ପଟ୍ଟାମୁଣ୍ଡାଇରେ ବିଶାଳ ନିର୍ବାଚନୀ ସଭା

କେନ୍ଦ୍ରାପଡା ୧୫/୫ ସାରା ଭାରତରେ ନଂ ୧ମୁଖ୍ୟମନ୍ତ୍ରୀ ଅଦ୍ୱିତୀୟ ଜନନାୟକ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସାରା ଦେଶରେ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି। ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗମନାଗମନ, ଯୁବକ, ଶ୍ରମିକ, ବରିଷ୍ଠ ନାଗରିକ ପାଇଁ ଏକାଧିକ ଯୋଜନା କରାଯାଇଛି। କେନ୍ଦ୍ର କେବଳ କଥା କହେ। ବିଜେଡି ସରକାର କାମରେ ବିଶ୍ୱାସ କରେ।ଓଡିଶାର ବିକାଶଧାରା ଆଗରେ ବିରୋଧୀ ପ୍ରଚାରସର୍ବସ୍ୱ ବିଜେପି ଓ ଭ୍ରଷ୍ଠାଚାରୀ କଂଗ୍ରେସ ସଂପୂର୍ଣ୍ଣ ଫେଲ ମାରିଛି । ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ଓ ଆଶୀର୍ବାଦ ଯୋଗୁଁ ରାଜନଗର ନିର୍ବାଚନମଣ୍ଡଳୀରେ ବିଜେଡି ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ରେକର୍ଡ ବିଜୟ ହାସଲ କରିବାକୁ ଯାଉଛି ବୋଲି ରାଜନଗର ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ, ଓ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ପଟ୍ଟାମୁଣ୍ଡାଇ ଠାରେ ବିଜେଡି ପକ୍ଷରୁ ଆୟୋଜିତ ବିଶାଳ ନିର୍ବାଚନୀ ସଭାରେ ପ୍ରକାଶ କରିଛନ୍ତି ।
କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକ ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ବୁଧବାର ସନ୍ଧ୍ୟାରେ ବାଇପାସ ଯାତ୍ରା ପଡିଆ ଠାରେ ଏକ ବିଶାଳ ନିର୍ବାଚନୀ ସଭା ଅନୁଷ୍ଟିତ ହୋଇଯାଇଛି । ଆୟୋଜିତ ସଭାରେ ରାଜନଗର ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ପଟ୍ଟାମୁଣ୍ଡାଇ ବିକାଶ ଶିଖର ଛୁଇଁଛି । କୋଟି କୋଟି ଟଙ୍କା ବ୍ୟୟରେ ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତା, ଇନଡୋର ଷ୍ଟାଡିୟମ,କଚେରୀ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟକ୍ରମ କରାଯାଇଛି । ସ୍କୁଲ କଲେଜ ରୂପାନ୍ତକରଣ ଓ ମଠ ମନ୍ଦିର ଉନ୍ନତି ସହ ୩୭କୋଟି ଟଙ୍କା ବ୍ୟୟରେ ସବଡିଭିଜନ ହସ୍ପିଟାଲ ଓ ଅତ୍ୟାଧୁନିକ ବସଷ୍ଟାଣ୍ଡ ଓ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ପଟ୍ଟାମୁଣ୍ଡାଇ ବିକାଶ ମହାପର୍ବରେ ସାମିଲ ହୋଇ ବିକାଶ ପ୍ରକ୍ରିୟା ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ ଆମକୁ ତାଙ୍କ ପ୍ରତିନିଧି ଭାବରେ ଚଳିତ ନିର୍ବାଚନରେ ପ୍ରାର୍ଥୀ ଘୋଷଣା କରିଛନ୍ତି । ବିଜେଡି ଆସିଲେ ଏଠାରେ ବିକାଶ ଧାରା ପୁଣିଥରେ ଆଗେଇ ଚାଲିବ ଓ ପଟ୍ଟାମୁଣ୍ଡାଇବାସୀଙ୍କ ସ୍ୱପ୍ନ ସାକାର ହେବ ।” ତେଣୁ ଚଳିତ ନିର୍ବାଚନରେ ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ବହୁମତରେ ବିଜୟୀ କରିବାକୁ ନିବେଦନ କରିଥିଲେ ।
କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ମାଟିର ପୁଅ ଅଂଶୁମାନ ମହାନ୍ତି ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବପୀଢ଼ି ପାଇଁ ୧ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ଯୁବବଜେଟ ଆଣିବା, ଭାରତର ସର୍ବବୃହତ ଷ୍ଟିଲ ପ୍ଲାଂଟ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରତିଷ୍ଠା କରିବା ଓ ସର୍ବୋପରି ବିଜୁଳି ବିଲ ଛାଡ଼ କରିବା ଆଦି ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଜେଡି ସରକାରଙ୍କ ବିକାଶ ମୁଳକ କାର୍ଯ୍ୟ ଦେଖି ବିରୋଧୀ ଅସ୍ତବ୍ୟସ୍ତ ହୋଇ ପଡୁଛି । ବିରୋଧୀ ଦଳ ମାନଙ୍କ ପ୍ରତି କଟାକ୍ଷ କରି ସେମାନେ କେବଳ କଥାରେ କୁହନ୍ତି, ନବୀନ ପଟ୍ଟନାୟକ କାମ କରି ଦେଖାନ୍ତି ବୋଲି କହିଥିଲେ । ବିଜେପି ୨୦୧୪ରେ ଦେଇଥିବା କୌଣସି ପ୍ରତିଶ୍ରୁତି ପାଳନ କରିନାହିଁ ବୋଲି ସେ କହିଥିଲେ । କେନ୍ଦ୍ରାପଡ଼ା ମାଟିରୁ ପ୍ରଥମ ଥର ପାଇଁ ସାଂସଦ ପ୍ରାର୍ଥୀ ହୋଇଥିବାରୁ ଏ ମାଟିର ଗୌରବ ପାଇଁ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖଚିହ୍ନରେ ଭୋଟ ଦେଇ ରେକର୍ଡ ବିଜୟ ହାସଲ ସହ ଇତିହାସ ସୃଷ୍ଟି କରିବାକୁ ନିବେଦନ କରିଥିଲେ ।
ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ବିଜୟ କେତନ ସ୍ୱାଇଁ ଭାଷଣ ଦେଇ ପୁନର୍ବାର ଷଷ୍ଠ ଥର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସମଗ୍ର ଓଡିଶାବାସୀ, ବିଶେଷକରି ପଟ୍ଟାମୁଣ୍ଡାଇବାସୀ ମନ ସ୍ଥିର କରିସାରିଛନ୍ତି। ଏହି ନିର୍ବାଚନୀ ସମାବେଶରେ ଉପସ୍ଥିତ ଲୋକସଭା ପାର୍ଥୀ ଅଂଶୁମାନ ଓ ବିଧାୟକ ପାର୍ଥୀ ଧ୍ରୁବଙ୍କୁ ଆଶୀର୍ବାଦ ଦେବାସହ ପଟ୍ଟାମୁଣ୍ଡାଇ ବିକାଶ ରଥକୁ ଆଗକୁ ନେବାରେ ସହଯୋଗ କରିବାକୁ ସେ ନିବେଦନ କରି ଅଂଚଳ ସ୍ୱାର୍ଥ ପାଇଁ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟକଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ । ଏହି ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ପୂର୍ବତନ ପୌର ଅଧ୍ୟକ୍ଷା ବୈଜୟନ୍ତୀମାଳା ଲେଙ୍କା, ରାଜ୍ୟ ବିଜେଡି ସମ୍ପାଦକ ମିଟୁ ଦାଶ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ନଗର ମହିଳା ସଭାନେତ୍ରୀ ଲାସ୍ୟମୟୀ ସାହୁ, ବ୍ଲକ ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ ପ୍ରମୁଖ ଭାଷଣ ଦେଇ ଶଙ୍ଖରେ ଭୋଟ ଦେଇ ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଓ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ରେକର୍ଡ ବ୍ୟବଧାନରେ ବିଜୟୀ କରିବାକୁ ନିବେଦନ କରିଥିଲେ । ଏହି ସଭାକୁ ଯୁବନେତା ସଂଗ୍ରାମ ସ୍ୱାଇଁ, ଅଭିରାମ ସ୍ୱାଇଁ, ଦିଲ୍ଲୀପ ସାହୁ, ନିରାକାର ସାହୁ ସଞ୍ଜୟ ଦାସ ଓ ସ୍ୱରୂପାନନ୍ଦ ସାମଲ ପରିଚାଳନା କରିଥିଲେ ।











