ଓଡିଶାରେ ଡବଲ ଇଞ୍ଜିନ ସରକାର ନୁହେଁ କେବଳ ନବୀନ ଇଞ୍ଜିନ ସରକାର ଦରକାର



ରାଜନଗର-ପଟ୍ଟାମୁଣ୍ଡାଇ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସଙ୍କଳ୍ପବଦ୍ଧ
ନିର୍ବାଚନ ଆସିଲେ ବିରୋଧି କନ୍ଦନ୍ତି କୁମ୍ଭିର କାନ୍ଦଣା


ବିଜୁଜନତା ଦଳର ବରିଷ୍ଠ ନେତା କାର୍ତୀକ ପାଣ୍ଡିଆନ ସୋମବାର କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ଅନ୍ତର୍ଗତ ରାଜନଗର ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ପ୍ରଚାର କରି ଓଡିଶାରେ ଡବଲ ଇଞ୍ଜିନ ସରକାର ନୁହେଁ କେବଳ ନବୀନ ଇଞ୍ଜିନ ସରକାର ଦରକାର । ନବୀନ ଇଞ୍ଜିନ ସରକାରରେ ଓଡ଼ିଶାରେ ଶାନ୍ତି ଅଛି, ବିକାଶ ହେଉଛି । ଏଥିନେଇ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାନସଭା ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ବିପୁଳ ଭୋଟରେ ଜିତାଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଅନୁରୋଧ କରିଛନ୍ତିି ।


କେନ୍ଦ୍ରାପଡା ଜିଲା ରାଜନଗର ହାଇସ୍କୁଲ ପଡିଆ ଠାରେ ସୋମବାର ରାଜନଗର-ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡିର ବରିଷ୍ଠ ନେତା ତଥା ୫ଟି ଅଧକ୍ଷ କାର୍ତିକ ପାଣ୍ଡଆନି ଯୋଗ ଦେଇ ସଭାମଂଚରୁ ଭାଜପାକୁ ଟାର୍ଗେଟ କରିଛନ୍ତି । ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି, ଓଡିଶାରେ ଡବଲ ଇଞ୍ଜିନ ସରକାର ନୁହେଁ କେବଳ ନବୀନ ଇଞ୍ଜିନ ସରକାର ଦରକାର । ନବୀନ ଇଞ୍ଜିନ ସରକାରରେ ଓଡ଼ିଶାରେ ଶାନ୍ତି ଅଛି, ବିକାଶ ହେଉଛି । ତେଣୁ ଓଡ଼ିଶାକୁ ନବୀନ ଇଞ୍ଜିନର ସରକାର ଦରକାର । ନବୀନ ଇଞ୍ଜିନ ସରକାର ତେଲରେ ଚାଲୁଥିବା ସରକାର ନୁହେଁ, ବରଂ ଏହା ଲୋକଙ୍କ ଆଶୀର୍ବାଦରେ ଚାଲୁଥିବା ସରକାର । ମହାପ୍ରଭୁଙ୍କ ଆର୍ଶୀବାଦରେ ଚାଲୁଥିବା ସରକାର । ତେଲ ସରିଗଲେ ଡବଲ ଇଞ୍ଜିନ ବନ୍ଦ ହୋଇଯିବ । ଆପଣଙ୍କ ଆଶୀର୍ବାଦରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣିଥରେ ଶପଥ ନେବେ । ଓଡ଼ିଶା ଇତିହାସ ରଚିବ । ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ ରାଜନଗର ମାଟିର ପୁଅ ଏମପି ଓ ଏମଏଲଏ ୨ ଜଣ ବିଜେଡି ପ୍ରାର୍ଥୀଙ୍କୁ ଲକ୍ଷେ ଲକ୍ଷେ ଭୋଟରେ ବିପୁଳ ବିଜୟୀ କରାନ୍ତୁ । ଶପଥ ଗ୍ରହଣ ପରେ ପ୍ରଥମେ ମୁଁ ଏଠାକୁ ଆସିବି । ନବୀବ ବାବୁଙ୍କ ଗ୍ୟାରେଂଟି କେବେ ଫେଲ୍ ମାରିବନି । ସେ ମୁଖ୍ୟମନ୍ତ୍ରୀଙ୍କ ୩ଟି ଦସ୍ତଖତ କଥା ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ରାଜନଗର-ପଟ୍ଟାମୁଣ୍ଡାଇ ବାସିନ୍ଦାଙ୍କ ଆଶୀର୍ବାଦ ହେଲେ ଏଠାରୁ ବିଜେଡିର ବିଧାୟକ ଓ ଏମପି ପ୍ରାର୍ଥୀ ଜିତିବେ, ଜୁନ ୯ରେ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ନେବେ । ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ୩ଟି ଦସ୍ତଖତ କରିବେ । ପ୍ରଥମରେ ମାଗଣା ବିଜୁଳି ବିଲ ଉପରେ ଦସ୍ତଖତ କରିବେ, ଜୁଲାଇଠାରୁ ଆଉ ବିଜୁଳି ବିଲ ଆସିବନି । ଦ୍ୱିତୀୟରେ ବିଏସକେୱାଇ କାର୍ଡ ଯୋଜନା, ଯେଉଁଥିରେ ବାକି ରହିଯାଇଥିବା ପ୍ରତି ପରିବାରକୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଗାଇଦିଆଯିବ । ତୃତୀୟ ଦସ୍ତଖତ କରି ମିଶନ ଶକ୍ତି ମା’ଙ୍କର ବହୁ ଦିନର ଇଚ୍ଛାକୁ ପୂରଣ କରିବେ । ବହୁ ଦିନରୁ ମିଶନ ଶକ୍ତି ମା’ଙ୍କର ଦାବି ଥିଲା ସେମାନଙ୍କୁ ଭତା ମିଳୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ଶପଥ ନେବା ପରେ ସେମାନଙ୍କର ଏହି ଇଚ୍ଛାକୁ ପୂରଣ କରିବେ । ମିଶନ ଶକ୍ତି ଗ୍ରୁପର ମା’ ମାନଙ୍କୁ ୬୦ ବର୍ଷ ପରେ ପେନସନ ମିଳିବ ବୋଲି ପ୍ରଚାର ମଂଚ ଉପରୁ ୫ଟି ଅଧକ୍ଷ କାର୍ତିକ ପାଣ୍ଡିଆନ ପ୍ରତିଶ୍ରୁତି ଦେବା ସହିତ ବିରୋଧିଙ୍କୁ ଟାର୍ଗେଟ କରି ନିର୍ବାଚନ ଆସିଲେ ବିରୋଧି କୁମ୍ଭିର କାନ୍ଦଣା କନ୍ଦିବା କଥା କହିଥିଲେ । ତାଙ୍କ ଛଳ କାନ୍ଦଣାରେ ନପଡି କେନ୍ଦ୍ରାପଡା ଲୋକ ସଭା ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ରାଜନଗର ବିଧାୟକ ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ୧ ଲକ୍ଷରୁ ଊଦ୍ଧ୍ର୍ୱର୍ ଭୋଟ ବ୍ୟବଧାନରେ ବିଜୟୀ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ସେହିପରି ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ରାଜନଗର-ପଟ୍ଟାମୁଣ୍ଡାଇର ସର୍ବାଙ୍ଗୀନ ଉନ୍ନତି ପାଇଁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜେଡିକୁ ବିଜୟୀ କରିବାକୁ ନିବେଦନ କରିଥିଲେ । ଲୋକସଭା ପାର୍ଥୀ ଅଂଶୁମାନ ତାଙ୍କ ଭାଷଣରେ ବିରୋଧିଙ୍କୁ ଟାଗ୍ରେଟ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ବିରୋଧି ଭାଜପା କୋଉଁଠି କ’ଣ କହୁଛନ୍ତୁି ଜାଣିପାରୁ ନାହାନ୍ତି । ଯୁଆଡ଼େ ଯାଉଛନ୍ତି କହୁଛନ୍ତି ଏକ ନମ୍ବର କରିବେ । ସେମାନେ ପ୍ରଥମେ ନିଷ୍ପତି କରନ୍ତୁ କେଉଁ ରାଜ୍ୟକୁ ଏକ ନମ୍ବର କରିବେ । ୨୫ ବର୍ଷ ହେଲା ଡବଲ ଇଞ୍ଜିନ ସରକାର ଥାଇ ଏପର୍ଯ୍ୟନ୍ତ ଗୁଜରାଟକୁ ଏକ ନମ୍ବର କରିପାରିଲେ ନାହିଁ । ସେମାନେ କେବଳ ଆପଣମାନଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଅଂଶୁମାନ କହିଥିଲେ । ପ୍ରାରମ୍ଭରେ ପାଣ୍ଡିଆନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା । ଏହାପରେ ପାଣ୍ଡିଆନ ଉପସ୍ଥିତ ଜନସାଧାରଣଙ୍କ ସହ ହାତ ମିଳାଇବା ସହିତ ମା’ମାନଙ୍କଠାରୁ ଆର୍ଶୀବାଦ ଗ୍ରହଣ କରିଥିଲେ । ଏହି ସଭାରେ ରାଜନଗର ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ ପୌରାଂଚଳ ସହ ୧୯ ପଂଚାୟତ ଅଧୀନ ବହୁ ବିଜେଡି ନେତା,କର୍ମୀ ଓ ସମର୍ଥକଙ୍କ ସହ ରାଜନଗର ୨୯ ପଂଚାୟତର ବହୁ ବିଜେଡି ନେତା,କର୍ମୀ ଉପସ୍ଥିତ ଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲ ।

 

 


Discover more from

Subscribe now to keep reading and get access to the full archive.

Continue reading