ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଭାଜପା ପକ୍ଷରୁ ବିଧାନସଭା ପରିଚାଳନା କମିଟି ବୈଠକ ଅନଷ୍ଠି୍ଥିତ ହୋଇଯାଇଛି ।ଏହି ବୈଠକରେ ଲୋକସଭା ଆସନରେ ସାଂସଦ ପ୍ରାର୍ଥୀ ଓ ବିଧାନସଭା ଆସନରେ ବିଧାୟକ ପ୍ରାର୍ଥୀ ମାନେ କିଭଳୀ ଭାବେ ବିଜୟୀ ଲାଭ କରିବେ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ଲୋକସଭା କୋ-ଅଡିନେଟର ସୁନାକର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜନଗର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ସୁନାକର ପ୍ରଧାନ, ବିଧାନସଭା ଇନଚାର୍ଜ ଶ୍ରୀଧର ପ୍ରଧାନ, ପ୍ରମୋଦ ସାହୁ, ବିଧାନସଭା କୋ-ଇନଚାର୍ଜ ରବୀନ୍ଦ୍ର ବିଶ୍ୱାଳ, ସଭ୍ୟ ସୁଧାଂଶୁ ଜେନା, ବିନ୍ଦୁସାଗର ଦାସ ପ୍ରମୁଖ ଯୋଗ ଦେଇ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକ ଡକାଯାଇଛି । କେନ୍ଦ୍ରାପଡା ଲୋକସଭା ଓ ୭ଟି ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରାର୍ଥୀମାନଙ୍କ ସହ ଦଳର ତୃଣମୂଳ ସ୍ତରରେ ସ୍ଥିତି ବିଷୟରେ ଆଲୋଚନା ହୋଇଛି ଏବଂ ବୁଥସ୍ତରରେ ଦଳକୁ ବର୍ତମାନ ସମ୍ପୂର୍ଣ୍ଣ ସଂଗଠିତ କରି ମଜବୁତ କରାଯିବ । ସେହିପରି ଲୋକସଭା ଆସନ ସହ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ କିପରି ଭାଜପା ପ୍ରାର୍ଥୀମାନେ ବହୁମତରେ ବିଜୟୀ ହେବେ, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ତେବେ ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଭାଜପା ପ୍ରାର୍ଥୀମାନେ ଜୋରସୋର ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ।ଆଗାମୀ ନିର୍ବାଚନରେ ଲୋକସଭା ଜିତିବା ସହ ୭ଟି ବିଧାନସଭାରେ ଜିତି ଡବଲ ଇଞ୍ଜିନ ସରକାର ନିଶ୍ଚିତ ଗଠିତହେବ । କିଭଳି ମୋଦି ଗ୍ୟାରେଣ୍ଟି ଲୋକଙ୍କ ପାଖରେ ପହଞ୍ଚି ପାରିବ ସେନେଇ ଅଧିକ ଗୁରୁତ୍ୱ ଦେଉଛନ୍ତି ।