ଅଳପୁଆ ହାଇସ୍କୁଲ ୨୦୦୪ ବ୍ୟାଚ ବନ୍ଧୁମିଳନ ଓ ଗୁରୁ ପୂଜନ


କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଳପୁଆ ନୋଡ଼ାଲ ଉଚ୍ଚବିଦ୍ୟାଳୟର ୨୦୦୪ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ଗୁରୁ ପୂଜନ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ପ୍ରଧାନ ଶିକ୍ଷକ ଭଗବାନ ରାଉତଙ୍କ ପୌରହିତ୍ୟ ଓ ପୁରାତନ ଛାତ୍ର ପ୍ରିତିଶ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ବନ୍ଧୁମିଳନ ଓ ଗୁରୁପୂଜନ ଉତ୍ସବରେ ପ୍ରାକ୍ତନ ଶିକ୍ଷକ ଭଗବାନ ରାଉତ, ବିଷ୍ଣୁ ଚରଣ ଧଳ, ବ୍ରଜକିଶୋର ଶତପଥୀ, ଗୌରାଙ୍ଗ ସାହୁ, ବସନ୍ତ ବିଶ୍ୱାଳ, କାର୍ତିକ ରାଉତ, ଦାମୋଦର ଧଳ ବାସୁଦେବ ବିଶ୍ୱାଳ, ନୃସିଂହ ରାଉତ, ଉତ୍ତମ ସାହାଣୀ, ଗୋବିନ୍ଦ ସାହୁ, ସୁରେନ୍ଦ୍ର ମହାନ୍ତି, ହାଇସ୍କୁଲର ଶିକ୍ଷକ ଦୁଃଖ ମାରାନ୍ଦି , ଲଷ୍ମୀପ୍ରିୟା ଶର୍ମା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ପୁରାତନ ଛାତ୍ର ଶଶିଭୂଷଣ ପରିଡା, ପ୍ରସନ୍ନ ସାହୁ, ସନ୍ତୋଷ ଜେନା, ରାଜେନ୍ଦ୍ର ନାଥ , ଜିତେନ୍ଦ୍ର ସାହୁ, ମନୋରଞ୍ଜନ ନାଥ, ପ୍ରମୋଦ ସୁତାର, ଶିବ ପ୍ରସାଦ ଧଳ, ହେମନ୍ତ ସାହୁ, ସୁମନ୍ତ ମଲ୍ଲିକ, କ୍ଷୀରୋଦ ବେହେରା, ପ୍ରଦୀପ ଧଳ, ଅଳକା ଜେନା, ବିଜେତା ଦାସ, ସୁଜାତା ନାୟକ, ଶୁଭ୍ରା ସୁସଂଗୀତା, ରଶ୍ମିତା, ଇରାନୀ, ପଦ୍ମିନୀ, ଲିପିନା, ଲିପି, ରୁବି, ପିଙ୍କି, ନିରୁପମା, ସୋନିଆ, ଟିଟା, ଡଲି, ଜୁଳି, ଝୁମା, ମାମିନା ପ୍ରମୁଖ ସ୍କୁଲ ଜୀବନର ସ୍ମୃତି ଚାରଣ କରିବା ସହିତ ଏହି ମହାନ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ଶପଥ ନେଇଥିଲେ । ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀମାନେ ଶିକ୍ଷା ଗୁରୁ ଓ ବିଦ୍ୟାଳୟର ଶିକ୍ଷକଙ୍କୁ ପୂଜାର୍ଚନା କରିବା ସହିତ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏଥିସହିତ ପରଲୋକ ଗମନ କରିଥିବା ଶିକ୍ଷକଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ମା ଧାନେଶ୍ୱରୀ ସାଂସ୍କୃତିକ ପରିଷଦ ଅଳପୁଆ ର ଛାତ୍ରଛାତ୍ରୀ ମାନେ ଗୀତ ଓ ନୃତ୍ୟ ମାଧ୍ୟମ ରେ ଗୁରୁପୂଜା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ପୁରାତନ ଶିକ୍ଷକ, କର୍ମଚାରୀ ଓ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।


Next Post

ବନ ବିଭାଗର ବେଆଇନ କାର୍ଯ୍ୟ ବିରୋଧରେ ରାମଚଣ୍ଡୀ କୃଷକସଭା ପକ୍ଷରୁ ଜିଲ୍ଲାପାଳଙ୍କୁ ଅଭିଯୋଗ

Tue Jun 11 , 2024
କେନ୍ଦ୍ରାପଡ଼ା, ୧୧ା୬: ବନ ବିଭାଗର ବେଆଇନ କାର୍ଯ୍ୟ ବିରୋଧରେ ରାମଚଣ୍ଡୀ କୃଷକସଭା ପକ୍ଷରୁ ଆଜି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରାଯାଇଛି । ସେହି ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ ମହାକାଳପଡା ତହସିଲ ଅଧିନ ଯୋଗିଧାନକୁଦର କନ୍ଧ ଚାଷୀମାନଙ୍କୁ ରାଜନଗର ଡି.ଏଫ.ଓ.ଙ୍କ ନିର୍ଦେଶରେ ତାଙ୍କ କର୍ମଚାରୀମାନେ ବିଭିନ୍ନ ସମୟରେ କନ୍ଧଚାଷୀଙ୍କ ଅକ୍ତିଆରରେ ଥିବା ଜମି ଉପରକୁ ନଯିବା ପାଇଁ ଧମକଚମକ ଦେଉଛନ୍ତି । କନ୍ଧଚାଷୀମାନେ ସି.ଏସ.ନମ୍ବର- ୫୨୯/୨୦୧୮ରେ […]

KANIKA