ପଟ୍ଟାମୁଣ୍ଡାଇରେ ବିଧାୟକ ଧ୍ରୁବ ସାହୁଙ୍କୁ ବିଭିନ୍ନ ସଂଗଠନର ଭବ୍ୟ ସମ୍ବର୍ଦ୍ଧନା



ରାଜନଗର ବିଧାୟକ ଭାବେ ପ୍ରଭାବଶାଳୀ ବିଜେଡି ଯୁବନେତା ବିଧାୟକ ଧ୍ରୁବ ସାହୁ ପୁନର୍ବାର ବିଜୟ ବାନା ଉଡାଇ ଦ୍ୱିତୀୟ ବାର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି I ବିଧାୟକ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶ୍ରୀ ସାହୁ ପୁନର୍ବାର ବିଧାୟକ ଭାବେ ନିର୍ବାଚିତ ହେବା ପରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ଅଧକ୍ଷ ହେମନ୍ତ ସାହୁ,ରାଜ୍ୟ ବିଜେଡି ସମ୍ପାଦକ ମିଟୁ ଦାଶ,ବ୍ଲକ ବିଜେଡି ସଭାପତି କିଶୋର ସାହୁ,ଉପସଭାପତି ସୁରେଶ ପଣ୍ଡା ଓ ସର୍ବେଶ୍ୱର ମହାନ୍ତି,ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଅଶୋକ ଧଳ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀକାନ୍ତ ରାଉତ, ରାଜ୍ୟ ବିଜେଡି ସମ୍ପାଦିକା ସାନିଆ ପରମିନ ସାହେବା, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ ଓ ଜ୍ୟୋତିର୍ମୟୀ ବେହେରା,, ବିଜୁ ଯୁବବାହିନୀ ସଭାପତି ସଂଗ୍ରାମ ସ୍ୱାଇଁ,ଯୁବ ସଂଗଠକ ଗଗନ ଦାସ ଓ ଦିଲ୍ଲୀପ ଜେନା ପ୍ରମୁଖ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସେହିପରି ପଟ୍ଟାମୁଣ୍ଡାଇ ବଣିକ ସଂଘ ପକ୍ଷରୁ ସଭାପତି ଗୋପୀନାଥ କର, ଉପସଭାପତି ମୋହନ ଦାସ, କୋଷାଧକ୍ଷ ପର୍ଶୁରାମ ଷଣ୍ଢ, ଉପଦେଷ୍ଟା କିରଣ ଭୂୟାଁ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ । ହରପାର୍ବତୀ ମନ୍ଦିର ଠାରେ ମୁଖ୍ୟ ପୂଜକ କାଉନସିଲର ମୃତ୍ୟୁଞ୍ଜୟ ପାଢ଼ୀ, ଭଳିବାବା ମଠ ଠାରେ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।ଏଥି ସହିତ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ବିଭିନ୍ନ ସଂଗଠନ, ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷାବିତ, ବୁଦ୍ଧିଜୀବୀ, ସରପଞ୍ଚ ସମିତି ସଭ୍ୟ ଓ କାଉନସିଲରମାନେ ଫୁଲ ତୋଡ଼ା ଓ ଉତ୍ତରୀୟ ପ୍ରଦାନ ନବ ନିର୍ବାଚିତ ବିଧାୟକ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।


Next Post

ନବ ନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରାଙ୍କୁ ଓଷ୍ଟା ପକ୍ଷରୁ ସମ୍ବର୍ଦ୍ଧନା

Sun Jun 9 , 2024
କେନ୍ଦ୍ରାପଡ଼ା ୯/୬: ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ନବନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରା ପହଞ୍ôଚ ଶିକ୍ଷକ ନେତାମାନଙ୍କ ସହିତ ସୋହାର୍ଦ୍ଧପୂର୍ଣ୍ଣ ଆଲୋଚନା କରିଥିଲେ । ଏହି ଅବସରରେ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ ସମ୍ବନ୍ଧୀୟ ବିବିଧ ସମସ୍ୟା ଉପରେ ଶିକ୍ଷକ ନେତାମାନେ ଆଲୋଚନା କରିଥିଲେ । ଓଷ୍ଟା ଜିଲ୍ଲା ସଭାପତି ପ୍ରମୋଦ କୁମାର ବେହେରା, […]

You May Like