
କେନ୍ଦ୍ରାପଡ଼ା, ୧ା୫: ଆନ୍ତର୍ଜାତିକ ଶ୍ରମଦିବସ ଅବସରରେ କେନ୍ଦ୍ରାପଡା ଜିଲ୍ଲା ମିଳିତ ଟ୍ରେଡ୍ ୟୁନିୟନ ସମିତି ତରଫରୁ ଖଡିଅଙ୍ଗସ୍ଥିତ ସିଟୁ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଶତାଧିକ ଶ୍ରମିକମାନଙ୍କୁ ନେଇ ଏକ ବିରାଟ ଶ୍ରମିକ ସଭାର ଆୟୋଜନ କରାଯାଇଥିଲା । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ମିଳିତ ଟ୍ରେଡ୍ ୟୁନିୟନ ସଭାପତି ଜଗତ୍ଜୀବନ ଦାସଙ୍କ ସଭାପତିତ୍ୱରେ କେନ୍ଦ୍ରାପଡା ଜିଲ୍ଲା ମିଳିତ ଟ୍ରେଡ୍ ୟୁନିୟନ ସାଧାରଣ ସମ୍ପାଦକ ସୌମ୍ୟରଞ୍ଜନ ଧଳ, ଏ.ଆଇ.ଟି.ୟୁ.ସିର ବରିଷ୍ଠ ଶ୍ରମିକ ନେତା ବାବାଜୀ ଧଳ, ଆଇ.ଏନ.ଟି.ୟୁ.ସିର ବରିଷ୍ଠ ଶ୍ରମିକ ନେତା ମୁକ୍ତାର ଖାଁ, ବସନ୍ତ ସେଠୀ, ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ଫକିର ଖଟୁଆ, କଳିଙ୍ଗ ଭାରତ ଶ୍ରମିକ ସଂଘର ରାଜ୍ୟ ସମ୍ପାଦକ ପ୍ରକାଶ ମହାନ୍ତି, ଓ.ସି.ଡବ୍ଲ୍ୟୁ.ୟୁର ସାଧାରଣ ସମ୍ପାଦକ ମାଧବ ଦାସ, ପି.ଓ.ଏନ୍.ଏସ୍.ଏସ୍ର ରାଜ୍ୟ ସଭାପତି ଚିତ୍ତରଞ୍ଜନ ତରାଇ, ନାରୀନେତ୍ରୀ ସୁହାନା ବେଗମ, କେନ୍ଦ୍ରାପଡା ଜିଲ୍ଲା ବିଶିଷ୍ଠ ଶ୍ରମିକ ନେତା କୃଷ୍ଣଚନ୍ଦ୍ର ରାଉତ, ବାମପନ୍ଥୀ ନେତା ଗୟାଧର ଧଳ ପ୍ରମୁଖ ଅଭିଭାଷଣ ରଖିଥିଲେ । ଏହି ସଭାରେ କେନ୍ଦ୍ରାପଡା ଜିଲ୍ଲାର ମିଳିତ ଟ୍ରେଡ ୟୁନିୟନରେ ଥିବା ୬୪ଟି ଟ୍ରେଡ୍ ୟୁନିୟନର ଶ୍ରମିକ ନେତାମାନେ ଯୋଗ ଦେଇ ସେମାନଙ୍କର ସମସ୍ୟାଉପରେ ଅଲୋଚନା କରିଥିଲେ । ଶ୍ରମିକ ନେତାମାନେ ଶ୍ରମିକମାନଙ୍କୁ ଉଦ୍ବୋଧନ ଦେଇ “ଦୁନିଆର ମଜଦୁର ଏକ ହୁଅ” ସ୍ଲୋଗାନ ଦେଇ ମଜଦୁରମାନଙ୍କ ଅଧିକାର ଉପରେ ଆଲୋକପାତ କରିଥିଲେ ।











