହିର କୁମାର ସାମଲଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ସମାଜସେବୀ, ଓଡିଆ କଳା ସଂସ୍କୃତି ପୁନରୁଦ୍ଧାର ସମିତି ସଭାନେତ୍ରୀ ତଥା ଆଇନଜୀବୀ […]

କେନ୍ଦ୍ରାପଡା ବିଧାନସଭା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗାଁ ପଞ୍ଚାୟତରେ ଏକ ନିର୍ବାଚନୀ ବୈଠକ ସିଂହଗାଁଠାରେ ପଞ୍ଚାୟତ ସଭାପତି ଦୀପକ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କହିଥିଲେ ଯେ, ଆମେ ବିଧାନସଭା ଯିବା ଲକ୍ଷ୍ୟ ପୂରଣ ନେଇ ଆମକୁ ‘କର ବା ମର’ ଆହ୍ୱାନରେ ସମ୍ମୁଖୀନ । ସୁତରାଂ ଆମେ ସମସ୍ତେ ଏକାଠି ଲଢି ସିଂହଗାଁ ପଞ୍ଚାୟତରେ ମୋତେ […]

କେନ୍ଦ୍ରାପଡ଼ା, ୧୯ା୩: କେନ୍ଦ୍ରାପଡା ରିଲାଏନ୍ସ ପେଟ୍ରୋଲ ପମ୍ପର ବେଆଇନ ପେଟ୍ରୋଲ କାରବାର ବିରୋଧରେ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ସଦସ୍ୟ ଆଇନଜୀବୀ ବିଧୁଭୂଷଣ ମହାପାତ୍ର ବେସାମରିକ ଯୋଗାଣ ଅଧିକାରୀ ଓ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ ଗତ ସପ୍ତାହରେ ପେଟ୍ରୋଲ ଓ ଡିଜେଲ ଦର ୨ଟଙ୍କା କରି ହ୍ରାସ ପାଇଥିବା ବେଳେ ଦୁହୁରିଆ ନିକଟସ୍ଥ ରିଲାଏନ୍ସ ପେଟ୍ରୋଲ ପମ୍ପ ଗତ […]

କେନ୍ଦ୍ରାପଡ଼ା, ୧୯ା୩: ପୁରାଣ ଓ ଇତିହାସ ପ୍ରସିଦ୍ଧ ଶ୍ରୀ ଶ୍ରୀ ସିଦ୍ଧବଳଦେବଜୀଉ ମହାପ୍ରଭୁଙ୍କ ଅଲୈାକିକ ମହିମାର ପ୍ରଚାର ପ୍ରସାର ପାଇଁ ପ୍ରଥମ ଥର ‘ତୁଳସୀ କ୍ଷେତ୍ର ପରିକ୍ରମା ଓ ବଳଦେବ ଜ୍ୟୋତି ଯାତ୍ରା ‘ ଉତ୍ସବ ପାଳନ ପାଇଁ ଦିବ୍ୟ ଜୀବନ ସଂଘ କେନ୍ଦ୍ରାପଡ଼ାର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପୌରୋହିତ୍ୟରେ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଶ୍ରୀ ସିଦ୍ଧବଳଦେବ ଜୀଉଙ୍କ […]

କେନ୍ଦ୍ରାପଡା ୧୯/୩ – ଆଡଭୋକେଟ୍ ଶାରଦା ପ୍ରସାଦ ଦାସ(୬୪)ଙ୍କର ଗତକାଲି ରାତିରେ ହୃଦଘାତରେ ବିୟୋଗ ହୋଇଯାଇଛି । ନିଜେ ଜଣେ କଳା ସଂସ୍କୃତି ସମ୍ପନନୃତ୍ୟ ସଂଗୀତ ଅଭିନୟ ଦକ୍ଷତା ରଖୁଥିବା ବ୍ୟକ୍ତି ଥିଲେ । ସେ ସରସ୍ୱତୀ ଶିଶୁ ମନ୍ଦିରର ଆଠ ବର୍ଷ କାଳ ସାନ୍ତସାହି ପରିଚାଳନା ସମିତିର ସଭାପତି ଓ ତୁଳସୀ କଲଚରାଲ୍ ଆସୋସିଏସନ୍ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିଲେ । କୌଣସିରେ ବିଚଳିତ ନ ହୋଇ କାମ […]

କେନ୍ଦ୍ରାପଡ଼ା, ୧୯ା୩: ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତିଯୋଗୀତାରେ କେନ୍ଦ୍ରାପଡ଼ାସ୍ଥିତ ପି.ଏମ୍‌.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଏନ୍‌.କେ. କୁନାଲ୍ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ମହିଳା ଓ ଶିଶୁବିକାଶ ବିଭାଗ ଏବଂ ଓଡିଶା ରାଜ୍ୟ ଶିଶୁକଲ୍ୟାଣ ପରିଷଦର ମିଳିତ ସହଯୋଗରେ ହୋଟେଲ ନିୟୁ ମାରିୟନରେ ଆୟୋଜିତ ଏହି ପୁରସ୍କାର ବିତରଣ ଉତ୍ସବରେ ଓଡିଶା ରାଜ୍ୟ ଶିଶୁସୁରକ୍ଷା ଆୟୋଗର ପୂବର୍ତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, […]

ସୋମବାର ନବୀନ ନିବାସରେ ପୁରୀ ଓ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ନେତା ଏବଂ ବିଧାୟକ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକଙ୍କୁ ନେଇ ଏକ ବୈଠକ ବସିଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ, ଜୋରଦାର ଲଢେଇ ପାଇଁ  ସୋମବାର ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ପୁରୀ ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ନେତାମାନଙ୍କୁ ଡାକି ବିଜେଡି ସୁପ୍ରିମୋ ପ୍ରାର୍ଥୀ ଚୟନ ନେଇ ଆଲୋଚନା କରିଛନ୍ତି । କେଉଁ ବିଧାନସଭା […]

ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ଭାଜପା ନେତୃତ୍ୱଙ୍କ ନିର୍ଦେଶରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ମଜଭୁତ କରି ଦଳକୁ ଯଶସ୍ୱୀ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରାଜନଗର ନିର୍ବାଚନମଣ୍ଡଳୀ ୧୮ ନମ୍ୱର ଜୋନ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମରରେ ଭାଜପା ଯୁବନେତା ଅଜୟ ବେହେରାଙ୍କ ନେତୃତ୍ୱରେ ବିଭିନ୍ନ ଦଳର ନେତା ଓ କର୍ମୀମାନେ […]

କେନ୍ଦ୍ରାପଡା, ୧୮ା୩: କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଆଜି ନବରଙ୍ଗପୁରର ପୂର୍ବ ଡିଇଓ ପ୍ରଦୀପ କୁମାର ନାଗ ଦାୟିତ୍ୱ ଗ୍ରହଣ କରିବା ପରେ ଶିକ୍ଷକ ସଂଘ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଇତ୍ୟବସରରେ ଜିଲ୍ଲା ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ସଭାପତି ହେମନ୍ତ ଜେନା, ସମ୍ପାଦକ ବଙ୍କିମ ବିହାରୀ ମହାନ୍ତି, ଉପଦେଷ୍ଟା କାଶୀନାଥ ରାଉତରାୟ, ବିଜୟ କୁମାର ସାମଲ, ଶିକ୍ଷକ ନେତା ଉପେନ୍ଦ୍ର […]

କେନ୍ଦ୍ରାପଡା: କେନ୍ଦ୍ରାପଡା ଏମ୍ ପାୱାର ପବ୍ଲିକ ସ୍କୁଲ ଗରାପୁରର ୭ମ ବାର୍ଷିକ ଉତ୍ସବ କେନ୍ଦ୍ରାପଡା ସଂସ୍କୃତି ଭବନ ଠାରେ ପାଳିତ ହୋଇଯାଇଛି । ସ୍କୁଲର ପ୍ରିନ୍ସପାଲ୍ ସ୍ନେହା ଲତା ହାତି ବାର୍ଷିକ ବିବରଣୀ ପାଠକରି ସଭା ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସମ୍ବାଦର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ ଏବଂ ଅନ୍ୟାନ୍ୟ ଅତିଥି ଭାବେ ବ୍ୟସା ନଗର ପବ୍ଲିକ […]

କେନ୍ଦ୍ରାପଡ଼ା,୧୭ା୩: ସୁସ୍ଥ ଗଣତନ୍ତ୍ରର ପରମ୍ପରାକୁ ବଜାୟ ରଖିବା ପାଇଁ ଆମେ ନିଷ୍ଠାର ସହ ପାଳନ କରିବୁ ଆଦର୍ଶ ଆଚରଣ ବିଧି । ଜିଲ୍ଲା ପ୍ରଶାସନକୁ ଏ ଦିଗରେ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ କହିଛନ୍ତି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି । ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା […]

କେନ୍ଦ୍ରାପଡ଼ା,୧୭ା୩: ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ କଡ଼ାକଡ଼ିଭାବେ ପାଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ । ଭାରତର ନିର୍ବାଚନ ଆୟୁକ୍ତଙ୍କ ଦ୍ୱାରା ପ୍ରଣୀତ ଆଦର୍ଶ ଆଚରଣ ବିଧିକୁ ଅନୁପାଳନ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା କଥା ପ୍ରକାଶ କରିଥିଲେ । ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କ ନିର୍ବାଚନ ତାରିଖ ଘୋଷଣାବେଳଠୁ ନିର୍ବାଚନ […]

ଭାରତରେ ଏବେ ସାଧାରଣ ନିର୍ବାଚନ ଲାଗି ବିଗୁଲ ବାଜି ସାରିଛି । ପ୍ରତ୍ୟେକ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ପ୍ରକାର ଲୋଭନୀୟ ପ୍ରତିଶ୍ରୁତି ଦେଉଛନ୍ତି । କୌଣସି ଦଳ ଆର୍ଥିକ ଦିଗକୁ ଦୃଷ୍ଟି ନ ଦେଇ ଯେଉଁଭଳି ଭାବେ ସୁବିଧା ଘୋଷଣା କରିଚାଲିଛନ୍ତି, ତାହାକୁ ସୁସ୍ଥ ମସ୍ତିଷ୍କର ଜଣେ ବ୍ୟକ୍ତି କେବେହେଲେ ଗ୍ରହଣ କରିପାରିବେ ନାହିଁ । ଦେଶରେ ସୁବିଧା ଓ ଫାଇଦା କେଉଁଠାରୁ ମିଳୁଛି […]