ପୁନର୍ବାସରେ ସ୍ୱତନ୍ତ୍ର ମହିଳା ଓ ଶିଶୁ ଥେରାପି କକ୍ଷର ଲୋକାର୍ପଣ



କେନ୍ଦ୍ରାପଡା, ୨/୬: ଥେରାପି ସେବା ଓ ଭିନ୍ନକ୍ଷମଙ୍କ ସହାୟତା କ୍ଷେତ୍ରରେ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱକାଳ କେନ୍ଦ୍ରାପଡ଼ା ଜିଲ୍ଲାର ସକ୍ରିୟ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଏକ ସ୍ୱତନ୍ତ୍ର ମହିଳା ଓ ଶିଶୁ ଥେରାପି କକ୍ଷ ମାଧପୁରସ୍ଥିତ ଥେରାପି କେନ୍ଦ୍ରଠାରେ ଲୋକାର୍ପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାର ସୁନାମଧନ୍ୟ ଚିକିତ୍ସକ ଡା. ବିଶ୍ୱପ୍ରକାଶ କାନୁନଗୋ ଓ ଡା. ସ୍ନେହଲତା କାନୁନଗୋ ଯୋଗଦେଇ ଏହି କକ୍ଷର ଶୁଭ ଲୋକାର୍ପଣ କରିଥିଲେ । ମୁଖ୍ୟ ଉପଦେଷ୍ଟା ଡକ୍ଟର ବିରଜା ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ଅଧିକାରିଣୀ ପୁଷ୍ପାଞ୍ଜଳି ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷା ସ୍ୱାଗତିକା ପାତ୍ର, ୧୦ନମ୍ବର ୱାର୍ଡ଼ କାଉନସିଲର ରଶ୍ମିତା ସିଂ, କବିୟତ୍ରୀ ନବଜ୍ୟୋତି ରାୟ ଉପସ୍ଥିତ ରହି ଏହି ସ୍ୱତନ୍ତ୍ର କକ୍ଷ ମହିଳାମାନଙ୍କୁ ସଂକୋଚମୁକ୍ତ ଓ ନିରାପଦ ଥେରାପି ସେବା ପ୍ରଦାନରେ ବିଶେଷ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ । ଏହି କକ୍ଷଟିରେ ଅତ୍ୟାଧୁନିକ ଥେରାପି ସେବାର ସମସ୍ତ ସୁବିଧା ଉପଲବ୍ଧ ସହିତ ଜଣେ ମହିଳା ସହାୟିକା ନିୟୋଜିତ ରହିଛନ୍ତି ବୋଲି ଉପସଭାପତି ଜ୍ୟୋତିରଞ୍ଜନ ନାୟକ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ସହସମ୍ପାଦକ ବଂଶୀଧର ମହାନ୍ତି, କାଉନସିଲର ସଞ୍ଜୀବ ଜେନା, ମହମ୍ମଦ ଜାହିଦ ଖାଁ, ଶେଷଦେବ ଦାସ ଓ ପୁନର୍ବାସର ସମସ୍ତ ଥେରାପିଷ୍ଟ ଏବଂ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।


Next Post

ଗଣକବି ଗୋପାଳ ଦାଶଙ୍କ ୧୪୯ତମ ଜୟନ୍ତୀ ଉତ୍ସବ

Mon Jun 3 , 2024
କେନ୍ଦ୍ରାପଡା, ୨/୬: ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନର ଅକ୍ଷୟ ମହାନ୍ତି କକ୍ଷରେ ଓଡିଆ ଗୀତାଭିନୟ ଜଗତର ମୁକୁଟ ବିହୀନ ସମ୍ରାଟ୍ ଗଣକବି ଗୋପାଳ ଦାଶଙ୍କ ପୁଣ୍ୟ ୧୪୯ତମ ଜୟନ୍ତୀ ଉତ୍ସବ ଗତ ମେ ମାସ ୨୯ ତାରିଖ ପୂର୍ବାହ୍ନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ରେଡିଓ ଭାବଗ୍ରାହୀ ଏବଂ ଭାବଗ୍ରାହୀ କଳା ନିକେତନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ କଳା ନକେତନର […]

You May Like