ବିଜେଡି ଟାଣୁଆ ନେତାଙ୍କ ଉପରୁ ମୁହଁ ଫେରାଇନେଲେ ଭୋଟର


ଭୁବନେଶ୍ୱର,୩।୬: ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ପରାଜୟ ପରେ ପ୍ରଥମ ବୟାନ ଦେଇଛନ୍ତି ନବୀନ ପଟ୍ଟନାୟକ। ସେ କହିଛନ୍ତି ”ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା। ବିଜୁ ଜନତା ଦଳର ସମସ୍ତ କର୍ମୀ ଓ ନେତାଙ୍କ ନିଷ୍ଠାପର ଉଦ୍ୟମ ଓ ତ୍ୟାଗ ପ୍ରତି ମୋର ସମ୍ମାନ ଓ ଧନ୍ୟବାଦ ଜଣାଇଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ନିର୍ବାଚନରେ ପରାଜିତ ହୋଇଛନ୍ତି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ସେ ହାରି ଯାଇଛନ୍ତି। ଭାଜପା ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ତାଙ୍କୁ ପରାସ୍ତ କରିଛନ୍ତି। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ସମେତ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଥିଲେ। ଉଭୟ ଆସନରେ ବିଜୟୀ ହେବେ ବୋଲି ଆଶା କରାଯାଉଥିଲା।ହେଲେ କଣ୍ଟାବାଞ୍ଜିରୁ ଭାଜପା ପ୍ରାର୍ଥୀ ତାଙ୍କୁ କଡା ଟକ୍କର ଦେଲେ । ବାଗ୍‌ ୧୬,୩୨୧ ଖଣ୍ଡ ଭୋଟରେ ମୁଖ୍ୟମନ୍ତ୍ରୀଙ୍କୁ ପରାସ୍ତ କରିଛନ୍ତି। ବିଜେଡିର ଜୋରଦାର ପ୍ରଚାର ସତ୍ତ୍ୱେ ଓଡ଼ିଶାରେ ଆଶାତୀତ ସଫଳତା ପାଇପାରିନାହିଁ ଦଳ । ଲୋକେ ବିଜେଡି ବିପକ୍ଷରେ ଯାଇଛନ୍ତି। ଭଜପାକୁ ଭରସା କରିଛନ୍ତି ଭୋଟର। ତେବେ ବିଜେଡିର ଟାଣୁଆ ନେତା/ନେତ୍ରୀ ପରାଜୟର ସ୍ୱାଦ ଚାଖିଛନ୍ତି। ସେଥିରୁ ଅନୁଗୁଳରେ ପରାଜୟର ସ୍ୱାଦ ଚାଖିଛନ୍ତି ବିଜେଡି ନେତା ରଜନୀକାନ୍ତ ସିଂହଙ୍କ ପତ୍ନୀ ସଂଯୁକ୍ତା ସିଂହ। ସେ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କଠାରୁ ୧୭୪୩୩ ଭୋଟରେ ପରାସ୍ତ ହୋଇଛନ୍ତି। ଅତାବିରାରେ ଏଥର ପରାଜୟର ସ୍ୱାଦ ଚାଖିଛନ୍ତି ସ୍ନେହାଙ୍ଗିନୀ ଛୁରିଆ। ସେ ବିଜେପି ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କଠାରୁ ପରାସ୍ତ ହୋଇଛନ୍ତି।ବାରବାଟୀ-କଟକରେ ପରାଜୟର ସ୍ୱାଦ ଚାଖିଛନ୍ତି ପ୍ରକାଶ ବେହେରା। ବଡ଼ଚଣାରେ ହାରିଯାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ। ବଡମ୍ବାରୁ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ବରଗଡ଼ରୁ ଦେବେଶ ଆଚାର୍ଯ୍ୟ, ବ୍ରହ୍ମପୁରରୁ ରମେଶ ଚ୍ୟାଉପଟ୍ଟନାୟକ, ଭଦ୍ରକରୁ ପ୍ରଫୁଲ୍ଲ ସାମଲ, ଭଞ୍ଜନଗରରୁ ବିକ୍ରମ କେଶରୀ ଆରୁଖ, ଭଟଲିରୁ ସୁଶାନ୍ତ ସିଂ, ବିଜେପୁରରୁ ରିତା ସାହୁ, ବୌଦ୍ଧରୁ ପ୍ରଦୀପ ଅମାତ, ବ୍ରହ୍ମଗିରିରୁ ଉମାକାନ୍ତ ସାମନ୍ତରାୟ, ବ୍ରଜରାଜନଗରରୁ ଅଳକା ମହାନ୍ତି, ଧର୍ମଗଡରୁ ପୁଷ୍ପେନ୍ଦ୍ର ସିଂହ ଦେଓ, ଧର୍ମଶାଳାରୁ ପ୍ରଣବ ପ୍ରକାଶ ବଳବନ୍ତରାୟ, ଢେଙ୍କାନାଳରୁ ସୁଧୀର ସାମଲ, ଏକାମ୍ରରୁ ଅଶୋକ ପଣ୍ଡା, ଜି.ଉଦୟଗିରିରୁ ଉପବାଚସ୍ପତି ସାଲୁଗା ପ୍ରଧାନ, ଗୋପାଳପୁରରୁ ବିକ୍ରମ ପଣ୍ଡା, ହିନ୍ଦୋଳରୁ ମହେଶ ସାହୁ, ଜଗତସିଂହପୁରରୁ ପ୍ରଶାନ୍ତ ମୁଦୁଲି, ଝାରସୁଗୁଡ଼ାରୁ ଦୀପାଳି ଦାସ, ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା, କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ, କାମାକ୍ଷାନଗରରୁ ପ୍ରଫୁଲ୍ଲ ମଲ୍ଲିକ, କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକ, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ, କୋରେଇରୁ ସନ୍ଧ୍ୟାରାଣୀ ଦାସ, ମାହାଙ୍ଗାରୁ ଅଙ୍କିତ ପ୍ରତାପ ଜେନା, ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ, ନିଆଳିରୁ ପ୍ରମୋଦ ମଲ୍ଲିକ, ପରଜଙ୍ଗରୁ ନୃସିଂହ ସାହୁ, ପିପିଲରୁ ରୁଦ୍ର ମହାରଥୀ, ପୋଲସରାରୁ ଶ୍ରୀକାନ୍ତ ସାହୁ, ସମ୍ବଲପୁରରୁ ରୋହିତ ପୂଜାରୀ, ସୁକିନ୍ଦାରୁ ପ୍ରୀତି ରଞ୍ଜନ ଘଡେଇ, ଟିଟିଲାଗଡ଼ରୁ ଟୁକୁନି ସାହୁ ପ୍ରମୁଖ ପରାସ୍ତ ହୋଇଛନ୍ତି।


Next Post

କେନ୍ଦ୍ରାପଡାରେ ବିଜୁଗଡ ରକ୍ଷାକଲେ ୪ବିଧାୟକ, ଅତନୁଙ୍କ ପରାଜୟ , ବିଜେପିରୁ ସାଂସଦ ବୈଜୟନ୍ତ ଓ ବିଧାୟକ ଦୁର୍ଗା

Wed Jun 5 , 2024
କେନ୍ଦ୍ରାପଡ଼ା, ୪ା୬: କେନ୍ଦ୍ରାପଡାରେ ପ୍ରଥମ ଥର ପାଇଁ ବିଜେଡିରୁ ଯାଇ ବିଜେପିରେ ସାଂସଦ ପ୍ରାର୍ଥୀ ହୋଇ ପ୍ରାୟ ୫୫ହଜାରରୁ ଉର୍ଦ୍ଧ୍ୱ ବ୍ୟବଧାନରେ ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ହରାଇ ବିଜୟୀ ହୋଇଛନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ରାପଡା ଗସ୍ତ ଓ ନିର୍ବାଚନ ପ୍ରଚାର ପରେ ଏଠାରେ ମୋଦି ଲହର ଯୋଗୁଁ ରାଜନଗର ବିଧାନସଭା କ୍ଷେତ୍ର ବ୍ୟତିତ ସବୁଠି ଶ୍ରୀ ପଣ୍ଡା ଆଗରେ ରହିଥିବା ଦେଖାଯାଇଛି । […]

You May Like