ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବରିଷ୍ଠ ସ୍ତମ୍ଭକାର କମଳାକାନ୍ତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପ୍ରାକ୍ତନ ପ୍ରଶାସକ ଡ଼ କେଳୁ ଚରଣ ସ୍ୱାଇଁ,ସମ୍ପାଦକ ପ୍ରଫେସର ଭରତ ପାତ୍ର,କୋଷାଧକ୍ଷ ଚତୃର୍ଭୁଜ ରାଉଳ, ପ୍ରଫେସର ଦୁର୍ଯ୍ୟୋଧନ ପରିଡା, ପ୍ରଫେସର ରମେଶ ଜେନା, କୈଳାଶ ପାତ୍ର, କାର୍ଯ୍ୟକାରୀ ସଭାପତି କଣ୍ଡୁରୀ ସ୍ୱାଇଁ,ପ୍ରାକ୍ତନ ଏ ବି ଇ ଓ ବିଜୟ ରାଉତ ଶିକ୍ଷକନେତା ବିଜୟ ସାହୁ,ପ୍ରମୋଦ ନାୟକ, ସଚିନନ୍ଦନ ଦାଶ, ଜୟଶ୍ରୀ ଶତପଥୀ, ଲଷ୍ମୀପ୍ରିୟା ମହାନ୍ତି, ଇଂ ତପନ ପାତ୍ର, ଗନ୍ଧର୍ବ ଲେଙ୍କା ଓ ପ୍ରମୋଦ ସାହୁ ଯୋଗ ଦେଇ ଦିବଂଗତ ମହାନ୍ତିଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ସଭାରେ ଦିବଂଗତ ପ୍ରାକ୍ତନ ବିତ୍ତ ଅଧିକାରୀ ନୃସିଂହ ରାଉତ,ପ୍ରାକ୍ତନ ସ୍କୁଲ ଏସ ଆଇ ଗଣେଶ୍ୱର ଜେନା,ସମାଜସେବୀ ଆଶୁତୋଷ ମହାନ୍ତି,ଶିକ୍ଷକ ନେତା ବ୍ରହ୍ମଦତ୍ତ ଆଚାର୍ଯ୍ୟ ଓ ସମାଜସେବୀ ଅର୍ଜୁନ ସାହୁଙ୍କ ଅମର ଆତ୍ମା ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ପ୍ରମୋଦ ସାହୁ ଧନ୍ୟବାଦ ଦେଇଥିଲେ ।


Next Post

ଦ୍ରୁତଗତି ଓ ବେପରୁଆ ଗାଡ଼ି ଚାଳନା ଯୋଗୁ ବଢୁଛି ଦୁର୍ଘଟଣା

Sat May 4 , 2024
            ସହର ରାସ୍ତାରେ ହେଉଛି ବେଆଇନ୍ ପାର୍କିଂ             ସ୍ପିଡ୍ ଗଭର୍ନାନ୍ସ ନ ଥାଇ ବି ମିଳୁଛି ଫିଟ୍‌ନେସ୍‌ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଦେଇ ଯାଇଥିବା ବିଭିନ୍ନ ରାଜ୍ୟପଥ, ସହର ପଥ, ଗ୍ରାମପଥରେ ଦ୍ରୁତଗତି ଓ ବେପରୁଆ ଗାଡ଼ି ଚାଳନା ଯୋଗୁ ଗତ ୬ ମାସ ଭିତରେ ୭ରୁ ଅଧିକ ମୁଣ୍ଡଗଡ଼ିଥିବା ବେଳେ ଅନେକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବେପରୁଆ ଓ ଦ୍ରୁତ ଗାଡ଼ି ଚାଳନା […]

You May Like