ମାହାଙ୍ଗା ବିଧାନସଭା ଆସନରୁ ପ୍ରାର୍ଥୀର୍ପତ୍ର ଦାଖଲ କଲେ ଅଙ୍କିତ


ମାହାଙ୍ଗା ବିଧାନସଭା ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ବେଳେ ବାପା ପ୍ରତାପ ଜେନାଙ୍କ ସହ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ସୂଚନା ଯୋଗ୍ୟ, ସୋମବାର ଅଙ୍କିତ ଶୋଭାଯାତ୍ରାରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସିଥିଲେ । ହେଲେ ଶୁଭମୁହୁର୍ତ୍ତ ଗଡି ଯିବାରୁ ନାମାଙ୍କନ ନ ଭରି ଫେରିଯାଇଥିଲେ । ମଙ୍ଗଳବାର ପୁଣି ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କରିଛନ୍ତି । ମାହାଙ୍ଗା ବିଧାନସଭା ଆସନରୁ ବିଜେଡି ପ୍ରତାପ ଜେନାଙ୍କ ବଦଳରେ ତାଙ୍କର ପୁଅ ଅଙ୍କିତଙ୍କୁ ଟିକେଟ ଦେଇ ଭାରସା କରିଛି ।


Discover more from

Subscribe now to keep reading and get access to the full archive.

Continue reading