କଂସାର ପଞ୍ଚାୟତରେ ମତଦାତା ସଚେତନତା ଶୋଭାଯାତ୍ରା



କେନ୍ଦ୍ରାପଡା: କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ କଂସାର ପଞ୍ଚାୟତରେ ସାମାଜିକ ସଂଗଠନ “ଜୟ ରାଷ୍ଟ୍ର’ ଓ ମା କୃପାମୟୀ ଯୁବକ ସଂଘ ପକ୍ଷରୁ ମତଦାତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କ୍ଷ କଂସାର ପଞ୍ଚାୟତର ବିଭିନ୍ନ ଗ୍ରାମରେ ସ୍ୱେଚ୍ଛାସେବୀ ମାନେ ସଚେତନତା ପ୍ରଚାରପତ୍ର ବଣ୍ଟନ କରିବା ସହ ମାଇକ ଯୋଗେ ପ୍ରଚାର କରିଥିଲେ । ବିଭିନ୍ନ ଛକ ଜାଗା ମାନଙ୍କରେ ପଥପ୍ରାନ୍ତ ସଭା କରି ଭୋଟର ମାନଙ୍କୁ ସଚେତନ କରାଯାଇଥିଲା । ପ୍ରତି ପରିବାରରେ ଶତପ୍ରତିଶତ ମତଦାନ ପାଇଁ ଅନୁଷ୍ଠାନ ପକ୍ଷରୁ ଗ୍ରାମବାସୀ ମାନଙ୍କୁ ଆହ୍ୱାନ ଦିଆଯାଇଥିଲା । ସମାଜସେବୀ ଅଚ୍ୟୁତାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଚିରଞ୍ଜୀବ୍ ନାୟକ, ସତ୍ୟରଞ୍ଜନ ସାହୁ, ରାଜକିଶୋର ରାଉତ, ସୋମନାଥ ସ୍ୱାଇଁ, ଜ୍ଞାନରଞ୍ଜନ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିରେନ୍ଦ୍ର ଦାସ, ନିରଞ୍ଜନ ମହାରଣା, ହରେକୃଷ୍ଣ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।


Next Post

ନାମାଙ୍କନ ପୂର୍ବରୁ ଶକ୍ତି ପ୍ରଦର୍ଶନ , ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ ନେତା

Mon May 13 , 2024
ସାଧାରଣ ନିର୍ବାଚନ ପାଇଁ ମଇ ୭ତାରିଖ ବୁଧୁବାରଠାରୁ ପର୍ଯ୍ୟାୟକ୍ରମେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ଭରୁଛନ୍ତି ନେତା । ପ୍ରବଳ ଖରା ସତ୍ୱେ ବିଭିନ୍ନ ଦଳର ନେତା ଦଳ ବଳ ନେଇ ଯାଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିବା ସହିତ ନିଜର ଦମ୍ ଦେଖାଛନ୍ତି । ସୋମବାର ରାଜନଗର ନିର୍ବାଚନ ମଣ୍ଡଳୀର କଂଗ୍ରେସ, ଭାଜପା […]

You May Like