କେନ୍ଦ୍ରାପଡ଼ାରେ ତୁଙ୍ଗ ନେତାଙ୍କ ଯୋରଦାର ନିର୍ବାଚନୀ ପ୍ରଚାର


କେନ୍ଦ୍ରାପଡା ୨୮/୫- ନିର୍ବାଚନ ପ୍ରଚାର ଆଉ ଦୁଇଦିନ ଅଛି । ବୁଧବାର ଦିନ କେନ୍ଦ୍ରାପଡାରେ କେନ୍ଦ୍ର ଓ ରାଜ୍ୟରୁ ବହୁ ତୁଙ୍ଗ ନେତାମାନେ ଆସି ପ୍ରଚାର କରିବେ । ଗତକାଲି  ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଗସ୍ତରେ ଆସି ପ୍ରଚାର କରିଥିଲେ । ମେ ୨୯ତାରିଖରେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରୁଅ ପଡିଆ ଠାରେ ନିର୍ବାଚନୀ ପ୍ରଚାର କରିବେ । ଏହି ନିର୍ବାଚନୀ ସଭାରେ ବିଜେପି ସଂସଦୀୟ କ୍ଷେତ୍ରର ସାଂସଦ, ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ ପ୍ରାର୍ଥୀମାନେ ଓ ବିଜେପିର ବହୁ ତୁଙ୍ଗ ନେତାମାନେ ଯୋଗଦେବେ । ସେହିପରି ବିଜେଡି ଦଳର ଚେୟାରମ୍ୟାନ ଭିକେ ପାଣ୍ଡିଆନ କେନ୍ଦ୍ରାପଡା ଗସ୍ତରେ ଆସି ରୋଡ ସୋରେ ଯୋଗ ଦେବେ । ଏହି ରୋଡ ସୋ କେନ୍ଦ୍ରାପଡା ଇଚ୍ଚାପୁର ରଥ ଦାଣ୍ଡରୁ ବାହାରି ସାନମଙ୍ଗଳା, ସାନ୍ତସାହି, ପୁରୁଣାବସଷ୍ଟାଣ୍ଡ, ବଡହାଟ, ନୂଆ ବସଷ୍ଟାଣ୍ଡ ଦେଇ ତିନିମୂହାଣୀରେ ଶେଷ ହେବ ବୋଲି ବିଜେଡି ଜିଲ୍ଲା ସଭାପତି ଧିରେନ ସାହୁ ସୂଚନା ଦେଇଛନ୍ତି । ଏଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

 


Discover more from

Subscribe now to keep reading and get access to the full archive.

Continue reading