ସାଧାରଣ ନିର୍ବାଚନ ପାଇଁ ମଇ ୭ତାରିଖ ବୁଧୁବାରଠାରୁ ପର୍ଯ୍ୟାୟକ୍ରମେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ଭରୁଛନ୍ତି ନେତା । ପ୍ରବଳ ଖରା ସତ୍ୱେ ବିଭିନ୍ନ ଦଳର ନେତା ଦଳ ବଳ ନେଇ ଯାଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିବା ସହିତ ନିଜର ଦମ୍ ଦେଖାଛନ୍ତି । ସୋମବାର ରାଜନଗର ନିର୍ବାଚନ ମଣ୍ଡଳୀର କଂଗ୍ରେସ, ଭାଜପା ଓ ସ୍ୱାଧିନ ବିଧାୟକ ପ୍ରାର୍ଥୀ ନାମାଙ୍କନ ଭରିବା ସହିତ ଶକ୍ତି ଦେଖାଇଛନ୍ତି ।
କଂଗ୍ରେସ ବିଧାୟକ ପାର୍ଥୀ ଅଶୋକ ପତିହାରୀ ନାମାଙ୍କନ ଭରିବା ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ବିରାଟ ଶୋଭାଯାତ୍ରରେ ହଜାର ହଜାର କର୍ମୀଙ୍କ ସହ ରୋଡ ସୋ କରିଛନ୍ତି । ରାଜନଗର କଂଗ୍ରେସ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ରାଜନଗର-ପଟ୍ଟାମୁଣ୍ଡାଇ ସହର ପରିକ୍ରମା କରି ଗୋଗୁଆ ଦେଇ କେନ୍ଦ୍ରାପଡା କାଳି ମନ୍ଦିର ନିକଟରେ ପହଁଚିଥିଲେ । ଏହି ବାଇକ ଶୋଭାଯାତ୍ରାରେ ଶତାଧିକ ବାଇକ ସାମିଲ ହୋଇଥିବା ସହ ବୋଲେରୋ ଓ କାର ମଧ୍ୟ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରାରେ ରାଜନଗର ଏବଂ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ଶହଶହ ଯୁବ, ଛାତ୍ର ଏବଂ ବରିଷ୍ଠ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ । ପରେ ସେଠାରୁ ଅଶୋକ କେନ୍ଦ୍ରାପଡା ଏଡିଏମ ରାଜସ୍ୱଙ୍କ କାର୍ଯ୍ୟାଳୟରେ ପହଁଚିି ନିଜର ନାମାଙ୍କନ ଦାଖଲ କରିଥିଲେ ।
ସେହିପରି ସ୍ୱାଧିନ ପାର୍ଥୀ ଜୀବନ କୃଷ୍ଣ ରାୟ ମଧ୍ୟ ଆଜି ନିଜର ଦମ୍ ଦେଖାଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବୋଲି ଜନସାଧାରଣ ମତ ପ୍ରକାଶ କରିଛନ୍ତି । ସେ ଆମ୍ବେର ମହାଦେବ ମନ୍ଦିରରୁ ପୂଜାସାରି ନିଜର ସମର୍ଥକଙ୍କ ସହିତ ଟେମ୍ପୁ, ବାଇକ, ବୋଲେର ଓ ଖୋଲାଜିପରେ ବାହାରୀ ପଟ୍ଟାମୁଣ୍ଡାଇ ସହର ପରିକ୍ରମା କରି ଗୋଗୁଆ ଦେଇ କେନ୍ଦ୍ରାପଡା ଏଡିଏମ ରାଜସ୍ୱଙ୍କ କାର୍ଯ୍ୟାଳୟରେ ପହଁଚି ନିଜର ନାମାଙ୍କନ ଦାଖଲ କରିଥିଲେ ।
ଭାଜପା ବିଧାୟକ ପାର୍ଥୀ ଲଳିତ ବେହେରା ନିଜ ସମର୍ଥକଙ୍କ ସହିତ କେନ୍ଦ୍ରାପଡା ରିଟର୍ଣ୍ଣିଂ ଅଫିସର ଏଡିଏମ ରାଜସ୍ୱ ନିଲୁ ମହାପାତ୍ରଙ୍କ କାର୍ଯ୍ୟାଳୟରେ ପହଁଚିି ନିଜର ନାମାଙ୍କନ ଦାଖଲ କରିଥିଲେ ।ସ୍ଵାଧୀନ ପାର୍ଥୀ ଭାବେ ମହେନ୍ଦ୍ର ବାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି ।
ଗତ ୧୦ ତାରିଖ ଅକ୍ଷୟ ତୃତୀୟା ଦିନ ରାଜନଗର ବିଧାନସଭା କ୍ଷେତ୍ର ପାଇଁ ବିଜେଡି ବିଧାୟକ ପାର୍ଥୀ ଧ୍ରୁବ ଚରଣ ସାହୁ କର୍ମୀ ଓ ନେତାଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ଆସି ରିଟର୍ଣ୍ଣିଂ ଅଫିସର ନିଲୁ ମହାପାତ୍ରଙ୍କ ନିକଟରେ ମନୋନୟନପତ୍ର ଦାଖଲ କରିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ମନୋଜ କୁମାର ରାଉତ ମଧ୍ୟ ନାମାଙ୍କନପତ୍ର ଦାଖଲ କରିଥିଲେ । ସେହିପରି ଗତ ୯ ତାରିଖରେ ଦିଦ୍ୟରଞନ ସ୍ୱାଇଁ ସ୍ୱାଧିନ ବିଧାୟକ ପାର୍ଥୀ ଭାବେ ନିଜର ନାମାଙ୍କନ ଦାଖଲ କରିଛନ୍ତି ।