କେନ୍ଦ୍ରାପଡା, ୨୧/୫: ଆଜିର ସମୟ ଚକ୍ରରେ ମଣିଷ ସବୁବେଳେ ନିଜର ବ୍ୟକ୍ତିଗତ ଜୀବନ ପାଇଁ ବ୍ୟସ୍ତ ରହିଥାଏ । ମଣିଷ ଗୋଟେ ସାମାଜିକ ପ୍ରାଣୀ । ସମାଜ ପ୍ରତି କିଛି କର୍ତ୍ତବ୍ୟ ମଧ୍ୟ ରହିଛି । ଜୀବନରେ ବିବାହ ନୂତନ ସ୍ୱାଦ ଆଣିଥାଏ । ଯଦି ମଣିଷ ଏହି ସମୟରେ ସମାଜ ପାଇଁ କିଛି କର୍ମ କରି ଉଦାହରଣ ପାଲଟେ ତେବେ ଏହା ଅତି ସୁନ୍ଦର ଓ ସୁଉଚ୍ଚ ଚିନ୍ତାଧାରା ବୋଲି ଗୁରୁଜନମାନେ ମତ ଦିଅନ୍ତି । ଆଜି ଏହିଭଳି କିଛି କାମ ଦେଖିବାକୁ ମିଳିଥିଲା କେନ୍ଦ୍ରାପଡ଼ା ଜିଲ୍ଲାର କନ୍ତିଆ ଗ୍ରାମର ରାଜେଶ ବାରିକ ଓ ଭାଦ୍ରବି ବାରିକଙ୍କ ବିବାହର ପ୍ରଥମ ବାର୍ଷିକ ଉତ୍ସବରେ । ଦମ୍ପତି ଦୁହେଁ ପ୍ରଥମେ ଗ୍ରୀଷ୍ମପ୍ରବାହରେ ରକ୍ତଭଣ୍ଡାରରେ ରକ୍ତର ଅଭାବ ଦୂର କରିବାକୁ ରକ୍ତଦାନ କରିଥିଲେ । ଏହାପରେ ଗ୍ରୀଷ୍ମଋତୁରେ ମଣିଷ ଶାନ୍ତିରେ ଜୀବନ ବିତାଇବା ପାଇଁ ବିକଳ୍ପ କେବଳ ଗଛ ଏହାର ଉପାଦେୟତା ବୋଲି ବୁଝି ବୃକ୍ଷରୋପଣ କରିଥିଲେ । ଏହାସହିତ ଶ୍ରୀ ବାରିକ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ଜଣେ ସକ୍ରିୟ ସଦସ୍ୟ ହୋଇଥିବାରୁ ଟ୍ରଷ୍ଟର ସେବା କାର୍ଯ୍ୟ ପାଇଁ କିଛି ଆର୍ôଥକ ଅନୁଦାନ ଟ୍ରଷ୍ଟର ସଭାପତି ଦମନ ମହାନ୍ତିଙ୍କୁ ପ୍ରଦାନ କରିଥଲେ । ଆଜିର ଏହି ଗ୍ରୀଷ୍ମକାଳୀନ ସେବାକାର୍ଯ୍ୟରେ ସହଯୋଗୀ ଥିବା ଅଧ୍ୟାପକ ପ୍ରମୋଦ ମହାନ୍ତିଙ୍କ ମତରେ ଯଦି ଆମେ ଏ.ସି. ବଦଳରେ ବୃକ୍ଷକୁ ବିକଳ୍ପ ବାଛିନେବା ତେବେ ଆମ ପରିବେଶ ସୁଧୁରିଯିବ, ଯାହା ଆଜି ଏହି ଦମ୍ପତି କହିଛନ୍ତି । ଆଜିର କାର୍ଯକ୍ରମରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ହେଲେ ଆଇନଜୀବୀ ନଳିନୀକାନ୍ତ ବେହେରା, କାଳନ୍ଦୀ ମଲ୍ଲିକ, ମନୋଜ କୁମାର ରାଉତ, ପ୍ରମୋଦ କୁମାର ମହାନ୍ତି, ସୁବାସ ସ୍ୱାଇଁ, ବାସନ୍ତୀ ମହାପାତ୍ର, ବୈଭବ ମହାନ୍ତି, ମୈତ୍ରୀ ସାମଲ, ମମତା ମହାନ୍ତି, ଶୁକଦେବ ମଲ୍ଲ ଓ ଆଜିର କାର୍ଯକ୍ରମର ମୁଖ୍ୟ ଆକର୍ଷଣ ସମାଜ ସଂସ୍କାରକ ଦମ୍ପତି ରାଜେଶ କୁମାର ବାରିକ ଓ ଭାଦ୍ରବି ବାରିକ ।