NDA ବୈଠକରେ ଓଡ଼ିଶାକୁ ନେଇ ବଡ଼ ବୟାନ ଦେଲେ ମୋଦି, କହିଲେ……..


ନୂଆଦିଲ୍ଲୀ,୭।୬: ଶୁକ୍ରବାର ଅନୁଷ୍ଠିତ ଏନଡିଏ ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନଡିଏ ଦଳର ନେତା ଭାବେ ମନୋନୀତ କରାଯାଇଛି। ଏହାପରେ ପରେ ନରେନ୍ଦ୍ର ମୋଦି ସମ୍ବୋଧନ କରି କହିଛନ୍ତି, ସର୍ବସମ୍ମତି କ୍ରମେ ମୋତେ ବାଛି ନୂଆ ଦାୟିତ୍ୱ ଦେଇଛନ୍ତି। ଏଥିପାଇଁ ମୁଁ ଆପଣମାନଙ୍କ ପାଖରେ କୃତଜ୍ଞ। ଏନଡିଏ ଭଳି ଅନ୍ୟ କୌଣସି ପ୍ରି-ପୋଲ ଆଲାଏନ୍ସ ସଫଳ ହୋଇନି। ଏନଡିଏ ହେଉଛି ସବୁଠାରୁ ସଫଳ ଆଲାଏନ୍ସ। ୩୦ ବର୍ଷ ହେଲାଣି ଏକ ଅର୍ଗାନିକ ଆଲାଏନ୍ସ ପାଲଟିଛି ଏନଡିଏ। ଆଗାମୀ ୧୦ ବର୍ଷରେ ଗୁଡ ଗଭର୍ଣ୍ଣାନ୍ସ, ବିକାଶର ନୂଆ ଅଧ୍ୟାୟ ଲେଖାଯିବ। ସମସ୍ତେ ମିଶି ବିକଶିତ ଭାରତ ସ୍ଵପ୍ନକୁ ସାକାର କରିକି ହିଁ ରହିବା। ସଂସଦରେ ଯେକୌଣସି ଦଳର ଏମ୍‌ପି ମୋ ପାଇଁ ସମାନ ମୋ ପାଖରେ ନିଜ, ପର ଭେଦଭାବ ନାହିଁ, ସମସ୍ତେ ସମାନ। ଓଡ଼ିଶା ଫଳାଫଳକୁ ନେଇ ବଡ଼ ମନ୍ତବ୍ୟ ପ୍ରଧାନମନ୍ତ୍ରୀ ଦେଇ କହିଛନ୍ତି, ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଗରିବଙ୍କ ଦେବତା। ଓଡ଼ିଶାର ଫଳାଫଳ ବିକଶିତ ଭାରତର ସ୍ଵପ୍ନକୁ ନୂଆ ଗତି ଦେବ। ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶ ଇଂଜିନରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ। ଓଡ଼ିଶା ହେବ ଦେଶର ବିକଶିତ ଇଂଜିନ।


Next Post

ଆଦର୍ଶ ଶିକ୍ଷକ ଈଶ୍ୱର ସାହୁଙ୍କ ଦେହାନ୍ତ ଏକ ଯୁଗର ଅବସାନ ତାଙ୍କ ଦ୍ୱାଦଶାହ ଦିବସରେ ବିଶିଷ୍ଟ ବ୍ୟକ୍ତିଙ୍କ ମତାମତ

Sat Jun 8 , 2024
କେନ୍ଦ୍ରାପଡ଼ା ୭/୬: ଶତାୟୁ ଈଶ୍ୱର ଚନ୍ଦ୍ର ସାହୁଙ୍କ ମହାପ୍ରୟାଣର ଦ୍ୱାଦଶାହରେ କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ଚାଟରାପାଟଣାଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କେନ୍ଦ୍ରାପଡାର ବିଧାୟକ ଗଣେଶ୍ୱର ବେହେରା କହିଲେ ଈଶ୍ୱର ଚନ୍ଦ୍ର ସାହୁ ଜାତକ ଅନୁଯାୟୀ ୯୯ ବର୍ଷ ୬ ମାସରେ ଦେହାନ୍ତ ହୋଇଥିଲା । ତେଣୁ ୬ ମାସରୁ ଉର୍ଦ୍ଧ୍ୱ ହେଲେ ତାକୁ ଗୋଟିଏ ବର୍ଷ ବୋଲି ଗଣନା କରାଯାଇଥାଏ । ଏଣୁ […]

You May Like