ମୋହନ ମାଝୀ ହେବେ ଓଡ଼ିଶାର ନୂଆଁ ମୁଖ୍ୟମନ୍ତ୍ରୀ, ଘୋଷଣା କଲା ଭାଜପା


ଭୁବନେଶ୍ୱର,୧୧।୬- ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଓଡ଼ିଶା ବିଧାନସଭା ନିର୍ବାଚନ-୨୦୨୪ର ଫଳାଫଳ ଗତ ୪ ତାରିଖ ଦିନ ଆସିଲା ପରେ ରାଜ୍ୟବାସୀ ଯେଉଁ ଘୋଷଣାକୁ ଅପେକ୍ଷା କରିଥିଲେ, ତାହା ଆଜି ପ୍ରକାଶ ପାଇଛି। ମଙ୍ଗଳବାର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କଠାରେ ମୋହର ବାଜିଛି। ବୁଧବାର ମୋହନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏନେଇ ଜନତା ମଇଦାନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ପର୍ଯ୍ୟବେକ୍ଷକ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ ଭାଜପା କାର୍ଯ୍ୟାଳୟଠାରେ ବିଧାୟକ ଦଳର ବୈଠକ ବସିଥିଲା। ବୈଠକରେ ସର୍ବସମ୍ମତିକ୍ରମେ ବିଧାୟକ ଦଳର ନେତା ଭାବେ ମୋହନଙ୍କ ନାଁ ଚୟନ କରାଯାଇଥିଲା। ସୂଚନାଯୋଗ୍ୟ, ୨୦୨୪ ବିଧାନସଭା ନିର୍ବାଚନରେ ଭାଜପା ୭୮ ଆସନ ଜିତି ବହୁମତ ହାସଲ କରିଛି। ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ରଙ୍କ ସହ ତୁଙ୍ଗ ନେତା ଉପସ୍ଥିତ ଥିଲେ। ମୋହନ କେନ୍ଦୁଝର ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି।


Next Post

ସରକାର ଗଠନ ପାଇଁ ଭାଜପାର ଦାବି ଉପସ୍ଥାପନ ,ରାଜ୍ୟପାଳଙ୍କୁ ଭେଟିଲେ ମୋହନ ମାଝୀ,

Tue Jun 11 , 2024
ଭୁବନେଶ୍ଵର 11/6: ଓଡ଼ିଶାରେ ସରକାର ଗଠନ କରିବାକୁ ଭାଜପା ଦାବି କରିଛି। ରାଜଭବନ ଯାଇ ଭାଜପାର ଟିମ୍ ମଙ୍ଗଳବାର ରାଜ୍ୟରେ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସହ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏବଂ କେନ୍ଦ୍ରମନ୍ତ୍ରୀ ରାଜଭବନ ଯାଇ ସରକାର ଗଠନ କରିବାକୁ ଦାବି କରିଥିଲେ। ଏହାପରେ ଆସନ୍ତାକାଲି ଜନତା ମଇଦାନରେ ନୂଆ ସରକାରର […]

You May Like